www.samajalive.in
Tuesday, December 9, 2025
16.1 C
Bhubaneswar

କଂଗ୍ରେସ ଭବନରେ ୨ ଗୋଷ୍ଠୀ ମୁହାଁମୁହିଁ, କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ନିରଞ୍ଜନ

ଦେଶ ତଥା ରାଜ୍ୟରେ କଂଗ୍ରେସ ଦଳ ଦଳ ଧୀରେ ଧୀରେ ନିମ୍ନକୁ ଖସୁଥିବା ବେଳେ ଦଳୀୟ କନ୍ଦଳ ଓ ଗୋଷ୍ଠୀ କନ୍ଦଳ ତୀବ୍ରତର ହେବାରେ ଲାଗିଛି। ଆଜି ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ବୈଠକ ପୂର୍ବରୁ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବୈଠକ ପୂର୍ବରୁ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକଙ୍କୁ କଂଗ୍ରେସର ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବା ଫଳରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ବିରୋଧୀ ଗୋଷ୍ଠୀ ଅଭିଯୋଗ କରିଛନ୍ତି ଯେ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ ସେ ବିଜେଡି ସହ ହାତ ମିଳାଇ କାର୍ଯ୍ୟ କରୁଥିବା କୁହାଯାଇଛି। ବିରୋଧୀ ଗୋଷ୍ଠୀ ସଭାସ୍ଥଳରେ ଭଙ୍ଗାରୁଜା କରିଥିବା ଜଣାପଡିଛି। ସେମାନେ ଦାବି କରିଛନ୍ତି ଯେ ଯଦି ବିଷ୍ଣୁ ବାରିକ ବୈଠକରେ ଭାଗ ନେବେ, ସେମାନେ ବୈଠକ କରାଇଦେବେ ନାହିଁ।

ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଘଟଣାସ୍ଥଳରେ ପହଂଚିବା ପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କେହି ବି ଆଜିର ଘଟଣା ପାଇଁ ଦାୟୀ ଥିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ ଲାହିଛନ୍ତି, ଶୃଙ୍ଖଳା ଓ ଅନୁଶାସନରୁ କେହି ଉର୍ଦ୍ଧ୍ବରେ ନୁହନ୍ତି।

- Advertisement -

ଅନ୍ୟପକ୍ଷରେ ଓବିସି ସେଲ ଅଧ୍ୟକ୍ଷ ବିଷ୍ଣୁ ଚରଣ ବାରିକ କହିଛନ୍ତି ଯେ ତାଙ୍କ ସାନ ଭାଇର ବିଜେଡି ନେତାଙ୍କ ସହ ସମ୍ପର୍କ ଅଛି ଓ ସେ ବିଜେଡି ସହ ସମ୍ପର୍କରେ ଥିବା କଥା ସମ୍ପୂର୍ଣ୍ଣ ଅମୂଳକ। ତେବେ ସବୁପରେ ବି ‘ଆମକୁ ମିଟିଂ କରିବାକୁ ଦିଆଯାଉ ବୋଲି’ ବିଧାୟକ ସୁର ରାଉତରାୟ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories