www.samajalive.in
Monday, December 8, 2025
27.1 C
Bhubaneswar

ରାଗି ପଳାଇଯାଉଥିବା ନାବାଳିକାକୁ ଉଦ୍ଧାର କଲେ ଶିକ୍ଷୟିତ୍ରୀ

ପାଟଣା : ମୟୁରଭଞ୍ଜ ଜିଲ୍ଲା ଯଶିପୁର ଅଞ୍ଚଳର ଜଣେ ୧୪ ବର୍ଷିୟା ଆଦିବାସୀ ନାବାଳିକା ଗତ ରବିବାର କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିପୁର ଗ୍ରାମର ପୀଉସୀ ପାର୍ବତୀ ସୋରେନଙ୍କ ଘରକୁ ବୁଲି ଆସିଥିବା ବେଳେ ଆଜି କୈାଣସି କାରଣରୁ ପୀଉସୀ ସଂପୃକ୍ତା ନାବାଳିକାକୁ ଗାଳିଗୁଲଜ କରିଥିଲେ । ପୀଉସୀଙ୍କ ଠାରୁ ଗାଳି ଶୁଣିବା ପରେ ନାବାଳିକା ଜଣଙ୍କ ପୀଉସୀ ଘର ଛାଡ଼ି କେନ୍ଦୁଝରରୁ ଶୁକୃଳି ଯାଉଥିବା ଅନନ୍ତ କେଶରୀ ବସରେ ନିଜ ଗାଁକୁ ଫେରିଯିବା ପାଇଁ ବାହାରିଥିଲେ । ତେବେ ବସଟି କେନ୍ଦୁଝର ଛାଡ଼ିବା ପରେ କଣ୍ଡକ୍ଟର ନାବାଳିକା ଜଣଙ୍କୁ ବସ୍ ଭଡା ମାଗିବାରୁ ସେ ମାତ୍ର ୧୦ ଟଙ୍କା ଦେଇଥିଲେ । ବସରେ ପାଖରେ ବସିଥିବା ତୁରୁମୁଙ୍ଗା ଦଧିବାମନ ହାଇସ୍କୁଲର ଶିକ୍ଷୟିତ୍ରୀ ପୁଷ୍ପଲତା ପଣ୍ଡା ସଂପୃକ୍ତା ନାବାଳିକାକୁ ଘଟଣା ସମ୍ପର୍କରେ ପଚାରି ସବିଶେଷ ଜାଣିବା ପରେ ଏବେ ରାତି ହୋଇ ଯାଇଥିବାରୁ ସୁରକ୍ଷା ଚିନ୍ତା କରି ନାବାଳିକାକୁ ନିଜ ସାଥିରେ ନେଇ ତୁରୁମୁଙ୍ଗାରେ ଓହ୍ଲାଇଥିଲେ । ଭୋକରେ ଥିବା ନାବାଳିକାକୁ ଶିକ୍ଷୟିତ୍ରୀ ଜଣଙ୍କ ଖୁଆଇବା ପରେ ତାକୁ ତୁରୁମୁଙ୍ଗା ପୋଲିସର ଜିମା ଦେଇଥିଲେ । ତୁରୁମୁଙ୍ଗା ପୋଲିସ ପକ୍ଷରୁ କେନ୍ଦୁଝର ଚାଇଲ୍ଡ ଲାଇନ ପ୍ରତିନିଧିଙ୍କୁ ଡକାଯାଇ ଏହି ନାବାଳିକାକୁ ହସ୍ତାନ୍ତର କରାଯାଇଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories