www.samajalive.in
Monday, December 8, 2025
17.1 C
Bhubaneswar

ଆଜିଠୁ ସକାଳ ୭ରୁ ମଧ୍ୟାହ୍ନ ୧୨ଟା ଯାଏଁ କ୍ଲାସ, ଅଫ୍‌ଲାଇନ୍‌ରେ ହେବ ୯ମ ଓ ଏକାଦଶ ପରୀକ୍ଷା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟରେ ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ। ଏନେଇ ବିଭାଗ ଖୁବ୍‌ଶୀଘ୍ର ପରୀକ୍ଷା ପରିଚାଳନା ନିୟମାବଳୀ ଘୋଷଣା କରିବ। ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୫୦%ରୁ କମ୍‌ ଥିବାରୁ ବିଭାଗ ପକ୍ଷରୁ ଏଭଳି ଯୋଜନା କରାଯାଇଛି। ନିକଟରେ ସ୍ବତନ୍ତ୍ର ରିଲିଫ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ମାର୍ଚ୍ଚ ପାଇଁ ନିୟମାବଳୀ ପ୍ରକାଶ ପାଇଥିଲା। ଏଥିରେ ନବମ ଓ ଏକାଦଶ ବିଦ୍ୟାର୍ଥୀଙ୍କ ପରୀକ୍ଷା ଆବଶ୍ୟକ ସ୍ଥଳେ ଅନ୍‌ଲାଇନ୍‌ରେ କରିବାକୁ ବିଭାଗକୁ ପରାମର୍ଶ ଦିଆଯାଇଥିଲା। ପରୀକ୍ଷା ପାଇଁ ଅଭିଭାବକଙ୍କ ଠାରୁ ଅନୁମତି ଆଣିବାକୁ ହେବ ବୋଲି କୁହାଯାଇଥିଲା। ତେବେ ରାଜ୍ୟରେ ଅଧିକାଂଶ ସ୍ଥାନରେ ଇଣ୍ଟରନେଟ୍‌ ସୁବିଧା ନଥିବାବେଳେ ଅନ୍‌ଲାଇନ୍‌ରେ ଠିକ୍‌ ଭାବେ ପାଠପଢା ହୋଇପାରୁନି। ଏଭଳି ସ୍ଥିିତିରେ ଅନ୍‌ଲାଇନ୍‌ରେ ପରୀକ୍ଷା କରାଗଲେ ବହୁ ବିଦ୍ୟାର୍ଥୀ ବଞ୍ଚିତ ହେବାର ଆଶଙ୍କା ଦେଖାଦେଇଛି। ବିଭାଗ ପକ୍ଷରୁ ଏନେଇ ସମୀକ୍ଷା କରାଯିବା ପାରେ ଅଫଲାଇନ୍‌ରେ ପରୀକ୍ଷା କରିବାକୁ ଯୋଜନା କରାଯାଇଛି।

- Advertisement -

ଏବେ ନବମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲରେ ପାଠ ପଢାଯାଉଛି। ଉପସ୍ଥାନ ହାର ପ୍ରାୟ ୮୦% ରହିଛି। ପୂର୍ବରୁ ଦଶମ ଓ ଦ୍ବାଦଶ ପରୀକ୍ଷା ଅଫ୍‌ଲାଇନ୍‌ରେ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇସାରିଛି। ନବମ ଓ ଏକାଦଶ ପରୀକ୍ଷା ଶ୍ରେଣୀ ଗୁଡ଼ିକରେ ପୂର୍ବଭଳି ଅଫଲାଇନ୍‌ରେ କରାଯିବ। ଏନେଇ ବିଭାଗ ପକ୍ଷରୁ ବିଚାରବିମର୍ଶ ଚାଲିଛି। ପରୀକ୍ଷା ସମୟ, କେତେ ମାର୍କ ପରୀକ୍ଷା ହେବ ସେ ସଂକ୍ରାନ୍ତ ପରୀକ୍ଷା ପରିଚାଳନା ନିୟମାବଳୀ ଖୁବ୍‌ଶୀଘ୍ର ପ୍ରକାଶ କରାଯିବ।

ଅନ୍ୟପକ୍ଷରେ ରାଜ୍ୟରେ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଉଥିବାରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପୁଣିଥରେ ନବମରୁ ଦ୍ବାଦଶ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ ପାଠପଢା ସମୟକୁ ପରିବର୍ତ୍ତନ କରାଯାଇଛି। ଗ୍ରୀଷ୍ମପ୍ରଭାବ ଯୋଗୁଁ ସରକାର ସକାଳୁଆ ସ୍କୁଲ ପାଇଁ ପୂର୍ବରୁ ପାଠପଢା ସମୟ ସକାଳ ୭ଟାରୁ ଅପରାହ୍ନ ୧ଟା ରଖିଥିଲେ। ଏଣିକି ଏହି ୪ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ସରିବ। ୯ମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସକାଳ ୭ଟାରୁ ୯ଟା ପର୍ୟ୍ୟନ୍ତ ପଢାଯିବ। ସେହିପରି ଦଶମ ଓ ଦ୍ବାଦଶ ଛାତ୍ରଛାତ୍ରୀଙ୍କ ପାଠପଢା ସକାଳ ୮ଟାରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ସରିବ। ପରିବର୍ତ୍ତିତ ସମୟ ସମ୍ବନ୍ଧରେ ବିଭାଗ ପକ୍ଷରୁ ସମସ୍ତ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବିଭାଗ ଅଧୀନରେ ଥିବା ସମସ୍ତ ନିର୍ଦେଶକଙ୍କୁ ଅବଗତ କରାଯାଇଛି। ବିଭାଗୀୟ ଅତିରିକ୍ତ ଶାସନ ସଚିବ ଡ.ପ୍ରତାପ କୁମାର ମିଶ୍ର ଏନେଇ ଚିଠି ଲେଖିଛନ୍ତି। ରାଜ୍ୟରେ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ନିୟମ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories