www.samajalive.in
Monday, December 8, 2025
27.1 C
Bhubaneswar

ପୁରୀ ବସ୍‌ଷ୍ଟାଣ୍ଡ୍‌ରେ ଅଗ୍ନିକାଣ୍ଡ, ନିଆଁ ଲାଗି ଜଳିଗଲା ୨ଟି ବସ୍

ପୁରୀ: ଆଜି ପୁରୀ ବସଷ୍ଟାଣ୍ଡ୍‌ରେ ଅଗ୍ନିକାଣ୍ଡ ଘଟିଛି ଏବଂ ନିଆଁ ଲାଗି ୨ଟି ବସ୍ ଜଳି ଯାଇଛି। ବସଷ୍ଟାଣ୍ଡ୍‌ରେ ଖାଲି ବସ ୩ଟି ଠିଆ ହୋଇଥିଲା। ତେବେ ହଠାତ୍‌ ଗୋଟିଏ ବସ୍‌ରେ ନିଆଁ ଲାଗି ଯାଇଥିଲା। ଫଳରେ ହୁତ୍‌ ହୁତ୍‌ ହୋଇ ବସଟି ଜଳି ଯାଇଥିଲା।

- Advertisement -

ଗୋଟିଏ ବସ୍‌କୁ ନିଆଁ ଲାଗିବା ପରେ ଅନ୍ୟ ୨ଟି ବସ୍‌କୁ ନିଆଁ ବ୍ୟାପିଲା। ଦୁଇ ପାର୍ଶ୍ବରେ ଠିଆ ହୋଇଥିବା ଅନ୍ୟ ୨ଟି ବସ୍‌ରେ ନିଆଁ ଲାଗି ଯାଇଥିଲା। ତେବେ କୌଣସି ଯାତ୍ରୀଙ୍କ କ୍ଷତି ହୋଇଥିବା ସୂଚନା ମିଳିନାହିଁ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଚି। କେଉଁ କାରଣରୁ ବସ​‌ରେ​‌ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବା କାରଣ ତଦନ୍ତ କରୁଥିବା ସୂଚନା ମିଳିଛି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories