www.samajalive.in
Monday, December 8, 2025
27.1 C
Bhubaneswar

ପୁରୀରୁ ଫେରୁଥିବା ବେଳେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ନୀଳଗିରି: ପୁରୀରୁ ଫେରୁଥିବା ବେଳେ ବାଲେଶ୍ବର ଜିଲା  ନୀଳଗିରି ଥାନା ଅଞ୍ଚଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଉକ୍ତ ଯୁବକଙ୍କୁ ହତ୍ୟା କରାଯାଇଛି ।ଏନେଇ ତାଙ୍କ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ବୋଲି ଶନିବାର ଜଣାପଡିଛି। ମୃତକ ହେଲେ ବାରିପଦା ଷ୍ଟେସନ ବଜାର ଅଞ୍ଚଳର ମଣ୍ଟୁ ପାତ୍ର (୩୦) ।ମୟୁରଭଞ୍ଜ ଜିଲ୍ଲାର ୫ଜଣ ଯୁବକ ପୁରୀ ବୁଲିବାକୁ ଯାଇ ଫେରୁଥିବା ସମୟରେ ବାଲେଶ୍ବର ଜିଲା  ନୀଳଗିରି ଥାନା ଅଞ୍ଚଳରେ କାର ଭିତରେ ମଣ୍ଟୁଙ୍କ ମୃତ୍ୟୁ ଘଟିଥିଲା।
ମୟୁରଭଞ୍ଜ ଜିଲ୍ଲାର ଷ୍ଟେସନ ବଜାର ଓ ଜୟପୁର ଅଞ୍ଚଳର ୫ଜଣ ଯୁବକ ଗତ ମଙ୍ଗଳବାର ଠାରୁ ପୁରୀ ବୁଲିବାକୁ ଯାଇଥିଲେ। ସେଠାରେ ବୁଲାବୁଲି କରି ରହଣି ପରେ ଶୁକ୍ରବାର ସନ୍ଧ୍ୟାରେ କାର ରେ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନା ଅଧୀନ ନିମପାଳ ଛକ ରେ ଅଟକି ଏକ ଦୋକାନକୁ ଯାଇଥିଲେ। କିନ୍ତୁ କାର ଭିତରେ ବସିଥିବା ମଣ୍ଟୁଙ୍କ ହଠାତ ଦେହ ଖରାପ ହେବାରୁ ତାଙ୍କୁ ୧୦୮ଆମ୍ବୁଲାନ୍ସ ରେ ନୀଳଗିରି ମେଡିକାଲକୁ ଅଣା ଯାଇଥିଲା। ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅପର ପକ୍ଷରେ ଏହା ସ୍ୱାଭାବିକ ମୃତ୍ୟୁ ନୁହେଁ ବରଂ ତାଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ କେନ୍ଦ୍ର କରି ଉତେଜନା ଲାଗି ରହିଛି। ଆଜି ଶବ ବ୍ୟବଚ୍ଛେଦ କରାଯିବା ସହ  ରିପୋର୍ଟ ଆସିବା ପରେ ଯୁବକଙ୍କ ମୃତ୍ୟୁ ର କାରଣ ଜଣା ପଡ଼ିବ ବୋଲି କୁହାଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories