www.samajalive.in
Monday, December 8, 2025
27.1 C
Bhubaneswar

୧୫ରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରବୃଦ୍ଧି ବିରୋଧରେ କଂଗ୍ରେସର ୬ଘଣ୍ଟିଆ ବନ୍ଦ ଡାକରା

ସମ୍ବଲପୁର: ର୍ତ୍ତମାନ ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅତ୍ୟବଶ୍ୟକୀୟ ସାମଗ୍ରୀ ଗୁଡିକର ଆକାଶ ଛୁଆଁ ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ପକ୍ଷରୁ ଆସନ୍ତା ୧୫ ତାରିଖରେ ସକାଳ ୭ଟାରୁ ୧ ଟା ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି। ଏ ସର୍ମ୍ପକରେ ଜିଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁଙ୍କ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟୀ, ଦୈନନ୍ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗୁଡିକର ଅହେତୁକ ମୂଲ୍ୟ ବୃଦ୍ଧି ଯୋଗୁଁ ଜନତାର ଆର୍ଥିକ ମେରୁଦଣ୍ଡ ସମ୍ପୁର୍ଣ୍ଣ ରୂପେ ଦୋହଲି ଯାଇଛି। କରୋନା ଦ୍ୱାରା ପ୍ରଭାବିତ ଓ ଜର୍ଜରିତ ହେବା ଫଳରେ ପୂର୍ବରୁ ଜନସାଧାରଣ ଆର୍ଥିକ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ବେଳେ ରାଜ୍ୟ ସରାକର ବିବେକହୀନ ଭାବରେ ବିଦ୍ୟୁତ ଶୁଳ୍କକୁ ମଧ୍ୟ ବୃଦ୍ଧି କରିଛନ୍ତି। ଏହା ବେଡି ଉପରେ କୋରଡା ମାଡ ସଦୃଶ। ରାଜ୍ୟରେ ବେକାର ସମସ୍ୟା, ନାରୀ ନିର୍ଯ୍ୟାତନା, ଶିଶୁ ନିଖୋଜ, କୃଷକ ଓ ଶ୍ରମିକଙ୍କ ସମସ୍ୟା, ରାଜନୈତିକ ହତ୍ୟାକାଣ୍ଡ ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୁର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। କେନ୍ଦ୍ର ସରକାରଙ୍କ କୃଷକ ବିରୋଧି ଆଇନ ପ୍ରଣୟନ ଯୋଗୁଁ ସମଗ୍ର ଦେଶରେ ଚାଷୀ ମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଗତ ୮୦ ଦିନ ହେବ ଆନ୍ଦୋଳନରତ ରହିଛନ୍ତି। ଏଭଳି ସଙ୍କଟଜନକ ପରିସ୍ଥିତିରେ ଜନତାଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ବନ୍ଦର ଆହ୍ୱାନ ଦିଆଯାଇଛି। ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ୬ ଘଣ୍ଟା ବ୍ୟାପି ପାଳିତ ହେବାକୁ ଥିବା ଏହି ବନ୍ଦ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସ୍ୱାସ୍ଥ୍ୟ ସେବା, ଆମ୍ବୁଲାନ୍ସ, ରୋଗୀ ସେବା, ବୈବାହିକ କାର୍ଯ୍ୟ ଗୁଡିକୁ ବାଦ ଦିଆଯିବ। ସୋମବାର ଏହି ବନ୍ଦ ସମୟରେ ସମସ୍ତ ସ୍କୁଲ, କଲେଜ, ସରକାରୀ ଓ ବେସକାରୀ ସଂସ୍ଥା ତଥା କାର୍ଯ୍ୟାଳୟ, ଦୋକାନ ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଯାନବାହାନ ଚଳାଚଳକୁ ବନ୍ଦ କରିବା ପାଇଁ ଜିଲା ସଭାପତି ତଥା ପୂର୍ବତନ ବିଧାୟକ ଗୁରୁ ଜନତାଙ୍କୁ ଅନୁରୋଧ କରିଛନ୍ତି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories