www.samajalive.in
Tuesday, December 9, 2025
17.1 C
Bhubaneswar

ପରୀକ୍ଷା ପ୍ରସ୍ତୁତି ପାଇଁ ଅଭିଭାବକ ଓ ଶିକ୍ଷକ ବୈଠକ

ଗଡ଼ମଧୁପୁର: ଧର୍ମଶାଳା ବ୍ଲକ ମଧୁପୁରଗଡ ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ଆଭିଭାବକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନ ଶିକ୍ଷକ ସାନ୍ତନୁ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ବୈଠକରେ ୪ଟି ବିଷୟକୁ ନେଇ ଅଲୋଚନା ହୋଇଥିଲା। ୧୦୦ଦିନର ପାଠ୍ୟକ୍ରମରେ ପିଲାମାନଙ୍କର ଓ ଅଭିଭାବକ ମାନଙ୍କ ଭୂମିକା, ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ପରୀକ୍ଷା ପ୍ରସ୍ତୁତି, ବିଦ୍ୟାଳୟରେ ସାମାଜିକ ଦୁରତା ରକ୍ଷା ଓ ପରୀକ୍ଷା ଦର୍ପଣ, ବିଦ୍ୟାଳୟର ଉନ୍ନତି ବିଷୟରେ ବିଷଦ ଭାବରେ ପିଲାମାନଙ୍କୁ ବୁଝାଇବା ସହିତ ଏଥିରେ ଅଭିଭାବକ ଓ ଶିକ୍ଷକ ମନେ କିପରି ନିଜର ଦାୟିତ୍ୱ ନିର୍ବାହ କରିବେ ତାହା ଆଜିର ବୈଠକର ବିଷୟ ବସ୍ତୁ ଥିଲା। କୋଭିଡ ୧୯ ପରେ ଏବେ ବିଦ୍ୟାଳୟ ଖୋଲିଛି। ସରକାର ଏକ ଶହେ ଦିନିଆ ପାଠ୍ୟକ୍ରମର ଘୋଷଣା କରି ଏହି ୧୦୦ଦିନରେ କିପରି ଶିକ୍ଷକମାନେ ପାଠ୍ୟକ୍ରମକୁ ଶେଷ କରି ପିଲାଙ୍କୁ ପରିକ୍ଷା ପାଇଁ ପ୍ରସ୍ତୁତ କରିବେ ନିଜର ପ୍ରତିବଧତା ବିଷୟରେ ସୁଚନା ଦେଇଥିଲେ। ସରକାରୀ ଭାବେ ଜାରୀ କରାଯାଇଥିବା କରୋନା କଟକଣାକୁ ବିଦ୍ୟାଳୟ କତ୍ତୃପକ୍ଷ ନିଷ୍ଠାର ସହିତ ପାଳନ କରିବା ସହିତ ସାମାଜିକ ଦୂରତା ବଜାୟ ରକ୍ଷା ପାଇଁ ପିଲାମାନଙ୍କର ମାସ୍କ ବ୍ୟବହାର, ହାତ ସାନିଟାଇଜ, ସାବୁନ ଆଦିର ବ୍ୟବହାର କରା ଯାଉଥିବା ପ୍ରଧାନ ଶିକ୍ଷକ ସୁଚନା ଦେଇଥିଲେ। ବିଶେଷ ଭବାରେ ଏହି ବୈଠକରେ ପିଲାଙ୍କ ପାଇଁ ସରକାର ଯୋଗାଇ ଦେଇଥିବା ପରୀକ୍ଷା ଦର୍ପଣ କିପରି ପିଲାଙ୍କ ପରୀକ୍ଷା ପାଇଁ ଉପାଦେୟ ସେ ବିଷୟରେ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାଇ ଦେଇଥିଲେ। ଆଜିର ଏହି ବୈଠକରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଛାତ୍ର ଅଭିଭାବକ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଶିକ୍ଷକ ତପନ କୁମାର ମିଶ୍ର ବୈଠକ ସଂଯୋଜନା କରିଥିବା ବେଳେ ସନାତନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories