www.samajalive.in
Monday, December 8, 2025
27.1 C
Bhubaneswar

ଡ଼ାଳିମ୍ବର ମଞ୍ଜି ସହ କଳା ଲୁଣ ମିଶାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ

ପେଟ ଜନିତ ସମସ୍ୟା କାରଣରୁ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡ଼ିଥାଏ। ଆମ ଖାଦ୍ୟପେୟରେ ବ୍ୟତିକ୍ରମ ହୋଇଥାଏ, ହାଲିଆ ଲାଗିଥାଏ, ବାନ୍ତି ହେବା ସହ ଜ୍ୱର ମଧ୍ୟ ହୋଇଥାଏ। ଏପରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ କିଛି ଘରୋଇ ଉପାୟ……
ଡ଼ାଳିମ୍ବର ମଞ୍ଜି –
ଡ଼ାଳିମ୍ବର ମଞ୍ଜି ସହ କଳା ଲୁଣ ମିଶାଇ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ। ଏହା ଖାଦ୍ୟକୁ ଭଲ ଭାବେ ହଜମ କରିଥାଏ। ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
ତୁଳସୀ, ଲବଙ୍ଗ କିମ୍ବା ତୁଳସୀ ଓ ଅଦାକୁ ମିଶାଇ ଖାଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ମୁକ୍ତି ମିଳିବା ସହ ଏସିଡ଼ିଟି ଦୂର ହୋଇଥାଏ।
ଅଦା ରସ ଓ ଲେମ୍ବୁ ରସ –
ଅଦା ରସ ଓ ଲେମ୍ବୁ ରସକୁ ମିଶାଇ ପିଇବା ଦ୍ୱାରା ପେଟ ଜନିତ ଯନ୍ତ୍ରଣାରୁ ତୁରନ୍ତ ମୁକ୍ତି ମିଳିଥାଏ।
ଅଦା –
ପେଟ ଜନିତ ସମସ୍ୟା ଥିଲେ ଅଦାର ବ୍ୟବହାର ଖୁବ ଉତ୍ତମ ହୋଇଥାଏ। ଏଥିରେ ଆଣ୍ଟିଫଙ୍ଗଲ ଓ ଆଣ୍ଟିବ୍ୟାକ୍ଟିରିଅଲ ତତ୍ତ୍ୱ ରହିଛି। ତେଣୁ ଏକ ଚାମଚ ଅଦା ଗୁଣ୍ଡ କ୍ଷୀରରେ ମିଶାଇ ପିଅନ୍ତୁ। ଏପରି କରିବା ଦ୍ୱାରା ପେଟ ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।
ଦହି –
ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ। ଦହିରେ ଥିବା ବ୍ୟାକ୍ଟେରିଆ ପେଟ ସମସ୍ୟାକୁ ସନ୍ତୁଳିତ କରିଥାଏ। ଏହା ପେଟ ପାଇଁ ଖୁବ ଉପକାରୀ ଅଟେ।
କଦଳୀ –
କଦଳୀରେ ଥିବା ପୋଷକ ତତ୍ତ୍ୱ ପେଟ ଜନିତ ସମସ୍ତ ସମସ୍ୟା ଦୂର କରିବା ପାଇଁ ଖୁବ ଉତ୍ତମ ଅଟେ। ତେଣୁ ପେଟ ସମସ୍ୟା ସମୟରେ କଦଳୀ ଖାଇବା ଉଚିତ।
ପୁଦିନା ପତ୍ର –
ପୁଦିନା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ଅଟେ। ଏହା ପେଟକୁ ଥଣ୍ଡା ରଖିଥାଏ। ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ପାଚନ କ୍ରିୟାକୁ ଠିକ ରଖିଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ତେଣୁ ଏହା ମଧ୍ୟ ପେଟ ଜନିତ ସମସ୍ୟାକୁ ଦୂର କରେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories