www.samajalive.in
Tuesday, December 9, 2025
16.1 C
Bhubaneswar

୨୦୨୦ରେ ଆସିଛି ୯୬୫ ଭୂକମ୍ପ

ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରେ ଭୂକମ୍ପ ହେଉଛି ଅନ୍ୟତମ। ଏହାର ତୀବ୍ରତା ଯେତେ ଅଧିକ ହୁଏ, କ୍ଷୟକ୍ଷତି ପରିମାଣ ସେତିକି ବଢ଼ିଥାଏ। ତେବେ ସବୁବେଳେ ସମାନ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇ ନ ଥାଏ। କେତେବେଳେ ଏହାର ତୀବ୍ରତା କମ୍‌ ଥାଏ ତ ଆଉ କେତେବେଳେ ଅଧିକ ରହିଥାଏ। ୨୦୨୦ରେ ଦେଶରେ ମୋଟ ୯୬୫ ଥର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ପ୍ରତିଦିନ ହିସାବରେ ଦେଖିଲେ ଦୈନିକ ୨/୩ ଥର ଭୂକମ୍ପନ ହୋଇଥିବା ନ୍ୟାଶନାଲ ସେଣ୍ଟର ଅଫ ସେସିମୋଲୋଜି (ଏନସିଏସ) ତରଫରୁ ସୂଚନା ଦିଆଯାଇଛି।

ଏନସିଏସ ପକ୍ଷରୁ ଭୂବିଜ୍ଞାନ ମନ୍ତ୍ରଣାଳୟକୁ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏହି ୯୬୫ ଭୂକମ୍ପର ତୀବ୍ରତା ୨ ଏବଂ ତା’ଠାରୁ ଅଧିକ ରହିଥିଲା। ସେଥିରୁ ୧୩ଟି ଦିଲ୍ଲୀ-ଏନସିଆର ଅଞ୍ଚଳରେ ଅନୁଭୂତ ହୋଇଛି। ତେବେ ଗତବର୍ଷ ଜୁଲାଇ ୨୨ରେ ଅନୁଭୂତ ହୋଇଥିବା ଭୂମିକମ୍ପ ଅଧିକ ଶକ୍ତିଶାଳୀ ରହିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା। ଏହାର କେନ୍ଦ୍ରସ୍ଥଳ ଥିଲା ଚୀନର ସିଜାଙ୍ଗ ଅଞ୍ଚଳରେ।

- Advertisement -

ଏହାବ୍ୟତୀତ ୨ଟି ଭୂକମ୍ପର ତୀବ୍ରତା ୬ ରହିଥିଲାବେଳେ ୫ରୁ ୬ ତୀବ୍ରତା ମଧ୍ୟରେ ୨୫ ଭୂକମ୍ପ ଅନୁଭୂତ ହୋଇଥିଲା। ୩ରୁ ୪ ତୀବ୍ରତା ମଧ୍ୟରେ ୩୮୮ ଏବଂ ୨ରୁ ୩ ତୀବ୍ରତା ମଧ୍ୟରେ ୧୦୮ ଭୂକମ୍ପ ହୋଇଥିଲା। ଭୂବିଜ୍ଞାନୀମାନଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ପୃଥିବୀ ପୃଷ୍ଠର ଟେକ୍ଟୋନିକ୍‌ ପ୍ଲେଟ୍‌ ଖସିପାରେ ଲାଗିଛି, ଯେଉଁ କାରଣରୁ ଏତେ ମାତ୍ରାରେ ଭୂମିକମ୍ପ ଆସୁଛି। ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଅନେକ ସମୟରେ ଦୁଇଟି ଟେକ୍ଟୋନିକ୍‌ ପ୍ଲେଟ ମଧ୍ୟରେ ସୃଷ୍ଟି ହେଉଥିବା ଗ୍ୟାସ୍‌ ଅଥବା ଚାପ ଯେତେବେଳେ ରିଲିଜ୍‌ ହୁଏ, ସେତେବେଳେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥାଏ। ଖରାଦିନେ ଏହା ଅଧିକ ଦେଖିବାକୁ ମିଳିଥାଏ।

କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରୀ ଡା. ହର୍ଷବର୍ଦ୍ଧନ କହିଛନ୍ତି ​‌ଯେ, ନ୍ୟାଶନାଲ ସେସିମୋଲୋଜିକାଲ ନେଟୱର୍କ ୨୦୨୧-୨୨ରେ ୩୫ଟି ଫିଲ୍‌ଡ ଷ୍ଟେଶନ ଲଗାଇବାକୁ ଯୋଜନା କରିଛି। ଏହା ସହିତ ଦେଶରେ ମୋଟ ୧୫୦ ଭୂକମ୍ପ ଷ୍ଟେଶନ ହୋଇଯିବ, ଯେଉଁଗୁଡ଼ିକ ପୃଥିବୀ ପୃଷ୍ଠରେ ଘଟୁଥିବା ଅସ୍ଥିରତା ସମ୍ପର୍କରେ ସୂଚନା ଦେବ। ହର୍ଷବର୍ଦ୍ଧନଙ୍କ କହିବା ଅନୁସାରେ, ଦେଶକୁ ୪ଟି ଭୂକମ୍ପ ଜୋନ୍‌ରେ ବଣ୍ଟନ କରାଯାଇଛି। ସେଗୁଡ଼ିକୁ ହେଉଛି ଜୋନ-୨, ଜୋନ-୩, ଜୋନ-୪ ଏବଂ ଜୋନ୍‌-୫।

pic courtesy jagran.com

ସବୁଠୁ ଅଧିକ ଭୂକମ୍ପ ସୃଷ୍ଟି ହେଉଥିବା ଅଞ୍ଚଳକୁ ଜୋନ-୫ରେ ସାମିଲ କରାଯାଇଛି। ସେଗୁଡ଼ିକ ମଧ୍ୟରେ କାଶ୍ମୀର ଘାଟିର ଅଂଶ, ହିମାଚଳ ପ୍ରଦେଶର ପଶ୍ଚିମ ଭାଗ, ଉତ୍ତରାଖଣ୍ଡର ପୂର୍ବ ଭାଗ, ଗୁଜରାଟର କଚ୍ଛ, ଉତ୍ତର ବିହାର, ସମସ୍ତ ଉତ୍ତର-ପୂର୍ବ ରାଜ୍ୟ ଏବଂ ଆଣ୍ଡାମାନ-ନିକୋବାର ରହିଛନ୍ତି। ଅନ୍ୟପଟେ ଜୋନ-୪ରେ ଲଦାଖ, ଜାମ୍ମୁ-କାଶ୍ମୀରର କିଛି ଅଂଶ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡ, ହରିୟାଣା ଓ ପଞ୍ଜାବର କିଛି ଅଂଶ, ଦିଲ୍ଲୀ, ସିକ୍କିମ, ଉତ୍ତର ପ୍ରଦେଶର ଉତ୍ତର ଭାଗ, ବିହାର ଏବଂ ପଶ୍ଚିମବଙ୍ଗର କିଛି ଅଂଶ, ଗୁଜରାଟ ଏବଂ ମହାରାଷ୍ଟ୍ରର ପଶ୍ଚିମ ଅଂଶ ଏବଂ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଅନ୍ତର୍ଭୁକ୍ତ।

ଅନ୍ୟପଟେ ଜୋନ-୩ରେ କେରଳ, ଲାକ୍ଷାଦ୍ବୀପ, ଉତ୍ତର ପ୍ରଦେଶର ତଳିଆ ଅଞ୍ଚଳ, ଗୁଜରାଟ-ପଞ୍ଜାବର କିଛି ଅଂଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଉତ୍ତର ଝାଡ଼ଖଣ୍ଡ, ଛତିଶଗଡ଼, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ ଏବଂ କର୍ଣ୍ଣାଟକ ଥିବାବେଳେ ଜୋନ-୨ ତଥା ସବୁଠୁ କମ୍‌ ଭୂକମ୍ପ ଅନୂଭତ ଅଞ୍ଚଳରେ କିଛି ଛୋଟ ଛୋଟ ଅଞ୍ଚଳ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories