www.samajalive.in
Tuesday, December 9, 2025
16.1 C
Bhubaneswar

ଜମି କିଣିବାକୁ ଆସି ଚାଲିଗଲା ଦୁର୍ଲଭ ଜୀବନ

ମୋହନା : ଜମି କିଣିବାକୁ ଆସିଥିଲେ ମୋହନା। ହେଲେ ଜମି କିଣି ନ ପାରି ଚାଲିଗଲା ଦୁର୍ଲଭ ଜୀବନ। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୋହନା ପାଣ୍ଡାଛକ ନିକଟ ୩୨୬ ଜାତୀୟ ରାଜପଥ ନିକଟରେ। ଘଟଣା ପ୍ରକାର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳର ପ୍ରଦୀପ ପଟ୍ଟନାୟକ ଓରଫ ବାପି(୬୦) କୌଣସି କାର୍ଯ୍ୟରେ ଆନ୍ଧ୍ର ଯାଇ ସେଠାରୁ ବସ ଯୋଗେ ରା. ଉଦୟ ଗିରି ଥାନା ଅନ୍ତର୍ଗତ ଛେଲିଗଡ଼ରେ ସଂପର୍କୀୟ ବନ୍ଧୁ ପର୍ଶୁରାମ ରଥ(୬୦)ଙ୍କ ଘରେ ପହଞ୍ଚି ଉଭୟେ ଏକ ସ୍କୁଟି ଗାଡିରେ ଲୁହାଗୁଡ଼ିରେ ଏକ ଜମି କିଣିବା ପାଇଁ ମୋହନାରେ ରହୁଥିବା ମାଲିକଙ୍କ ପାଖକୁ ଆସୁଥିଲେ। ମୋହନା କଲେଜ ଛକଠାରେ ଗାଡିର ଯାନ୍ତ୍ରୀକ ତୁଟି ଦେଖାଦେବାରୁ ସେମାନେ ତହସିଲ କାର୍ଯ୍ୟାଳୟ ନିକଟରେ ରହିବାର ଥିଲା କିନ୍ତୁ ସ୍କୁଟିକୁ ଆୟତ କରି ନପାରି ପାଟି କରି କରି ମୁଖ୍ୟ ରାସ୍ତାରେ ଆସିବା ସମୟରେ ପାଣ୍ଡା ଛକ ନିକଟରେ ରହିଥିବା ଏକ ମାଟି ଗଦାକୁ ଧକ୍କା ଦେଇଥିଲେ । ଯାହାଫଳରେ ଉଭୟେ ଛିଟିକି ହୋଇ ପଡ଼ିଯାଇଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଅମୃତରାଜ ଯେନା ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କ ବନ୍ଧୁ ରଥଙ୍କୁ ସାମାନ୍ୟ ଆଘାତ ଲାଗିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍କୁଟିକୁ ଜବତ କରି ମୃତ ଶବକୁ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମେଡିକାଲ ପଠାଯିବା ସହ ତଦନ୍ତ ଜାରି ରଖିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories