ପୁରୀ: ଆଜି ପୁରୀ ବସଷ୍ଟାଣ୍ଡ୍ରେ ଅଗ୍ନିକାଣ୍ଡ ଘଟିଛି ଏବଂ ନିଆଁ ଲାଗି ୨ଟି ବସ୍ ଜଳି ଯାଇଛି। ବସଷ୍ଟାଣ୍ଡ୍ରେ ଖାଲି ବସ ୩ଟି ଠିଆ ହୋଇଥିଲା। ତେବେ ହଠାତ୍ ଗୋଟିଏ ବସ୍ରେ ନିଆଁ ଲାଗି ଯାଇଥିଲା। ଫଳରେ ହୁତ୍ ହୁତ୍ ହୋଇ ବସଟି ଜଳି ଯାଇଥିଲା।

ଗୋଟିଏ ବସ୍କୁ ନିଆଁ ଲାଗିବା ପରେ ଅନ୍ୟ ୨ଟି ବସ୍କୁ ନିଆଁ ବ୍ୟାପିଲା। ଦୁଇ ପାର୍ଶ୍ବରେ ଠିଆ ହୋଇଥିବା ଅନ୍ୟ ୨ଟି ବସ୍ରେ ନିଆଁ ଲାଗି ଯାଇଥିଲା। ତେବେ କୌଣସି ଯାତ୍ରୀଙ୍କ କ୍ଷତି ହୋଇଥିବା ସୂଚନା ମିଳିନାହିଁ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଚି। କେଉଁ କାରଣରୁ ବସରେ ନିଆଁ ଲାଗିଲା ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲାଗିବା କାରଣ ତଦନ୍ତ କରୁଥିବା ସୂଚନା ମିଳିଛି।




