www.samajalive.in
Tuesday, December 9, 2025
16.1 C
Bhubaneswar

କନ୍ଧମାଳରୁ କାରରେ ଆଣୁଥିଲେ ଗଞ୍ଜେଇ, କଟକ ଜିଲା ଆଠଗଡ଼ର ୩ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲାର ବାଲିଗୁଡା ପୁଲିସକୁ ପୁଣି ମିଳିଛି ସଫଳତା। ଆଜି ବାଲିଗୁଡ଼ା ପୁଲିସ ୪୧ କିଲୋ ୩୦୦ ଗ୍ରାମ ଗଞ୍ଜେଇ ସହ ଏକ କାର ଜବତ କରିଛି। ଏହି ମାମଲାରେ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ ବାଲିଗୁଡା ଓ ବାରଖମା ରାସ୍ତା ଅଞ୍ଚଳରେ ଭୋର ୪.୩୦ ମିନିଟରେ ବାଲିଗୁଡ଼ା ପୁଲିସ ପାଟ୍ରୋଲିଂ କରୁଥିଲା। ସେହି ସମୟରେ ଆପରାନାଳ ନିକଟରେ ଏକ କାରକୁ ଅଟକାଇଥିଲା ଏବଂ କାରଟିକୁ ଯାଞ୍ଚ କରିଥିଲା। ଯାଞ୍ଚ ସମୟରେ କାରରୁ ୪୧ କିଲୋ ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲା ଏବଂ ଏହି ମାମଲାରେ ୩ଜଣଙ୍କୁ ଗିରଫ କରିଥିଲା।
ବାଲିଗୁଡା ଥାନା ବାରଖମା ରାସ୍ତାର ଆପରାନାଳ ଠାରେ ଏସ୍ଆଇ ରବୀନ୍ଦ୍ର ମୁଣ୍ଡାରୀଙ୍କ ନେତୃତ୍ବରେ ପୁଲିସ ପାଟ୍ରୋଲିଂ କରୁଥିଲା।

 

- Advertisement -

ଏହି ସମୟରେ ସେହି ରାସ୍ତା ଦେଇ ଏକ ଧଳା ରଙ୍ଗର କାର(ନଂ.ଓଡି୦୨ଏଏ-୪୧୨୨) ଆସୁଥିଲା। ଏସ୍‌ଆଇ ରବୀନ୍ଦ୍ର ମୁଣ୍ଡାରୀ କାର୍‌ଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେହି କାର୍‌ରେ ଗଞ୍ଜେଇ ଭର୍ତ୍ତି ହୋଇ ରହିଥିବା ଦେଖିବାକୁ ପାଇଥିଲେ ଏବଂ କାର୍‌କୁ ଜବତ କରିଥିଲେ। କାର୍‌ରେ ମୋଟ ୪୧ କେ.ଜି. ୩୦୦ ଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏହା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଥିଲେ। ଗିରଫ ବ୍ୟକ୍ତି କେଶରୀ ପ୍ରଧାନ, ବନମାଳୀ ମହାରଣା ଓ ସୌଭାଗ୍ୟ ବେହେରାଙ୍କ ଘର କଟକ ଜିଲା ଆଠଗଡ ଅଞ୍ଚଳରେ ବୋଲି ଜଣା ପଡିଛି। ଏ ନେଇ ଏକ ମାମଲା ନଂ. ୪୨/୨୧ ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏସ୍ଆଇ. ଦୀପକ ରାଉତ ମାମଲାର ତଦନ୍ତ କରୁଛନ୍ତି ବୋଲି ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories