www.samajalive.in
Monday, December 8, 2025
16.1 C
Bhubaneswar

କାଳ ହେଲା ଘନ କୁହୁଡ଼ି: ହାଇୱେରେ ଠିଆ ହୋଇଥିବା ଟ୍ରକ୍‌କୁ ପଛପଟେ ପିଟି ହୋଇଯାଇଥିଲା ବସ୍

ନବରଙ୍ଗପୁର: ବନରଙ୍ଗପୁରରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମୃତ ହୋଇଥିବାବେଳେ ୫ ଗୁରୁତର ଥିବା ଜଣାପଡ଼ିଛି। ନବରଙ୍ଗପୁର-ତ୍ରିପାଠୀ ବସ ଆନ୍ଧ୍ରରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଭୁବନେଶ୍ୱରରୁ ନବରଙ୍ଗପୁର ଆସୁଥିଲା ନବରଙ୍ଗପୁରର ଏକ ଘରୋଇ ତ୍ରିପାଠୀ ବସ। ଆଜି ଭୋର ସମୟରେ ଆନ୍ଧ୍ରର ସୋମପେଟା ନିକଟସ୍ଥ ହାଇୱେ ଉପରେ ଟ୍ରକକୁ ପଛପଟେ ପିଟିହୋଇ ଯାଇଥିଲା ବସ୍‌। ଏହି ଦୁର୍ଘଟଣାରେ ବସଟି ଚୁରମାର ହୋଇଯାଇଥିବା ବେଳେ ଏଥିରେ ବସ୍‌ ହେଲପରର ମୃତ୍ୟୁ ଘଟିଛି ଏବଂ ୫ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।


ଗତକାଲି ସନ୍ଧ୍ୟାରେ ତ୍ରିପାଠୀ ଟ୍ରାଭଲସ ନବବରଙ୍ଗପୁରରୁ ଭୁବନେଶ୍ୱର ବାହାରିଥିଲା। ଏହା ଆନ୍ଧ୍ରପ୍ରଦେଶର ଶ୍ରୀକାକଲମ ଇଚ୍ଛାପୁର, ବ୍ରହ୍ମପୁର ଦେଇ ଭୁବନେଶ୍ୱରରେ ଭୋର ସକାଳୁ ପହଞ୍ଚିଥାନ୍ତା। କିନ୍ତୁ ରାତି ୩.୪୫ ସମୟରେ ଆନ୍ଧ୍ରପ୍ରଦେଶ ବାରବା ଥାନା ଅନ୍ତର୍ଗତ ସୋମପେଟା ନିକଟସ୍ଥ ହାଇୱେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକକୁ ପଛପଟୁ ପିଟି ଡିଭାଇଡର ଉପରେ ଚଢିଯାଇଥିଲା। ଏହା ଫଳରେ ବସର ହେଲ୍ପର ସୁଧୀର ସଗରିଆର ମୃତ୍ୟୁ ହୋଇଯାଇଛି, ଓ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ବସରେ ୩୩ ଜଣ ଯାତ୍ରୀ ଭୁବନେଶ୍ୱର ଯାଉଥିଲେ। ଘନ କୁହୁଡି ଯୋଗୁଁ ବସ ଡ୍ରାଇଭର ରାସ୍ତା କଡରେ ଠିଆ ହୋଇଥିବା ଟ୍ରକକୁ ଦେଖିନପାରି ପଛପଟୁ ପିଟିଥିଲା। ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ନିକଟସ୍ଥ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଇବା ପରେ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଗୁରୁତର ଆହତମାନେ ହେଲେ ପ୍ରଦୀପ ମୁଦୁଲି (୨୧), ଗୁପ୍ତେଶ୍ୱର ଖୁଣ୍ଟିଆ (୨୪), ସନ୍ଧ୍ୟାରାଣୀ ନାୟକ (୨୧), ଗୀତାଞ୍ଜଳି ମିଶ୍ର (୪୨) ଏବଂ ଲୋପାମୁଦ୍ରା ମହାପାତ୍ର ଏମାନେ ସମସ୍ତେ ନିକଟସ୍ଥ ମେଡିକାଲରେ ଚିକିତ୍ସିତ ହେଉଥିବା ଖବର ମିଳିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories