www.samajalive.in
Tuesday, December 9, 2025
15.1 C
Bhubaneswar

ବିନା ଅଧିକାରୀରେ ଚାଲିଛି ଦୁଇ ଦୁଇଟି ଫାଣ୍ଡି 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ୨ଗୋଟି ଫାଣ୍ଡି ବିନା ଅଧିକାରୀରେ ଚାଲିଥିବା ଜଣାପଡିଛି। ଯଦ୍ୱାରା କି ସ୍ଥାନୀୟ ଲୋକଙ୍କୁ ତେନ୍ତୁଳୀଖୁଣ୍ଟି ଥାନା ଉପରେ ନିର୍ଭର କରିବାକୁ ପଡୁଛି।

ସୂଚନା ମୁତାବକ, ତେନ୍ତୁଳୀଖୁଣ୍ଟି ଥାନା ଅନ୍ତର୍ଗତ ପାତ୍ରପୁଟ ଫାଣ୍ଡିରେ ଆଜକୁ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ଫାଣ୍ଡି ଅଧିକାରୀ ନ ଥିବା ବେଳେ କାମତା ଫାଣ୍ଡିରେ ମଧ୍ୟ ଆଜକୁ ୨ ବର୍ଷ ହେବ କେହି ଫାଣ୍ଡି ଅଧିକାରୀ ନଥିବା ଯୋଗୁଁ ସ୍ଥାନୀୟ ଲୋକେ ତେନ୍ତୁଳୀଖୁଣ୍ଟି ଥାନା ଉପରେ ନିର୍ଭର କରୁଛନ୍ତି। ତେନ୍ତୁଳୀଖୁଣ୍ଟି ଥାନାରୁ ପାତ୍ରପୁଟ ଫାଣ୍ଡିର ଦୂରତା ପ୍ରାୟ ୧୮ କିମି। ଏହି ଫାଣ୍ଡିରେ ଜଣେ ଫାଣ୍ଡି ଅଧିକାରୀ ରବି କୁମାର ପ୍ରଧାନଙ୍କ ସହ ୨ଜଣ ସିପାହୀ ଏବଂ ୯ଜଣ ହୋମଗାର୍ଡ କାର୍ୟ୍ୟରତ ଥିଲେ, କିନ୍ତୁ ଗଲା ବର୍ଷ ଫାଣ୍ଡି ଅଧିକାରୀଙ୍କୁ ଅନ୍ୟତ୍ର ବଦଳି ହୋଇଯିବା ପରେ ଆଜକୁ ପ୍ରାୟ ଏକ ବର୍ଷ ହେବ ପାତ୍ରପୁଟ ଫାଣ୍ଡିଟି ବିନା ଅଧିକାରୀରେ ଚାଲିଛି। ସେହିପରି କାମତା ଫାଣ୍ଡି ତେନ୍ତୁଳୀଖୁଣ୍ଟି ଥାନାରୁ ୭ କିମି ଦୂରତାରେ ଥିବାବେଳେ ଏଠାରେ ଥିବା ଫାଣ୍ଡି ଅଧିକାରୀ ସରୋଜ କୁମାର ସେନାପତି ଆଜକୁ ୨ ବର୍ଷ ହେବ ସେଠାରୁ ଅନ୍ୟତ୍ର ବଦଳି ହେବାପରେ ତାଙ୍କ ସ୍ଥାନରେ ମଧ୍ୟ ଅନ୍ୟ କାହାକୁ ନିଯୁକ୍ତି ଦିଆଯାଇ ନଥିବା ଯୋଗୁଁ ଏଠାରେ ମଧ୍ୟ ବିନା ଅଧିକାରୀରେ ଚାଲିଛି ଫାଣ୍ଡି। ଏହି ଫାଣ୍ଡିରେ ୭ଜଣ ହୋମଗାର୍ଡ ଏବଂ ୨ଜଣ ସିପାହୀଙ୍କ ଦ୍ୱାରା ଚାଲିଛି ଫାଣ୍ଡି। ଏହି ଦୁଇଗୋଟି ଫାଣ୍ଡି ମଧ୍ୟରୁ ପାତ୍ରପୁଟ ଫାଣ୍ଡି ଉପରେ ୩ଟି ପଂଚାୟତ ତଥା ପାତ୍ରପୁଟ, କଟାଗାଁ ଏବଂ ଝରିଗୁମାର ଲୋକେ ନିର୍ଭର କରିଥିବା ବେଳେ କାମତା ଫାଣ୍ଡି ଉପରେ କାମତା, ଅଁଳାଭାଟା, କଙ୍ଗରା ଏବଂ ଅଞ୍ଚଳଗୁମା ପଂଚାୟତବାସୀ ନିର୍ଭର କରିଥାନ୍ତି। କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିଲେ ସ୍ଥାନୀୟ ଲୋକଙ୍କୁ ଗାଡି ଭଡା କରି ତେନ୍ତୁଳୀଖୁଣ୍ଟି ଥାନାକୁ ଯିବାକୁ ପଡୁଛି। ଯଦ୍ୱାରା କି ସ୍ଥାନୀୟ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏ ନେଇ ତେନ୍ତୁଳୀଖୁଣ୍ଟି ଥାନା ଅଧିକାରୀଙ୍କୁ ପଚାରିବାରୁ ତାଙ୍କ କହିବା ଅନୁଯାଇ ତେନ୍ତୁଳୀଖୁଣ୍ଟି ଥାନାରୁ ୭ କିମି ଦୂରତା ଥିବା ଯୋଗୁଁ ସେହି ଫାଣ୍ଡିକୁ ଆମେ କଣ୍ଟ୍ରୋଲ କରି ପାରୁଛୁ। ପାତ୍ରପୁଟ ଏଠାରୁ ୧୭ /୧୮ କିମି ଦୂରତା ଥିବା ଯୋଗୁଁ ଆମକୁ କଣ୍ଟ୍ରୋଲ କରିବାକୁ ଅସୁବିଧା ହେଉଥିବା କହିଛନ୍ତି। ଶୀଘ୍ର ଏହି ଫାଣ୍ଡି ମାନଙ୍କରେ ସ୍ଥାୟୀ ଅଧିକାରୀ ନିଯୁକ୍ତି ପାଇଁ ସ୍ଥାନୀୟ ବାସୀନ୍ଦା ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories