ଅମୃତଭଣ୍ଡା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ସଭିଁଙ୍କୁ ଜଣା। ଅଧିକାଂଶ ଲୋକେ ପାଚିଲା ଅମୃତଭଣ୍ଡା କିମ୍ବା କଞ୍ଚା ଅମୃତଭଣ୍ଡାକୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ଭାବେ ପ୍ରସ୍ତୁତ କରି ଖାଇଥାଆନ୍ତି। ମାତ୍ର ସିଧାସଳଖ କଞ୍ଚା ଅମୃତଭଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ବୋଲି ଅଧିକାଂଶ ଲୋକେ ହୁଏତ ଜାଣିନଥିବେ। ଜାଣନ୍ତୁ….
ପାଚିଲା ଅମୃତଭଣ୍ଡା ଭଳି କଞ୍ଚା ଅମୃତଭଣ୍ଡା ମଧ୍ୟ ପେଟ ପାଇଁ ଖୁବ ଲାଭଦାୟକ। ଏହା ଗ୍ୟାସଟିକ, ପେଟ ଯନ୍ତ୍ରଣା ଓ ପାଚନ ଜନିତ ସମସ୍ୟାକୁ ଦୂର କରିଥାଏ। ଖାଦ୍ୟକୁ ମଧ୍ୟ ଭଲ ଭାବେ ହଜମ କରିଥାଏ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆଣ୍ଠୁଗଣ୍ଠି ଯନ୍ତ୍ରଣା ଦୂର ପାଇଁ ମଧ୍ୟ ଲାଭଦାୟକ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଓଜନ ହ୍ରାସ ପାଇଁ ବେଶ ସହାୟକ ହୋଇଥାଏ। ଏହାକୁ ନିୟମିତ ଖାଇବା ବେଶ ଉପକାରୀ।
ମଧୁମେହ ରୋଗୀଙ୍କ ପାଇଁ କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଆଶ୍ଚର୍ଯ୍ୟଜନକ ଲାଭ ହୋଇଥାଏ। ଏହାକ ରକ୍ତରେ ଶର୍କରାର ମାତ୍ରାକୁ ନିୟନ୍ତ୍ରଣ କରିଥାଏ।
କଞ୍ଚା ଅମୃତଭଣ୍ଡା ଖାଇବା ଦ୍ୱାରା ଯକୃତ ପାଇଁ ଲାଭଦାୟକ ହେବା ସହ ଯକୃତ ଜନିତ ବିଭିନ୍ନ ସମସ୍ୟା ଦୂର ହେବାରେ ବେଶ ସହାୟକ ହୋଇଥାଏ।
ଏହାସହ କଞ୍ଚା ଅମୃତଭଣ୍ଡାରେ ଭିଟାମିନ ଇ,ସି,ଏ ସହ ଆଣ୍ଟି-ଅକ୍ସିଡାଣ୍ଟ, ଅନ୍ୟାନ୍ୟ ପୋଷକ ତତ୍ତ୍ୱ କର୍କଟ ରୋଗରୁ ରକ୍ଷା କରିବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ।



