ଶ୍ରୀନଗର : ଦକ୍ଷିଣ କାଶ୍ମୀରର ଶୋପିଆଁ ଜିଲା ଅନ୍ତର୍ଗତ ବଡିଗାମ୍ ଗାଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ନେଇ ଶୁକ୍ରବାର ଖବର ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହାସହ ଜଣେ ପୁଲିସ ଏସପିଓ ସହିଦ, ଜଣେ ଯବାନ ଆହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମେତ ଅନେକ ଅପରାଧିକ ସାମଗ୍ରୀ ଜବତ କରାଯାଇଛି। ନିହତ ଆତଙ୍କବାଦୀଙ୍କ ପରିଚୟ ଅସ୍ପଷ୍ଟ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଦକ୍ଷିଣ କାଶ୍ମୀରର ଶୋପିଆଁ ଜିଲା ଅନ୍ତର୍ଗତ ହୋମହିନା ଗାଁରେ ଆତଙ୍କବାଦୀ ଉପସ୍ଥିତ ରହିଥିବା ନେଇ ଖବର ମିଳିବା ପରେ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା। ସୁରକ୍ଷାକର୍ମୀମାନେ ସମ୍ପୂର୍ଣ୍ଣ ଗାଁକୁ ଘେରିବା ସହ ତଲାସି ଆରମ୍ଭ କରିଥିଲେ। ଏହାପରେ ଗୁଳିବିନିମୟ ହୋଇଥିଲା। ବର୍ତ୍ତମାନ ମଧ୍ୟ ତଲାସି ଅଭିଯାନ ଜାରି ରହିଛି।
ଶୋପିଆଁରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ; ୩ ଆତଙ୍କବାଦୀ ନିହତ ; ଜଣେ ପୁଲିସ ଏସପିଓ ସହିଦ
Popular Categories



