www.samajalive.in
Monday, December 8, 2025
17.1 C
Bhubaneswar

ଭ୍ରମଣର ପ୍ରକୃତ ମଜା ପାଇଁ ବୁଲି ଆସନ୍ତୁ ଜଟାୟୁ ପାର୍କ

ଭ୍ରମଣ ପାଇଁ ଗଲେ ମାନସିକ ଶାନ୍ତି ସହ ନିଆର ଅନୁଭୂତି ମିଳିଥାଏ। ଏଭଳି ଦେଶରେ ବହୁ ମନୋରମ ସ୍ଥାନ ରହିଛି, ଯାହାର ସୌର୍ନ୍ଦ୍ୟକୁ ଉପଭୋଗ କରିବା ପାଇଁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ ଜମିଥାଏ। ସେଭଳି ହିଁ ଏକ ସ୍ଥାନ ହେଉଛି କେରଳ। ଭ୍ରମଣ ପାଇଁ କେରଳରେ ବହୁ ସୁନ୍ଦର ସ୍ଥାନ ରହିଛି। ଏତଦ ବ୍ୟତୀତ ଏହି ସ୍ଥାନ ବିଶ୍ୱର ସର୍ବବୃହତ୍ତ ମୂତ୍ତି ଥିବା ସ୍ଥାନ ଭାବେ ବେଶ ପରିଚିତ। ଏହା ହେଉଛି କେରଳର କୋଲ୍ଲମ। ଯେଉଁଠାକୁ ଭ୍ରମଣ ପାଇଁ ଗଲେ ଆପଣ ପ୍ରକୃତ ମଜା ପାଇପାରିବେ।
କୋଲ୍ଲମ ଜଟାୟୁ ପ୍ରାକୃତିକ ଉଦ୍ୟାନକୁ ନିର୍ମାଣ କରିବା ପାଇଁ ପ୍ରାୟ ୧୦ ବର୍ଷ ସମୟ ଲାଗିଥିଲା ବୋଲି କୁହାଯାଏ। ଏଠାରେ ଥିବା ଜଟାୟୁର ମୂର୍ତ୍ତି ଆକାର ଖୁବ ବଡ଼। ବହୁ ସଂଖ୍ୟାରେ ପର୍ୟ୍ୟଟକ ଏହି ସୁନ୍ଦର ସ୍ଥାନକୁ ବୁଲିବା ପାଇଁ ଆସିଥାଆନ୍ତି।
ଜଟାୟୁ ପ୍ରାକୃତିକ ଉଦ୍ୟାନ ସେଠାରୁ ଦେଖୁଥିବା ନିଆର ଦୃଶ୍ୟ କାରଣରୁ ଏହାର ସୁନ୍ଦରତା ଆହୁରି ବଢିଯାଏ। ଏହି ଉଦ୍ୟାନର ଉପର ଅଂଶକୁ ଗଲେ ପଶ୍ଚିମ ଘାଟର ପ୍ରାକୃତିକ ପରିବେଶକୁ ଦେଖାଯାଏ। ଯାହାକୁ ଦେଖିଲେ ଆପଣଙ୍କୁ ଏହି ସ୍ଥାନ ସ୍ୱର୍ଗ ସଦୃଶ ଅନୁଭବ ହେବ।
ଜଟାୟୁ ପ୍ରାକୃତିକ ଉଦ୍ୟାନକୁ ନିର୍ମାଣ କରାଯିବାର ଏକ ପୌରାଣିକ କଥା ମଧ୍ୟ ରହିଛି। କୁହାଯାଏ, ମା’ସୀତାଙ୍କୁ ରାବଣ ହରଣ କରି ନେବା ସମୟରେ ଜଟାୟୁ ପକ୍ଷୀ ମା’ଙ୍କୁ ବଞ୍ଚାଇବା ପାଇଁ ରାବଣ ସହ ଯୁଦ୍ଧ କରିଥିଲେ। ସେହି ସମୟରେ ତାଙ୍କର ଏକ ପକ୍ଷ କଟିଯାଇଥିଲା। ସେହିପରି ଏଠାରେ ଥିବା ମୂର୍ତ୍ତିର ମଧ୍ୟ ଏକ ପକ୍ଷ ନାହିଁ।
ଜଟାୟୁ ପ୍ରାକୃତିକ ଉଦ୍ୟାନ ସଡ଼କ ଠାରୁ ୪୦୦ ଫୁଟ ଉଚ୍ଚରେ ନିର୍ମିତ ହୋଇଛି। ଏଠାକାର ସୁନ୍ଦରତା ବେଶ ଆକର୍ଷଣୀୟ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories