www.samajalive.in
Monday, December 8, 2025
24.1 C
Bhubaneswar

ଶୁକ୍ରବାର ପାଇଁ ୫ଟି ସରଳ ଉପାୟ

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଦେବ ଅଥବା ଶୁକ୍ର ଗ୍ରହଙ୍କୁ ସୁଖସମୃଦ୍ଧିର କାରକ ବୋଲି କୁହାଯାଏ। ଶୁକ୍ରଗ୍ରହଙ୍କୁ ପ୍ରେମ ସମ୍ବନ୍ଧର କାରକ ବୋଲି ମଧ୍ୟ କୂୁହାଯାଏ। ଶୁକ୍ରଙ୍କ ଶୁଭଫଳ ପ୍ରାପ୍ତି ପାଇଁ ଶୁକ୍ରବାର ଖୁବ ଶୁଭ ଦିନ ବୋଲି ମାନ୍ୟତା ରହିଛି। ଶୁକ୍ରଙ୍କ କୃପାରୁ ସୁଖଶାନ୍ତି, ସମୃଦ୍ଧି, ବୈଭବ ଓ ଘରେ ଆର୍ଥିକ ଉନ୍ନତି ହୋଇଥାଏ। ତେବେ ଜାଣନ୍ତୁ ଶୁକ୍ରବାର ପାଇଁ କିଛି ସରଳ ଉପାୟ….
ଶୁକ୍ରବାର ଦିନ ପ୍ରାତଃ ସମୟରେ ଉଠି ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି ମା’ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ। ମା’ଙ୍କ ନିକଟରେ ପ୍ରାର୍ଥନା କରନ୍ତୁ। ପଦ୍ମ ଫୁଲ ଅର୍ପଣ କରନ୍ତୁ।
ଶୁକ୍ରବାର ଦିନ ଖିରି ପ୍ରସ୍ତୁତ କରି ସେଥିରେ କିଛି କେସର ପକାନ୍ତୁ। ଏହାପରେ ମା’ଲକ୍ଷ୍ମୀଙ୍କ ନିକଟରେ ଏହି ଖିରୀ ଭୋଗ କରନ୍ତୁ। ଆଉ କିଛି ଖିରୀକୁ ୩ଟି ଶିଶୁ କନ୍ୟାକୁ ଖାଇବାକୁ ଦିଅନ୍ତୁ। ଏହାସହ କିଛି ଦକ୍ଷିଣା ଓ ହଳଦିଆ ବସ୍ତ୍ର ମଧ୍ୟ ଦିଅନ୍ତୁ। ଏହା ଦ୍ୱାରା ମା’ଙ୍କ ଖୁବ କୃପା ମିଳିଥାଏ।
ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ପାଇଁ ଶୁକ୍ରବାର ଦିନ ପ୍ରେମୀ ପକ୍ଷୀଯୁଗଳଙ୍କ ସୋ ପିସ୍‍ ଆଣି ଶୟନ କକ୍ଷରେ ରଖନ୍ତୁ।
ଶୁକ୍ରବାର ଦିନ ଧବଳ ବସ୍ତ୍ର,ଅତର (ପରଫ୍ୟୁମ) ଆଦି ଦାନ କରନ୍ତୁ। ଏହାଛଡା ନିଜେ ମଧ୍ୟ ପରଫ୍ୟୁମ ବ୍ୟବହାର କରନ୍ତୁ।
ଜାତକରେ ଶୁକ୍ରଙ୍କ ଉତ୍ତମ ସ୍ଥିତି ପାଇଁ ଶୁକ୍ରବାର ଦିନ ଶୁକ୍ର ସ୍ତୋତ୍ର ପାଠ କରନ୍ତୁ। ଏହାଦ୍ୱାରା ଶୁକ୍ରଙ୍କ ଉତ୍ତମ ଓ ଶୁଭଫଳ ପ୍ରାପ୍ତି ହୋଇଥାଏ।

 

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories