www.samajalive.in
Tuesday, December 9, 2025
16.1 C
Bhubaneswar

ଭୋଜନ ସହ ଜଡିତ ବାସ୍ତୁ ଉପାୟ : ପାଳନ କଲେ ମିଳିବ ଶୁଭଫଳ

ଭୋଜନ ଭଗବାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଉପହାର ଓ ପ୍ରସାଦ। ଅନ୍ନ ଈଶ୍ୱରଙ୍କ ସହ ସମାନ ବୋଲି ମାନ୍ୟତା ରହିଛି। ଅଗ୍ନି ଦ୍ୱାରା ଭୋଜନ ପ୍ରସ୍ତୁତ କରାଯାଉଥିବାରୁ ଖାଦ୍ୟ ପ୍ରସ୍ତୁତ ହେବା ପରେ ଅଗ୍ନିଙ୍କ ନିକଟରେ ଏହାକୁ ରଖିବା ସହ କିଛି ଅର୍ପଣ କରିବା ଉଚିତ। ଅନ୍ନକୁ କଦାପି ଅନାଦର କରିବା ଉଚିତ ନୁହେଁ। କୁହାଯାଏ, ଅନ୍ନର ଗୋଟିଏ ଦାନାରେ ମଧ୍ୟ ଜୀବନଦାନ ଦିଆଯାଇପାରେ। ବାସ୍ତୁରେ ଅନ୍ନ ସହ ଜଡିତ କିଛି ସହଜ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହାକୁ ଜୀବନରେ ପାଳନ କଲେ ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଭୋଜନ ଗ୍ରହଣ କରିବା ପୂର୍ବରୁ ଅନ୍ନ ଦେବତା ଓ ମା’ଲକ୍ଷ୍ମୀଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଣାମ କରି ଖାଆନ୍ତୁ। ସ୍ନାନ ବିନା ରୋଷେଇ ଘରେ ପ୍ରବେଶ କରି ଭୋଜନ ପ୍ରସ୍ତୁତ କରନ୍ତୁ ନାହିଁ।
ଭୋଜନ ପ୍ରସ୍ତୁତ କରିବା ସମୟରେ ପରିବାର ସଦସ୍ୟଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିବା ଉଚିତ। ହାତ, ଗୋଡ, ମୁହଁ ଭଲ ଭାବେ ଧୋଇ ଭୋଜନ ଗ୍ରହଣ କରନ୍ତୁ।
ଓଦା ଗୋଡରେ ଭୋଜନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ।
କଦାପି ଫଟା, ଭଙ୍ଗା ବାସନରେ ଭୋଜନ କରନ୍ତୁ ନାହିଁ। ଖାଦ୍ୟ ଖାଇବା ସମୟରେ ହାତରେ ଥାଳି ଉପରକୁ ଉଠାଇ ଭୋଜନ କରନ୍ତୁ ନାହିଁ।
ଚଟାଣରେ ବସି ଆସନ ପକାଇ ଭୋଜନ କରିବା ସବୁଠାରୁ ଉତ୍ତମ ବୋଲି କୁହାଯାଏ। ଖଟରେ ବସି ଆଦୌ ଭୋଜନ କରନ୍ତୁ ନାହିଁ।
ସ୍ୱାଦିଷ୍ଟ ନ ହେଲେ ମଧ୍ୟ ଭୋଜନର ତିରସ୍କାର କରିବା ଉଚିତ ନୁହେଁ।
ରୋଷେଇ ଘରକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ। ରାତିରେ ଶୋଇବା ପୂର୍ବରୁ ରୋଷେଇ ପରିଷ୍କାର କରିବା ସହ ବାସନ ମାଜନ୍ତୁ। ଅନାବଶ୍ୟକ ଜିନିଷ ରୋଷେଇ ଘରେ ଆଦୌ ରଖନ୍ତୁ ନାହିଁ। ରୋଷେଇ ଘରେ ଥିବା ଡବା ଗୁଡିକୁ ଆଦୌ ଖାଲି ରଖନ୍ତୁ ନାହିଁ।
ପ୍ରତିଦିନ ଗାଈ, କୁକୁର , ପିମ୍ପୁଡି, ପକ୍ଷୀଙ୍କୁ କିଛି ଖାଦ୍ୟ ନିଶ୍ଚୟ ଦିଅନ୍ତୁ। ଗାଈକୁ ପ୍ରତିଦିନ ଖାଦ୍ୟ ଖୁଆଇବା ଦ୍ୱାରା ଆର୍ଥିକ ସଙ୍କଟ ଦୂର ହୋଇଥାଏ ବୋଲି ମାନ୍ୟତା ରହିଛି।
ଭୋଜନ କରିବା ସମୟରେ ଅନ୍ୟ କୌଣସି କାର୍ଯ୍ୟ, କଥାବାର୍ତ୍ତା ଆଦି କରିବା ଉଚିତ ନୁହେଁ। ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ରୋଷେଇ ଘର ତିଆରି କରନ୍ତୁ ନାହିଁ।
ଘରକୁ ଆସୁଥିବା ଅତିଥିଙ୍କୁ ସର୍ବଦା ଦକ୍ଷିଣ ଓ ପଶ୍ଚିମ ଦିଗରେ ବସାଇ ଭୋଜନ କରାନ୍ତୁ।
ରୋଷେଇ ଘରେ ନିଆଁ ପାଣି କଦାପି ଅତି ନିକଟରେ ରଖନ୍ତୁ ନାହିଁ।
ଡଷ୍ଟବିନକୁ ରୋଷେଇ ଘରେ ରଖନ୍ତୁ ନାହିଁ। ରୋଷେଇ ଘର କାନ୍ଥର ରଙ୍ଗ ହଳଦିଆ, ନାରଙ୍ଗୀ ଆଦି ରଖନ୍ତୁ।
ରୋଷେଇ ଘରେ ଭଙ୍ଗା, ଫଟା ବାସନ ରଖନ୍ତୁ ନାହିଁ।
ରୋଷେଇ ଘରେ ମା’ଅନ୍ନପୂର୍ଣ୍ଣାଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ଆଦୌ ଧନର ଅଭାବ ହେବ ନାହିଁ।
ଭୋଜନ କରିବା ପରେ ସେହି ଥାଳିରେ ହାତ ଧୁଅନ୍ତୁ ନାହିଁ। ଥାଳିରେ ବଳକା ଖାଦ୍ୟ ଛାଡନ୍ତୁ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories