www.samajalive.in
Monday, December 8, 2025
27.1 C
Bhubaneswar

ପ୍ରତିଶୋଧ ନେଲା ଟିମ୍‍ ଇଣ୍ଡିଆ, ଦ୍ୱିତୀୟ ଟେଷ୍ଟରେ ବିଜୟୀ

ଚେନ୍ନାଇ: ଆଜି ଦ୍ବିତୀୟ ଟେଷ୍ଟରେ ଟିମ୍‌ ଇଣ୍ଡିଆ ବିଜୟୀ ହୋଇଛି। ଭ୍ରମଣକାରୀ ଇଂଲଣ୍ଡକୁ ୩୧୭ ରନରେ ହରାଇ ପୂର୍ବ ପରାଜୟର ପ୍ରତିଶୋଧ ନେଇଥିଲା। ଚେନ୍ନାଇସ୍ଥିତ ଏମ୍.ଏ.ଚିଦାମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଆଜି ଇଂଲଣ୍ଡ ଦଳ ୧୬୪ ରନରେ ଅଲଆଉଟ୍ ହୋଇଥିଲା। ଫଳରେ ୩୧୭ ରନରେ ଟିମ୍‌ ଇଣ୍ଡିଆ ଠାରୁ ଇଂଲଣ୍ଡ ପରାଜିତ ହୋଇଥିଲା। ଏହାସହିତ ୪ ମ୍ୟାଚ୍ ବିଶିଷ୍ଟ ଏହି ଟେଷ୍ଟ ସିରିଜରେ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ୧-୧ରେ ସିରିଜ ବରାବର ରହିଛନ୍ତି।


ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ଲାଗି ନିଷ୍ପତ୍ତି ନେଇ ପ୍ରଥମ ଇନିଂସରେ ୩୨୯ ରନ୍ କରିଥିଲା। ଏହାର ଜବାବରେ ଭ୍ରମଣକାରୀ ଇଂଲଣ୍ଡ ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୧୩୪ ରନ କରିଥିଲା। ଫଳରେ ଟିମ୍‌ ଇଣ୍ଡିଆ ୧୯୫ ରନରେ ଅଗ୍ରଣୀ ରହିଥିଲା।
ପ୍ରଥମ ଇନିଂସରେ ମୋଟ ୧୯୫ ରନରେ ଅଗ୍ରଣୀ ରହିଥିବା ଟିମ୍‌ ଇଣ୍ଡିଆ ନିଜର ଦ୍ବିତୀୟ ଇନିଂସରେ ୨୮୬ ରନ କରି ଅଲଆଉଟ ହୋଇଯାଇଥିଲା। ଟିମ୍‌ ଇଣ୍ଡିଆ ପକ୍ଷରୁ ଆର.ଅଶ୍ବୀନ ୧୦୬ ରନ କରିଥିବାବେଳେ ଅଧିନାୟକ ବିରାଟ କୋହଲି ୬୨ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜାକ୍ ଲିଚ୍ ଓ ମୋଇନ ଅଲ୍ଲୀ ୪ଟି ଲେଖାଏଁ ୱିକେଟ ନେଇଥିଲେ। ଟିମ୍‌ ଇଣ୍ଡିଆ ୨୮୬ ରନ କରି ଇଂଲଣ୍ଡ ଆଗରେ ୪୮୨ ରନର ଲକ୍ଷ୍ୟ ରଖିଥିଲା। ତେବେ ଟିମ୍‌ ଇଣ୍ଡିଆ ବୋଲର୍‌ଙ୍କ ଦମ୍‌ଦାର ବୋଲିଂ ଯୋଗୁ ଇଂଲଣ୍ଡ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହେବାକୁ ପଡ଼ିଥିଲା। ଏହି ବିଜୟ ଲକ୍ଷ୍ୟର ପିଛା କରିବାକୁ ଯାଇ ଇଂଲଣ୍ଡ ଦଳ ଗତକାଲି ଷ୍ଟମ୍ସ ଅପସାରଣ ବେଳକୁ ୩ ୱିକେଟ ହରାଇ ୫୩ ରନ କରିଥିଲା । ଓପନର ରୋରି ବର୍ନସ ୨୫ ରନ କରି ଆଉଟ ହୋଇଥିବାବେଳେ ଡୋମିନିକ ସିବଲି ୩ ରନ ଓ ଜାକ ଲିଚ୍ କୌଣସି ରନ୍‌ ନ କରି ଆଉଟ ହୋଇଥିଲେ। ଆଜି ସକାଳେ ଡାନିଏଲ ଲରେନ୍ସ ଓ ଜୋ ରୁଟ ବ୍ୟାଟିଂ ଆରମ୍ଭ କରି ବିଶେଷ ଭଲ ପ୍ରଦର୍ଶନ କରିପାରି ନ ଥିଲେ। ଫଳରେ ୧୬୪ରନରେ ସମସ୍ତ ଉଇକେଟ୍ ହରାଇଥିଲା ଇଂଲଣ୍ଡ ଦଳ।

- Advertisement -


ଟେଷ୍ଟ କ୍ୟାରିୟରର ପ୍ରଥମ ମ୍ୟାଚ୍ ଖେଳୁଥିବା ଅକ୍ଷର ପଟେଲ ସର୍ବାଧିକ ୫ଟି ୱିକେଟ ନେଇଥିଲେ। ସେହିପରି ଅଶ୍ୱିନୀ ୩ଟି ଓ କୁଳଦୀପ ଯାଦବ ୨ଟି ୱିକେଟ ନେଇ ଇଂଲଣ୍ଡକୁ ପରାଜୟ ଦ୍ବାର ଦେଶରେ ପହଞ୍ଚାଇବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଶେଷ ଆଡକୁ ମୋଇନ ଅଲ୍ଲୀ ଦ୍ରୁତ ୪୩ ରନ କରିଥିଲେ, କିନ୍ତୁ ଏହା ଇଂଲଣ୍ଡକୁ ପରାଜୟରୁ ରକ୍ଷା କରି ପାରିନଥିଲା।

 

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories