www.samajalive.in
Monday, December 8, 2025
27.1 C
Bhubaneswar

ମାଳଦ୍ବୀପକୁ ୫ କୋଟି ଡଲାର ପ୍ରତିରକ୍ଷା ଋଣ ଯୋଗାଇବ ଭାରତ

ମାଲେ: ଭାରତ ସର୍ବଦା ମାଳଦ୍ବୀପର ଏକ ଭରସାଯୋଗ୍ୟ ପ୍ରତିରକ୍ଷା ସହଯୋଗୀ ରହିବ ବୋଲି ଦୁଇ ଦିନିଆ ମାଳଦ୍ବୀପ ଗସ୍ତରେ ଆସିଥିବା ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ରବିବାର କହିଛନ୍ତି। ଭାରତ ମାଳଦ୍ବୀପ ସହିତ ୫ କୋଟି ଡଲାରର ପ୍ରତିରକ୍ଷା ଋଣ ଯୋଗାଇବା ଲାଗି ଦୁଇଦେଶ ମଧ୍ୟରେ ହୋଇଥିବା ବୁଝାମଣାପତ୍ରରେ ସ୍ବାକ୍ଷର କରିଛି ବୋଲି ସେ କହିଛନ୍ତି।

ଏହି ଗସ୍ତ ସମୟରେ ଜୟଶଙ୍କର ମାଳଦ୍ବୀପ ପ୍ରତିରକ୍ଷା ମନ୍ତ୍ରୀ ମାରିୟା ଦିଦିଙ୍କୁ ଭେଟିଛନ୍ତି। ଏ ନେଇ ଟ୍ବିଟ୍‌ ଜୟଶଙ୍କର ସୂଚନା ଦେବା ସହିତ ମାରିୟା ଦିଦିଙ୍କ ସହିତ ସୌହାଦ୍ଦ୍ୟପୂର୍ଣ୍ଣ ସାକ୍ଷାତ ହୋଇଥିବା କହିଛନ୍ତି। ପ୍ରତିରକ୍ଷା ସହଯୋଗ ଉପରେ ଦୁଇ ଦେଶ ଭିତରେ ଉପଯୋଗୀ ଆଲୋଚନା ହୋଇଛି ବୋଲି ଜୟଶଙ୍କର କହିଛନ୍ତି।

- Advertisement -

ଜୟଶଙ୍କର ଆହୁରି କହିଛନ୍ତି ଯେ, ୟୁଟିଏଫ ହାର୍ବର ପ୍ରକଳ୍ପ ବୁଝାମଣାରେ ସ୍ବାକ୍ଷର କରିଥିବାରୁ ଖୁସି ଅନୁଭବ କରୁଛି। ଏହାଦ୍ବାରା ମାଳଦ୍ବୀପର ତଟରକ୍ଷକ କ୍ଷମତା ବୃଦ୍ଧି ପାଇବ ଏବଂ ଆଞ୍ଚଳିକ ଏଚଏଡିଆର ପ୍ରକଳ୍ପକୁ ସହାୟତା ମିଳିବ। ବିକାଶରେ ସହଯୋଗ, ସୁରକ୍ଷାରେ ବି ସହଯୋଗ ବୋଲି ଜୟଶଙ୍କର ଟ୍ବିଟ୍‌ରେ ଲେଖିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories