www.samajalive.in
Tuesday, December 9, 2025
16.1 C
Bhubaneswar

ମହାନଦୀ ସେତୁରେ ପୁଣି ଅଘଟଣ, ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅର୍ନ୍ତଗତ ଖରଶଙ୍କୁଲେଇଠାରେ ନିର୍ମାଣଧିନଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ ଉପରୁ ଗତ ରବିବାର ସକାଳେ ଜଣେ ନିର୍ମାଣ ଶ୍ରମିକ ୪୦ଫୁଟ ତଳକୁ ଖସିପଡି ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଶ୍ରମିକ ଜଣଙ୍କ ପଶ୍ଚିମବଙ୍ଗ ମାଲଦା ଅଂଚଳର ଜାହାଙ୍ଗୀର ହୁସେନ (୨୩) ବୋଲି ସୂଚନା ମିଳିଛି । ଗତ ୩ଦିନ ବ୍ୟବଧାନରେ ଦୁଇ ଦୁଇ ଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁ ଘଟଣା ନିର୍ମାଣକାରୀ ଠିକାସଂସ୍ଥାର ବେପାରୁଆ ମନୋଭାବକୁ ଶ୍ରମ ବିଭାଗର ଅପାରଗତାକୁ ପଦାରେ ପକାଇଛି। ଏଥିସହ ଶ୍ରମିକଙ୍କ ସୁରକ୍ଷା ଉପରେ ଜିଲ୍ଲା ଶ୍ରମବିଭାଗ ଆଖି ବୁଜି ଦେଇ ଥିବାରୁ ଗତ ୨୪ ଦିନ ମଧ୍ୟରେ ୩ଜଣ ବାହାର ରାଜ୍ୟର ନିର୍ମାଣ ଶ୍ରମିକଙ୍କ ଅକାରଣରେ ଜୀବନ ଯାଇଥିବା କୁହାଯାଉଛି।

ସୂଚନା ଅନୁସାରେ ବ୍ଲକର ଖରଶଙ୍କୁଲେଇଠାରେ ନିର୍ମାଣଧିନ ଚାଲିଥିବା ଧଳପୁର-ଆଠମଲ୍ଲିକ ମହାନଦୀ ସେତୁ କାର୍ଯ୍ୟରେ ଜାହାଙ୍ଗୀର ହୁସେନ ନିର୍ମାଣ ଶ୍ରମିକଭାବେ କାର୍ଯ୍ୟ କରୁଥିଲେ। ରବିବାର ସକାଳେ ନିର୍ମାଣଧିନ ସେତୁରେ ବେଲ୍ଟ ବାନ୍ଧୁଥିବାବେଳେ ଅସାବଧାନତାବଶତଃ  ୪୦ଫୁଟ ଉପରୁ  ତଳକୁ ଖସିପଡିବାରୁ  ଶ୍ରମିକ ଜଣଙ୍କ ଗୁରୁତର ଆହାତ ହୋଇ ଥିଲେ। ଫଳରେ ତାଙ୍କ ମୁଣ୍ଡରେ ଏବଂ ମୁହଁରେ  ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଗୁରୁତର ଅବସ୍ଥାରେ ପ୍ରଥମେ  ବୌଦ୍ଧ ମେଡିକାଲ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୌଦ୍ଧରୁ ବୁର୍ଲ୍ଲା ମେଡିକାଲ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ସଂନ୍ଧ୍ୟାରେ ବୁର୍ଲ୍ଲାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେତୁ କାର୍ଯ୍ୟ ସମୟରେ ଶ୍ରମିକଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ସେଫ୍ଟି ନେଟ ବନ୍ଧା ଯାଉନଥିବାରୁ ବାରମ୍ବାର ଗୋଟିଏ ପରେ ଗୋଟିଏ ଶ୍ରମିକ ଅକାରଣରେ ମୃତ୍ୟୁ ଘଟୁଥିବା କୁହାଯାଉଛି। ଏହା ସତ୍ୱେ ଟାଣ ଖରାରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଉଥିବାରୁ ଏଭଳି ଦୁର୍ଘଟଣା ନିୟମିତ ଘଟୁଥିବା ଅଭିଯୋଗ ହେଉଛି। ଏତେ ସବୁ ପରେ ବି ନିର୍ମାଣକାରୀ ଠିକାସଂସ୍ଥା ଶ୍ରମିକଙ୍କ ସୁରକ୍ଷା ଉପରେ ଆଦୌ ଚିନ୍ତା ପ୍ରକଟ କରୁନଥିବାରୁ ୩ଜଣ  ଶ୍ରମିକ ଅକାରଣରେ ଜୀବନ ଯାଇଥିବା କୁହାଯାଉଛି। ରାଜ୍ୟ ଶ୍ରମଭିଭାଗ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଠିକାସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି। ହରଭଙ୍ଗା ପୁଲିସ ଘଟଣାର ତଦନ୍ତ ଚଳେଇଥିବାବେଳେ ଜିଲ୍ଲା ଶ୍ରମ ଅଧିକାରୀ ଘଟଣାର ତଦନ୍ତ ଜାରି ରଖିଥିବା କହିଛନ୍ତି। ସୂଚନା ଥାଉ କି  ନିର୍ମାଣଧିନ ଧଳପୁର -ଆଠମଲ୍ଲିକ ମହାନଦୀ ସେତୁ ଛାତରୁ ଖସି  ଗତ ଜାନୁୟାରୀ ୧୬ତାରିଖରେ ମନୁ ଗୁଞୁ(୩୦)ନାମକ ଜଣେ ସେଟ୍ରିଂ ମିସ୍ତ୍ରୀଙ୍କ ଜୀବନ ଯାଇଥିଲା।  ଏହାର ୨୧ଦିନ ନ ପୂରୁଣୁ  ପୁଣି ଗତ ୪ତାରିଖ ଦିନ ପଶ୍ଚିମବଙ୍ଗ ମାଲଦା ଅଂଚଳର ସମୀର ଘୋଷ(୨୦) ଭଳି ଆଉ ଜଣେ ବାହାର ରାଜ୍ୟ ଶ୍ରମିକଙ୍କ ସେତୁ ଉପରୁ ପଡି ମୃତ୍ୟୁ ଘଟିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories