www.samajalive.in
Saturday, December 6, 2025
26.1 C
Bhubaneswar

ପୁଅର ଭୁଲ ପାଇଁ ବାପାର ଆତ୍ମହତ୍ୟା, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ : ପରଠାରୁ ଗାଡି ମାଗି ଆଣ ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକ ମାଗିବା କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କଲା। ଏଭଳି ଦୁଃଖଦ ଘଟଣା ଘଟିଛି ଗୋଚ୍ଛାପଡା ଥାନା କିଲୁପଙ୍ଗା ଗ୍ରାମରେ।

ସୂଚନା ପ୍ରକାରେ, ଏହି ଗ୍ରାମର ନବ କିଶୋର କହଁରଙ୍କ ପୁଅ ତାର ଜଣେ ସାଙ୍ଗଠାରୁ ଏକ ଦାମିକା ବାଇକ ମାଗି ଆଣିଥିଲା। ତେବେ ସଉକରେ ଏହି ଗାଡି ଚଳାଇବା ବେଲେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗିରୁଜି ଯାଇଥିଲା। ଏହି ଘଟଣା ପରେ ଗାଡି ମାଲିକ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ ଦୁର୍ଘଟଣା ଘଟାଇଥିବା ଯୁବକର ବାପା ନବ କିଶୋରଙ୍କୁ। କିନ୍ତୁ ଏତେ ଟଙ୍କା ଦେବାର ସାମର୍ଥ୍ୟ ନଥିଲା ନବକିଶୋରଙ୍କର। ଏହାକୁ ନେଇ ନବଙ୍କ ପରିବାର ଭିତରେ ବାପ ପୁଅ ଭିତରେ ମନାନ୍ତର ହୋଇଥିଲା। ରାତିରେ ଖାଇ ପିଇ ଅଲଗା ଘରେ ଶୋଇଥିଲେ ନବ କିଶୋର। ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକେ ଡାକିବାରେ ଦୁଆର ଖୋଲିଥିଲେ ନବ। ତେବେ ସେତେବେଳକୁ ସେ କୀଟନାଶକ ପିଇ ଦେଇଥିବା ଜଣାପଡିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଚି। ଗୋଚ୍ଛାପଡା ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ୨ା୨୧ ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ଜଣାଇଛନ୍ତି।

- Advertisement -

 

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories