www.samajalive.in
Monday, December 8, 2025
27.1 C
Bhubaneswar

ବିଫଳ ହେଲା ବନ୍ଦ କ୍ରସରରୁ ଆଇରନ ଚୋରି ଉଦ୍ୟମ

ବାଂଶପାଳ: ବନ୍ଦ ଥିବା କ୍ରସରରୁ ଆଇରନ ଚୋରି  ଉଦ୍ୟମ ବିଫଳ ହୋଇଛି। କ୍ରସର ଚୋରି କରିବା ସମୟରେ ସ୍ଥାନୀୟ ଲୋକଙ୍କ ଦ୍ଵାରା ୬ଟି ଗାଡି ଅଟକ ରହିଥିବା ଜଣାପଡ଼ିଛି । ସଦର ଥାନା ଅନ୍ତର୍ଗତ ବାୟାକୁମୁଟିଆ ଗୋପାଳ ସାହି ଠାରେ ଏକ ବ୍ୟାଙ୍କ କବଜାରେ ଥିବା ବନ୍ଦ କ୍ରସରରୁ ଗତ ରାତ୍ରିରେ କିଛି ଲୋକ ଗଛିତ ଥିବା ଆଇରନକୁ ଚୋରି କରିବା ପାଇଁ ଉଦ୍ୟମ ଚଳାଇଥିଲେ। ସେମାନେ ବୋଲେରୋ ଯୋଗେ ଆସି ଏକ ମେସିନ୍ ଯୋଗେ ଲୋଡ କରୁଥିଲେ। ଏହି ସମୟରେ ସ୍ଥାନୀୟ ଗ୍ରାମବାସୀ ଏକଜୁଟ ହୋଇ ଚୋରି ଉଦ୍ୟମ କରୁଥିବା ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି । ଗୋପଳସାହିର ଏସପି ମୋଟର୍ସରୁ ଗତକାଲି ରାତିରେ ୪ଟି ଟ୍ରକ ଏକ ଜେସିବି ମେସିନ ଓ ଏକ ବଲେରୋ ଅଟକ ରଖିଛନ୍ତି ସ୍ଥାନୀୟ ଲୋକମାନେ । ଖବର ପାଇ ସୁଆକାଟି ଫାଣ୍ଡି ପୁଲିସ ପହଞ୍ଚି ଗାଡି ଜବଦ କରିବା ସହିତ ଗାଡ଼ିଗୁଡିକୁ ଫାଣ୍ଡିକୁ ନେବା ସମୟରେ ସ୍ଥାନୀୟ ଲୋକମାନେ ଗାଡ଼ିଗୁଡିକୁ ଛାଡିନଥିଲେ ।

ଅଟକ ଥିବା ବୋଲେରୋ ନମ୍ବର ଏମ ପରିବହନରେ ଏକ ଅମିନି ବସର ନମ୍ବର ଥିବା ସୂଚନା ରହିଛି । ପୋଲିସ୍ ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି । ଏନେଇ ସ୍ଥାନୀୟ ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ ଘଟଣା ବିଷୟରେ ସୂଚନା ମିଳିବା ପରେ ଘଟଣା ସ୍ଥଳକୁ ଯାଇଥିଲୁ ଲୋକମାନେ ଗାଡି ଜବଦ କରିବାକୁ ନଦେବାରୁ କୋୖଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇ ପାରିନାହିଁ ଅଭିଯୋଗ ଆସିଲା ପରେ ତଦନ୍ତ କରାଯିବ ବୋଲି କହିଥିଲେ ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories