www.samajalive.in
Tuesday, December 9, 2025
16.1 C
Bhubaneswar

ବୈଶୟିକ ଶିକ୍ଷାନୁଷ୍ଠାନରେ ଖାଲି ପଡ଼ିଛି ୪୫ପ୍ରତିଶତ ଆସନ; ବନ୍ଦ ହେଲା ୫୧ଟି ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: ଏଆଇସିଟିଇ(ଅଲ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ) ଦ୍ୱାରା ମନୋନୀତ ବୈଶୟିକ ଶିକ୍ଷାନୁଷ୍ଠାନରେ ୪୫ପ୍ରତିଶତ ଆସନ ଖାଲି ପଡ଼ି ରହିଛି। ଏହା କେବଳ ସରକାରଙ୍କୁ କାହିଁକି ସମ୍ପୃକ୍ତ କଲେଜ କର୍ତ୍ତୁପକ୍ଷଙ୍କୁ ମଧ୍ୟ ଚିନ୍ତାରେ ପକାଇଛି ବୋଲି କେନ୍ଦ୍ର ରାଜ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ସତ୍ୟପାଲ ସିଂହ ଲୋକସଭାରେ ସୋମବାର ସୂଚନା ଦେଇଛନ୍ତି। ଏଭଳି ପ୍ରକ୍ରିୟା ୨୦୧୪-୧୫ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବାବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହି ଅନୁପାତରେ ବୃଦ୍ଧି ଘଟି ୪୯.୩୦ ପ୍ରତିଶତରେ ପହଞ୍ôଚଛି। ଏଅଇସିଟିଇ ଦ୍ୱାରା ଅନୁମୋଦିତ ଶିକ୍ଷାନୁଷ୍ଠାନ ଗୁଡ଼ିକ ସମ୍ପୃକ୍ତ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇ ଥିଲା। ସମ୍ପୃକ୍ତ ଅଞ୍ଚଳରେ ନିଯୁକ୍ତିର ସୁଯୋଗକୁ ଦୃଷ୍ଟିରେ ରଖି ଏହି ଶିକ୍ଷାନୁଷ୍ଠାନଙ୍କୁ ଅନୁମୋଦନ ପ୍ରଦାନ କରାଯାଇ ଥିଲା। ତେବେ ନିୟମିତ ଭାବେ ଖାଲି ପଡ଼ୁଥିବା ଆସନକୁ ଦୃଷ୍ଟିରେ ରଖି ଅଦ୍ୟାବଧି ୨୩୯ଟି ମହାବିଦ୍ୟାଳୟକୁ ବନ୍ଦ କରିବାକୁ ଶିକ୍ଷାନୁଷ୍ଠାନ କର୍ତ୍ତୁପକ୍ଷ ଏଆଇସିଟିଇକୁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୧ଟି ଶିକ୍ଷାନୁଷ୍ଠାନକୁ ବନ୍ଦ କରିବାର ଅନୁମତି ମିଳିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories