ପେଟ୍ରୋଲ ୭୭ ଟଙ୍କା ଟପିଲା
ନୂଆଦିଲ୍ଲୀ : ପେଟ୍ରୋଲ ଦର ଲିଟର ପିଛା ୭୭ ଟଙ୍କା ଟିପିଛି। ଦୀର୍ଘ ଦୁଇ ମାସ ପରେ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ଘଟି ଏହି ସ୍ତରରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ଯୋଗୁ ପେଟ୍ରୋଲ ମୂଲ୍ୟରେ ଏହି ବୃଦ୍ଧି ଘଟିଥିବା କୁହାଯାଉଛି। ଅନ୍ୟପକ୍ଷରେ ଶେଷ ଥର ପାଇଁ ପେଟ୍ରୋଲ ମୂଲ୍ୟ ଜୁନ୍ ୯ରେ ଲିଟର ପିଛା ୭୭ ଟଙ୍କା ୨ ପଇସା ରହିଥିଲା।
ରାଜଧାନୀ ନୂଆଦିଲ୍ଲୀରେ ମଙ୍ଗଳବାର ପେଟ୍ରୋଲ ଲିଟର ପିଛା ୯ ପଇସା ବୃଦ୍ଧି ଘଟି ୭୭ ଟଙ୍କା ୦୬ ପଇସା ହୋଇଛି। ସେହିଭଳି ଡିଜେଲ ମୂଲ୍ୟରେ ଲିଟର ପିଛା ୬ ପଇସା ବୃଦ୍ଧି ଘଟି ୬୮ ଟଙ୍କା ୫୦ ପଇସାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ବୃଦ୍ଧି ଯୋଗୁ ଜୁଲାଇ ୩୦ ଠାରୁ ପେଟ୍ରୋଲ ଏବଂ ଡିେଜଲର ଖୁଚୁରା ମୂଲ୍ୟରେ ବୃଦ୍ଧି ଘଟୁଛି। ତେବେ ଏହି ୯ ଦିନ ମଧ୍ୟରେ ପେଟ୍ରୋଲ ମୂଲ୍ୟରେ ୯୦ ପଇସା ଏବଂ ଡିଜେଲରେ ଲିଟର ପିଛା ୮୮ ପଇସା ବୃଦ୍ଧି ଘଟିଛି। ତେବେ ଶେଷ ଥର ପାଇଁ ଚଳିତବର୍ଷ ମେ ୨୯ରେ ପେଟ୍ରୋଲ ଦର ଲିଟର ପିଛା ସର୍ବକାଳୀନ ୭୮ ଟଙ୍କା ଛୁଇଁଥିବାବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୬୯ ଟଙ୍କା ୩୦ ପଇସା ରହିଥିଲା। ସେହିଭଳି ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ୯ ପଇସା ବୃଦ୍ଧି ଘଟି ୭୬ ଟଙ୍କା ୦୪ ବୃଦ୍ଧି ଘଟିଥିବାବେଳେ ଡିଜେଲ ମୂଲ୍ୟରେ ଲିଟର ପିଛା ୭ ଟଙ୍କା ବୃଦ୍ଧି ଘଟି ୭୩ ଟଙ୍କା ୫୩ ପଇସାରେ ପହଞ୍ଚଛି।