www.samajalive.in
Monday, December 8, 2025
17.1 C
Bhubaneswar

କ୍ୟାନ୍‌ସର ମୁକାବିଲା ପାଇଁ ତତ୍ପରତା, ୫ ବର୍ଷରେ ସ୍ବୟଂସମ୍ପୂର୍ଣ୍ଣ ହେବ ୧୧ ୟୁନିଟ୍‌

ଭୁବନେଶ୍ୱର: କ୍ୟାନ୍‌ସର ମୁକାବିଲା ପାଇଁ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆସନ୍ତା ୫ ବର୍ଷରେ ବିଭିନ୍ନ ଜିଲାରେ ୧୧ଟି କର୍କଟ କେନ୍ଦ୍ର ସମ୍ପ୍ରସାରିତ କରି ଏହାକୁ ସ୍ବୟଂସମ୍ପୂର୍ଣ୍ଣ କରାଯିବ। ଯେଉଁଠି ରୋଗୀଙ୍କୁ ସମସ୍ତ ଅତ୍ୟାଧୁନିକ ଚିକିତ୍ସା ସେବା ପ୍ରଦାନ କରାଯିବ। ବିଶେଷ କରି ରୋଗୀଙ୍କୁ ଲିନାକ ରେଡିଓଥେରାପି ପରି ସେବା ଯୋଗାଇ ଦିଆଯିବ। ରାଜ୍ୟ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନ ଥିବାବେଳେ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି କେନ୍ଦ୍ରକୁ ସ୍ବୟଂସମ୍ପୂର୍ଣ୍ଣ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ବାକି ୪ଟିର କରାଯିବ ବୋଲି ଜଣାପଡ଼ିଛି। ଏହାସହିତ କ୍ୟାପିଟାଲ ହସ୍ପିଟାଲ କେନ୍ଦ୍ରକୁ ସମ୍ପ୍ରସାରଣ କରାଯିବା ସହିତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରକୁ ନବୀକରଣ କରାଯିବ।
ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ଅର୍ଥାତ ୨୦୨୧-୨୨ରେ ୭ଟି କେନ୍ଦ୍ରର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଏଥିରେ ରହିଛି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର, ବରଗଡ, କ୍ୟାପିଟାଲ ହସ୍ପିଟାଲ, କୋରାପୁଟ ମେଡିକାଲ କଲେଜ। ସେହିପରି ଆଚାର୍ଯ୍ୟ ହରିହର କେନ୍ଦ୍ରର ନବୀକରଣ କରାଯିବ। ଏହାଛଡ଼ା ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍‌ ୨୦୨୬ ସୁଦ୍ଧା ବାଲେଶ୍ବର, ବଲାଙ୍ଗୀର, ଅନୁଗୋଳ ଏବଂ ଭବାନୀପାଟଣାରେ ଜିଲା କର୍କଟ ଚିକିତ୍ସା ଶାଖା ପ୍ରତିଷ୍ଠା କରାଯିବ। ପ୍ରାରମ୍ଭରେ ୫୦୦ କୋଟି ବ୍ୟବବରାଦ ହୋଇଛି। ତେବେ ଭିତ୍ତିଭୂମିରୁ ଆରମ୍ଭ କରି ସେବା ଯୋଗାଇଦେବା ପର୍ଯ୍ୟନ୍ତ ବ୍ୟୟବରାଦ ହୋଇଥିବା ଅଟକଳ ବୃଦ୍ଧି ହୋଇପାରେ। ଡିଷ୍ଟ୍ରିବ୍ୟୁଟେଡ କ୍ୟାନ୍‌ସର କେୟାର ଯୋଜନାରେ ଏସବୁ କାର୍ଯ୍ୟ କରାଯିବ।

କ୍ୟାପିଟାଲ ହସ୍ପିଟାଲରେ ସ୍ବଂୟସମ୍ପୂର୍ଣ୍ଣ କେନ୍ଦ୍ର ନେଇ ଯୋଜନା ସରିଛି। ଯାହାକି ଆସନ୍ତା ବର୍ଷ ‌େ‌ଶଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ। ଏନେଇ ପ୍ରଶାସନିକ ଅନୁମତି ମିଳିସାରିଥିବାବେଳେ ୪୦୦୦ ବର୍ଗଫୁଟରେ ୩ ମହଲା(ଜି୨) ବିଲ୍ଡିଂ ନିର୍ମାଣ କରାଯିବ। ପୂର୍ବରୁ ଏନେଇ ବ୍ୟୟବରାଦ ୩୬ କୋଟି ରହିଥିବାବେଳେ ଏହାକୁ ବୃଦ୍ଧି କରି ୫୨ କୋଟି କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ କ୍ୟାପିଟାଲ ହସ୍ପିଟାଲ ଭିତ୍ତିଭୂମି କାର୍ଯ୍ୟ ପାଇଁ ୪ କୋଟି ଟଙ୍କା ଦିଆସରିଛି। ଯାହାକି ଆସନ୍ତା ବର୍ଷ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟ କରିବ। ତେବେ ନୂଆ ବିଲ୍ଡିଂ ନିର୍ମାଣ ହେଲେ ଏଥିରେ ୫୦ ଶଯ୍ୟାର ୱାର୍ଡ ରହିବ। ଅ‌େ‌ସ୍ତ୍ରାପଚାର ୟୁନିଟ ସହିତ ପାଲିଏଟିଭ୍ ଚିକିତ୍ସା ଏବଂ କୋମୋଥେରାପି ମଧ୍ୟ ଦିଆଯିବ। ସେହିପରି ରେଡିଓଥେରାପି କରାଯିବ। ଏହାଛଡ଼ା ପୋଷ୍ଟ ଅପରେଟିଭ୍‌ ଚିକିତ୍ସାକୁ ଗୁରୁତ୍ବ ଦିଆଯିବ। କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ପରେ ଏଠାରେ ସ୍ବତନ୍ତ୍ର ଭାବେ ରେଡିଓଥେରାପି ବଙ୍କର କରାଯିବ। ଯାହା ପାଇଁ ପ୍ରାୟ ୧୫ କୋଟି ଖର୍ଚ୍ଚ ହେବ। ଏହାପରେ ଅତ୍ୟାଧୁନିକ ଯନ୍ତ୍ରପାତି ଏବଂ ମାନବସମ୍ବଳ ଉପରେ ପଦକ୍ଷେପ ନିଆଯିବ। ବର୍ତ୍ତମାନ ୧୪ ଶଯ୍ୟା ରହିଥିବାବେଳେ ପାଲିଏଟିଭ୍‌ କେୟାର ଏବଂ କେମୋ ଥେରାପି ଦିଆଯାଉଛି। ଏହି କେନ୍ଦ୍ର ହେବା ଫଳରେ ରୋଗ ଚିହ୍ନଟରୁ ଆରମ୍ଭ କରି କେମୋ ଥେରାପି ଦେବା ପର୍ଯ୍ୟନ୍ତ ସମସ୍ତ ଚିକିତ୍ସା ୱାର୍ଡରେ ରଖାଯାଇ କରାଯିବ।

- Advertisement -

ମାରାତ୍ମକ କର୍କଟ ରୋଗର ଚିକିତ୍ସା ପାଇଁ ସରକାର ପଦକ୍ଷେପ ନେଇଥିବାବେଳେ ମାଗଣା ଔଷଧ ନିମନ୍ତେ ନିରାମୟ କେନ୍ଦ୍ରରେ ୪୨ପ୍ରକାର କର୍କଟ ନିରୋଧି ଔଷଧ ଦେଉଛନ୍ତି। ଯାହାକି ଗରିବ ରୋଗୀଙ୍କ ପାଇଁ ଉପଯୁକ୍ତ ସହାୟ ହେଉଛି। ଏହାଛଡ଼ା ମାଗଣାରେ କେମୋ ମଧ୍ୟ ଦିଆଯାଉଛି। ଏଏସଏମ୍‌ସିଏଲ ଜରିଆରେ ପ୍ରତି ଜିଲା କର୍କଟ କେନ୍ଦ୍ରକୁ ଔଷଧ ଯୋଗାଇ ଦିଆଯାଉଛି। ସେହିପରି ଆଚାର୍ଯ୍ୟ ହରିହର କେନ୍ଦ୍ରରୁ ଡାକ୍ତରଙ୍କ ପରାମର୍ଶକ୍ରମେ ଜିଲା କେନ୍ଦ୍ରରେ ଥେରାପି ଦିଆଯାଉଛି। ପ୍ରଥମେ ଏଠାରେ ଥେରାପି ଆରମ୍ଭ ହେବା ପରେ ଜିଲା ହସ୍ପିଟାଲ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ବଳକା ଥିବା ଥେରାପି ଦିଆଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories