www.samajalive.in
Thursday, December 11, 2025
23.1 C
Bhubaneswar

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷଙ୍କ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ର ପରିଦର୍ଶନ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ୍ ନିକଟସ୍ଥ ଚନ୍ଦ୍ରଗିରି ଶିଳ୍ପ ଓ ତାଲିମ କେନ୍ଦ୍ରକୁ ଓଡ଼ିଶା ସ୍କିଲ ଡେଭଲପମେଣ୍ଟ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଦିନିକିଆ ଗ୍ରସ୍ଥରେ ଆସିଥିଲେ । ସେ ପୂର୍ବାହ୍ନ ୧୦ଟାରେ ତାଲିମ କେନ୍ଦ୍ରରେ ପହଞ୍ଚି ଉପସ୍ଥିତ ଆଇଟିଆଇ ଅନୁଷ୍ଠାନର ଅଧ୍ୟକ୍ଷ ଜଗଦିଶ ହାଇବୃ, ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ପିଏଆଇଟିଡ଼ିଏ ସରୋଜ ବେହେରା, ବିଡିଓ ବଂଶୀଧର ଖୋସଲା, ତହସିଲଦାର କଲ୍ୟାଣୀ ସଙ୍ଘମିତ୍ରା ଦେବୀ, ଜିଲ୍ଲା ନିୟୋଜନ ଅଧିକାରୀ ସୌଭାଗ୍ୟ ତ୍ରିପାଠୀଙ୍କୁ ଗଜପତି ଜିଲ୍ଲାରେ କୁଶଳୀ କାରିଗର ସୃଷ୍ଟି କରିବା ଓ ଗଢିବା, କର୍ମନିଯୁକ୍ତି ଯେଭଳି ସମସ୍ତେ ପାଇପାରିବେ ସେଥିପାଇଁ ଚେଷ୍ଟା କରିବା, ଅଣକୁଶଳୀ ମାନେ ଯେପରି ବାହାର ରାଜ୍ୟକୁ ଯାଇ କାମ ନକରି ନିଜ ଜିଲ୍ଲା ଭିତରେ କାମ କରିବେ ସେଥିପ୍ରତି ଦୃଷ୍ଟି ଦେବା, ନାବାଳିକାମାନେ ଯେପରି ବାହାର ରାଜ୍ୟକୁ ଯାଇ ନିର୍ୟ୍ୟାତିତ ନ ହୁଅନ୍ତି ଏବଂ ନାବାଳିକା ଚାଲାଣକୁ ରୋକିବା ଉପରେ ଗୁରୁତ୍ବାରୋପ କରିଥିଲେ। ବାହାର ଜିଲ୍ଲାକୁ ଯାଇ ବିଭିନ୍ନ କ୍ଷେତ୍ରରେ କୃତକାର୍ୟ୍ୟ ହୋଇଥିବା ୧୦ ଜଣ ଛାତ୍ର/ଛାତ୍ରୀଙ୍କୁ ଶ୍ରୀ ବାଗଚୀ ମାନପତ୍ର ପ୍ରଦାନ କରିଥିଲେ।

Hot this week

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

ଗୃହରୁ ମିଳିଥିବା ୧୬,୫୦୦ ଟଙ୍କା ନେବାକୁ ହାତ ଟେକିଲେ ୧୨ ସଦସ୍ୟ

ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ ଲଜ୍ଜାକର ଘଟଣା ଇସଲାମାବାଦ : ପାକିସ୍ତାନ ନ୍ୟାସନାଲ ଆସେମ୍ବ୍ଲିରେ...

ଦିଲ୍ଲୀ ବିସ୍ଫୋରଣ : ଆଉ ଜଣେ ଡାକ୍ତର ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲା ବିସ୍ଫୋରଣ ଘଟଣାରେ ଏନଆଇଏ ଜାମ୍ମୁ-କାଶ୍ମୀରର ବାରମୂଲାରୁ...

Related Articles

Popular Categories