www.samajalive.in
Tuesday, December 9, 2025
17.1 C
Bhubaneswar

ଟଙ୍କା ଠକେଇର ଶିକାର ହୋଇଥିବା ଅବସରପ୍ରାପ୍ତ ପୁଲିସ ଅଧିକାରୀ, ଟଙ୍କା ଫେରି ପାଇଲେ

ପିପିଲି:ଅଭିନବ ଉପାୟରେ ଠକାମୀର ଶିକାର ହୋଇଥିବା  ଅବସରପ୍ରାପ୍ତ ପୁଲିସ ଏସ୍‍ଆଇ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ନିଜର ଟଙ୍କା ଫେରି ପାଇଛନ୍ତି । ଜୀବନ ବୀମାର ମାଚ୍ୟୁରିଟି ଅର୍ଥ ଆକାଉଣ୍ଟକୁ ଆସିବା କଥା କହି ଅତି ଚତୁରତାର ସହ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଠକି ନିଆଯାଇଥିଲା ।  ଟଙ୍କା ଫେରସ୍ତ ଆଶାରେ ସେ ଢେଙ୍କାନାଳରୁ ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ଅଞ୍ଚଳକୁ ବାରମ୍ବାର ଦଉଡିଥିଲେ । ତେବେ ପିପିଲି ଆଇଆଇସିଙ୍କ ଉଦ୍ୟମ ଫଳରେ ସେ ନିଜର ଟଙ୍କା ଫେରି ପାଇଛନ୍ତି । ଏଥି ପାଇଁ ସେ ପିପିଲି ଆଇଆଇସିଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ସୂଚନା ଅନୁଯାଇ, ଭୁବନେଶ୍ୱର ଲିଙ୍ଗରାଜ ଥାନାର ଅବସରପ୍ରାପ୍ତ ପୁଲିସ ସବ୍‍ ଇନିସପେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ନିଜ ଗ୍ରାମ ଢେଙ୍କାନାଳ ନିକଟ ଖମାରସାହିରେ ପରିବାର ସହ ରହୁଛନ୍ତି । ବ୍ୟାଙ୍କ ମ୍ୟାନେଜର ପଣ୍ଡା ବାବୁ ବୋଲି ପରିଚୟ ଦେଇ ଗତମାସରେ ଜଣେ ତାଙ୍କ ମୋବାଇଲ୍‍କୁ ଫୋନ କରି ତାଙ୍କ ଜୀବନ ବୀମାର ମାଚ୍ୟୁରିଟି ଅର୍ଥଏକ ଲକ୍ଷ ୮୦ ହଜାର ଟଙ୍କା ଆସିଯାଇଥିବା କହିଥିଲେ । ଏଟିଏମ୍‍କୁ ଯାଇ ବାଲାନ୍ସ ଚେକ୍‍ କରିବାକୁ ସେ କହିବାରୁ ଶ୍ରୀମହାରଣା ନିଜ ଘର ପାଖରେ ଥିବା ଏକ ଏଟିଏମ୍‍କୁ ଯାଇଥିଲେ । ଉକ୍ତ ବ୍ୟକ୍ତିଙ୍କ ମିଠା ମିଠା କଥାରେ ଭରସା କରି ଶ୍ରୀମହାରଣା ଏଟିଏମ୍‍ ମେସିନ୍‍ରେ କାର୍ଡକୁ ପୁରାଇ ତାଙ୍କ କହିବା ଅନୁଯାଇ ମେସିନ୍‍କୁ ଅପରେଟ କରିଥିଲେ । ପରେ ତାଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଅନ୍ୟ ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯାଇଥିଲା । ଏସଂପର୍କରେ ସେ ଗତ ୨୩ ତାରିଖ ଦିନ ଢେଙ୍କାନାଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ତାଙ୍କ ଆକାଉଣ୍ଟରୁ ଯେଉଁ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୪୦ ହଜାର ଟଙ୍କା ଟ୍ରାନ୍ସଫର ହୋଇଛି, ସେହି ବ୍ୟକ୍ତିଙ୍କ ଘର ପିପିଲି ଥାନା ଅନ୍ତର୍ଗତ ସାତଶଙ୍ଖ ସୁବଳପୁର ଅଞ୍ଚଳରେ ବୋଲି ସୂଚନା ପାଇବା ପରେ ଶ୍ରୀମହାରଣା ବ୍ୟାଙ୍କରୁ ଉକ୍ତ ବ୍ୟକ୍ତିଙ୍କ ଠିକଣା ଓ ମୋବାଇଲନଂ ସଂଗ୍ରହ କରି ତାଙ୍କ ସହ ଫୋନରେ ଯୋଗାଯୋଗ କରିଥିଲେ । ଉକ୍ତ ଯୁବକ ଶ୍ରୀମହାରଣାଙ୍କୁ ଟଙ୍କା ଫେରାଇ ଦେବାର ପ୍ରତିଶୃତି ଦେଇ ବାରମ୍ବାର ସାତଶଙ୍ଖ ବଜାରକୁ ଡକାଇଥିଲା । ଶ୍ରୀମହାରଣା ଟଙ୍କା ଫେରସ୍ତ ପାଇବା ଆଶାରେ ନିଜ ପୁଅକୁ ସାଙ୍ଗରେ ଧରି ଢେଙ୍କାନାଳରୁ ବାଇକ୍‍ ଯୋଗେ ସାତଶଙ୍ଖ ବଜାରକୁ ବାରମ୍ବାର ଦଉଡିଥିଲେ । ତେବେ ଉକ୍ତ ଯୁବକ ଜଣକ ତାଙ୍କୁ ଧରାଛୁଆଁ ଦେଇନଥିଲା । ନିରାଶ ହେବା ପରେ ଶ୍ରୀମହାରଣା ଗତ ରବିବାର ସଂନ୍ଧ୍ୟାରେ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କୁ ଭେଟି ସମସ୍ତ କଥା କହିଥିଲେ ।  ଆଇଆଇସି ଶ୍ରୀସାହୁଙ୍କ ଉଦ୍ୟମ ଫଳରେ ସାତଶଙ୍ଖ ଅଞ୍ଚଳର ଉକ୍ତ ଯୁବକ ୪୦ ହଜାର ଟଙ୍କା ପୁଲିସ ମାଧ୍ୟମରେ ଫେରାଇଥିଲା । ମେଡିକାଲ୍‍ରେ ସଂପର୍କୀୟ ଚିକିତ୍ସତ ହେଉଥିବା ନେଇ ସୁବଳପୁର ଗ୍ରାମର ଉକ୍ତ ଯୁବକଙ୍କୁ ତାଙ୍କ ସାଙ୍ଗ କହିଥିବା ଓ ତାଙ୍କ ଆକାଉଣ୍ଟକୁ ଜଣେ ଟଙ୍କା ପଠାଇବ ବୋଲି କହି ଆକାଉଣ୍ଟ ନମ୍ବର ନେଇଥିବା ସଂପର୍କରେ ସୁବଳପୁରର ଉକ୍ତ ଯୁବକ ପୁଲିସକୁ ସୂଚନା ଦେଇଛନ୍ତି । ଏଭଳି ଠକେଇ ସଂପର୍କରେ ସେ ଆଦୌ ଅବଗତ ନଥିବା ଓ ବିଶ୍ୱାସରେ ସାଙ୍ଗକୁ ଆକାଉଣ୍ଟ ନମ୍ବର ଦେଇଥିବାର ସେ ପ୍ରକାଶ କରିଛନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଶ୍ରୀମହାରଣାଙ୍କ ଆକାଉଣ୍ଟରେ ୪୦ ହଜାର ଟଙ୍କା ଡିପୋଜିଟ୍‍ କରାଯାଇଥିବା ସୂଚନା ମିଳିଛି । ଟଙ୍କା ଫେରସ୍ତ ପାଇବା ପରେ ଶ୍ରୀମହାରଣା ଖୁସିରେ କାନ୍ଦି ପକାଇବା ସହ ଏଥି ପାଇଁ ପିପିଲି ଆଇଆଇସି ଶରତ କୁମାର ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି ।ତେବେ କିଏ ଏହି ଠକ ଓ ଫୋନ୍‌ରେ ମିଛ କହି ଟଙ୍କା ହଡପ କରିଥିଲା ସେ ବିଷୟରେ ତଦନ୍ତ ପାଇଁ ଦାବି ହେଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories