www.samajalive.in
Wednesday, December 10, 2025
18.1 C
Bhubaneswar

କେପିଆର୍‍ ଗ୍ରୁପ୍‌ରେ ନିଯୁକ୍ତି ପାଇଲେ କିସ୍‍ର ୧୫ ଛାତ୍ରଛାତ୍ରୀ

ଭୁବନେଶ୍ବର: କିସ୍‍ର ୧୫ ଜଣ ଛାତ୍ରଛାତ୍ରୀ ତାମିଲ୍‍ନାଡୁର କେପିଆର୍‍ ଗ୍ରୁପ୍‍ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଓ ଶିକ୍ଷକ ଭାବେ ନିଯୁକ୍ତି ପାଇଛନ୍ତି। ତାମିଲନାଡୁରେ ରହି କାମ କରୁଥିବା ଓଡ଼ିଆଙ୍କ ପିଲାମାନଙ୍କୁ ଓଡ଼ିଆରେ ଶିକ୍ଷାଦାନ ପାଇଁ କେପିଆର୍‍ ଗ୍ରୁପ୍‍ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଓଡ଼ିଆ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ଉନ୍ନତି ପାଇଁ ଚେଷ୍ଟା ଜାରି ରଖିଥିବା କେପିଆର୍‍ ଗ୍ରୁପ୍‍ ପକ୍ଷରୁ ସେଠାରେ ବିଦ୍ୟାଳୟର ବ୍ୟବସ୍ଥା ମଧ୍ୟ କରାଯାଇଛି। ସେଠାରେ ଓଡ଼ିଆ ପିଲାମାନଙ୍କ ଶିକ୍ଷାଦାନ ପାଇଁ ଉପଯୁକ୍ତ ଶିକ୍ଷକ ଅଭାବ ପରିଲକ୍ଷିତ ହେଉଥିଲା। ଏ ସଂପର୍କରେ କେପିଆର୍‍ କର୍ତ୍ତୃପକ୍ଷ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଶ୍ରୀ ସାମନ୍ତଙ୍କ ପରାମର୍ଶ କ୍ରମେ କିସ୍‍ କର୍ତ୍ତୃପକ୍ଷ କିସ୍‍ର ୧୫ଜଣ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ନାମ ସୁପାରିଶ କରିଥିଲେ।

 

- Advertisement -

ପ୍ରଥମ ଦଫାରେ କେପିଆର ପକ୍ଷରୁ ଏହି ୧୫ଜଣଙ୍କ ନିକଟକୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ଛାତ୍ରଛାତ୍ରୀମାନେ ସେଠାରେ ସହକାରୀ ପ୍ରଫେସର ଓ ଶିକ୍ଷକ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରିବେ। ପରବର୍ତ୍ତୀ ସମୟରେ କେପିଆର୍‍ ପକ୍ଷରୁ କିସ୍‍ରୁ ଅଧିକ ଛାତ୍ରଛାତ୍ରୀ ଚୟନ କରାଯିବ। ଏହି ଅବସରରେ ନିଯୁକ୍ତି ପତ୍ର ପାଇଥିବା କିସ୍‍ର ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହ ଶନିବାର ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କୁ ଭେଟିଥିଲେ। ଶ୍ରୀ ସାମନ୍ତ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଯୁକ୍ତପତ୍ର ହସ୍ତାନ୍ତର କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories