www.samajalive.in
Monday, December 8, 2025
27.1 C
Bhubaneswar

ମହିଳା କମିଶନଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହେଲେ ବୁଲେଟ୍‍ ରାଣୀ

ଭୁବନେଶ୍ୱର: ବୁଲେଟରେ ଲୁଟେରାଙ୍କ ପିଛା କରି ସେମାନଙ୍କ ସହ ଲଢି ନିଜ ଫୋନ୍‍ ଛଡ଼ାଇ ଆଣିଥିବା ବୁଲେଟ୍‍ ରାଣୀ ରିନୁ ଡାକୁଆଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ତାଙ୍କ ସାହସିକତା ପାଇଁ ବିଭିନ୍ନ ମହଲରେ ତାଙ୍କୁ ପ୍ରଶଂସା କରାଯାଉଛି। ସୋମବାର ମହିଳା କମିଶନ ପକ୍ଷରୁ ରିନୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଡୁମଡୁମା ସ୍ଥିତ ତାଙ୍କ ଘରକୁ ଯାଇ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସାବାସୀ ଜଣାଇଛନ୍ତି କମିଶନ ସଦସ୍ୟମାନେ। ଏହାସହିତ ବୁଲେଟ୍‍ ରାଣୀଙ୍କ ସାହସିକତା ଦ୍ୱାରା ଅନ୍ୟମାନେ ଅନୁପ୍ରେରିତ ହେବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ସରକନ୍ତରା ଅଞ୍ଚଳର ରିନୁ ବାଣୀବିହାର ନିକଟରେ ଥିବା ଏକ ମଲ୍‌ରେ କାମ କରନ୍ତି। ସବୁଦିନ ଭଳି ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ସେ ବୁଲେଟ୍‌ ଧରି ନିଜ ଘରକୁ ଫେରୁଥିଲେ। ରଘୁନାଥ ନଗର ଅଟୋଷ୍ଟାଣ୍ଡ ପାଖରେ ଏକ କଲ୍ ଆସିବାରୁ ସେ ବୁଲେଟ୍‌ରେ ବସି ମୋବାଇଲ ଫୋନ୍‌ରେ କଥା ହେଉଥିଲେ। ପଛପଟୁ ତାଙ୍କୁ ପିଛା କରି ଏକ ବାଇକ୍‌ରେ ଆସୁଥିବା ଦୁଇ ଜଣ ଲୁଟିଆ ତାଙ୍କ ମୋବାଇଲ ଫୋନ୍ ଝାମ୍ପି ନେଇଥିଲେ। ହେଲେ ରିନୁ ବୁଲେଟ୍‌ରେ ଲୁଟିଆଙ୍କୁ ପିଛା କରିଥିଲେ। ବାଇକ୍‌ ପଛରେ ବସିଥିବା ଯୁବକର କଲରକୁ ଧରି ପକାଇଥିଲେ। ଆଉ ଛାଡ଼ି ନ ଥିଲେ। ନିୟନ୍ତ୍ରଣ ହରାଇ ସମସ୍ତେ ଗାଡ଼ିରୁ ତଳେ ପଡ଼ିଯାଇଥିଲେ। ରିନୁ ତାଙ୍କ ଫୋନ୍ ପାଇଁ ଲୁଟିଆକୁ ପୁଣି କାବୁ କରି ନେଇଥିଲେ। ଗାଡ଼ିରୁ ପଡ଼ି ଆହତ ହେବା ସତ୍ତ୍ବେ ରିନୁ ସେମାନଙ୍କୁ ଛାଡ଼ି ନ ଥିଲେ। ସେଠାରେ ପ୍ରବଳ ଧସ୍ତାଧସ୍ତି ଲାଗିଥିଲା। ଏହା ଦେଖି ସ୍ଥାନୀୟ ଲୋକ ରୁଣ୍ଡ ହୋଇ ଜଣେ ଲୁଟିଆକୁ କାବୁ କରି ନେଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଲୋକେ ରୁଣ୍ଡ ହୋଇଯାଇଥିଲେ। ଖବର ପାଇ ଖଣ୍ଡଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଣେ ଲୁଟିଆକୁ ଥାନାକୁ ଆଣିବା ସହିତ ରିନୁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲା। ରିନୁଙ୍କର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିଛନ୍ତି।

- Advertisement -

 

Hot this week

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

Related Articles

Popular Categories