www.samajalive.in
Sunday, December 7, 2025
15.1 C
Bhubaneswar

ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଥିଲେ ଅମୁଲରେ ଗୋଲାପ ଜଳ, ମହୁ ମିଶାଇ ମୁହଁରେ ଲଗାନ୍ତୁ

ସହଜ ପ୍ରାକୃତିକ ଉପାୟରେ ଅବଲମ୍ବନ କରିବା ଦ୍ୱାରା ଆମ ମୁହଁ କୋମଳ ଓ ଉଜ୍ୱଳ ହୋଇଥାଏ। ଜାଣନ୍ତୁ ତାହା କ’ଣ….
ପାଣି ଶରୀରର ଜଳୀୟ ଅଂଶକୁ ସନ୍ତୁଳନ କରି ରଖିଥାଏ। ତେଣୁ ଦିନକୁ ୧୦ ରୁ ୧୨ ଗ୍ଲାସ ପାଣି ପିଅନ୍ତୁ। ପାଣି ପିଇବା ଦ୍ୱାରା ମୁହଁ ଉଜ୍ୱଳ ହୋଇଥାଏ। ତିନି ରୁ ଚାରି ଥର ଥଣ୍ଡା ପାଣିରେ ମୁହଁ ଧୁଅନ୍ତୁ।
୮ ଘଣ୍ଟା ନିଶ୍ଚୟ ଶୁଅନ୍ତୁ।
ମୁହଁରେ ବ୍ରଣ ସମସ୍ୟା ପାଇଁ ଚିନ୍ତିତ ଥିଲେ ଅମୁଲରେ ଗୋଲାପ ଜଳ, ମହୁ ମିଶାଇ ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ ୧୫ ମିନିଟ ଏହି ପେଷ୍ଟକୁ ରଖିବା ପରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ନିଜେ ଏହାର ଚମତ୍କାର ଅନୁଭବ କରିବେ।
ଯଦି ଆପଣଙ୍କୁ ଏପରି ଅନୁଭବ ହେଉଛି ଆପଣଙ୍କର ମୁହଁର ଚମକ କମି ଯାଇଛି ତେବେ ୧ ଚାମଚ ଅମୁଲରେ , ୨ ଚାମଚ ଲେମ୍ବୁ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ମୁହଁରେ ଲଗାଇ କିଛି ସମୟ ରଖିବା ପରେ ମୁହଁ ପାଣିରେ ଧୋଇ ଦିଅନ୍ତୁ। ସପ୍ତାହକୁ ୨ଥର ଏହାକୁ ବ୍ୟବହାର କଲେ ମୁହଁର ଉଜ୍ୱଳତା ବୃଦ୍ଧି ପାଇଥାଏ।
ଖିର  ମୁହଁ ପାଇଁ ଖୁବ ଲାଭ ଦାୟକ। ଏଥିରେ ପ୍ରୋଟିନ, ଏମିନୋ ଏସିଡ଼, ଭିଟାମିନ ଭରପୁର ମାତ୍ରାରେ ରହିଛି। ରାତିରେ ଶୋଇବା ପୂର୍ବରୁ କ୍ଷୀରକୁ ମୁହଁରେ ଭଲ ଭାବେ ମାଲିସ କରନ୍ତୁ। ଏହାକୁ ମୁହଁରେ ୧୫ ମିନିଟ ଲଗାଇ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା ମୁହଁ ଗୋରା ଓ ସୁନ୍ଦର ହୋଇଥାଏ।
ପ୍ରତିଦିନ ବ୍ୟାୟାମ ନିଶ୍ଚୟ କରନ୍ତୁ। ନିୟମିତ ଫଳ, ସବୁଜ ପନିପରିବା ଖାଆନ୍ତୁ। ତେଲିଆ ଓ ଫାଷ୍ଟଫୁଡ଼ ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ।
ଗ୍ରୀନ ଟି ପ୍ୟାକ୍‍ –
ପେଷା ହୋଇଥିବା ଗ୍ରୀନ ଟିରେ ଅଳ୍ପ ପାଣି ମିଶାଇ ତୁଳାର ବ୍ୟବହାର କରି ଏହି ପେଷ୍ଟକୁ ରାତି ଯାକ ମୁହଁରେ ଲଗାଇ ରଖନ୍ତୁ। ସକାଳେ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଏହା ମୁହଁରେ ଥିବା ବିଭିନ୍ନ ଦାଗକୁ ଦୂର କରିଥାଏ।
ଏଲୋବେରା ଜେଲ୍‍ –
ରାତିରେ ଶୋଇବା ସମୟରେ ମୁହଁକୁ ଭଲ ଭାବେ ଧୋଇ ପୋଛିବା ପରେ ଏଲୋବେରା ଜେଲ୍‍ ଲଗାନ୍ତୁ। ଏହାପରେ ସକାଳେ ମୁହଁ ଧୋଇ ଦିଅନ୍ତୁ। ନିୟମିତ ଏହାକୁ ବ୍ୟବହାର କଲେ ମୁହଁର ସମସ୍ତ ଦାଗ ଦୂର ହେବା ସହ ଗୋରା ଓ ଉଜ୍ଜ୍ୱଳ ହୋଇଥାଏ।
ଗୋଲାପ ଜଳରେ ଅଳ୍ପ ଲେମ୍ବୁ ରସ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୧୫ ମିନିଟ ରଖିବା ପରେ ମୁହଁ ଧୋଇ ଦିଅନ୍ତୁ। ଏହା ତ୍ୱଚାର ଚମକ ବୃଦ୍ଧି କରିଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories