www.samajalive.in
Wednesday, December 10, 2025
26.1 C
Bhubaneswar

ଆଖୁ ବାଡ଼ରେ ଲାଗିଲା ନିଆଁ, ପୋଡ଼ିଗଲା ୬ ଏକର ଫସଲ

ନବରଙ୍ଗପୁର: ୬ ଏକର ଆଖୁ ବାଡ଼ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଫସଲ ପୋଡ଼ି ନଷ୍ଟ ହୋଇଯାଇଛି। ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ତୁରିଞ୍ଜାଗୁଡା ଗାଁ ନରେନ୍ଦ୍ର ପାତ୍ର ଓ ସୁଭଶ୍ରୀତ ପାତ୍ରଙ୍କ ଆଖୁ ବାଡ଼ରେ ଆଜି ହଠାତ ନିଆଁ ଲାଗିଯାଇଥିଲା। ଫଳରେ ନରେନ୍ଦ୍ରଙ୍କ ଦୁଇ ଏକର ଆଖୁ ବାଡ଼ ଓ ଶୁଭଶ୍ରୀତଙ୍କ ୪ ଏକର ଆଖୁ ବାଡ଼ ଦେଖୁଦେଖୁ ଅଳ୍ପ ସମୟ ମଧ୍ୟରେ ଜଳି ପୋଡି ପାଉଁଶ ହୋଇଯାଇଥିଲା। ନବରଙ୍ଗପୁର ଅଗ୍ନିଶମ ବିଭାଗକୁ ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ଏବଂ ଅଗ୍ନିଶମ ବିଭାଗର ପ୍ରୟାସରେ ଅଧିକା ଫସଲ ନଷ୍ଟ ହେବାରୁ ବଞ୍ଚିଗଲା। ଦୁଇ ଚାଷୀଙ୍କ ୪ ଲକ୍ଷରୁ ଅଧିକ ଟଙ୍କାର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଉଭୟ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହୋଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories