www.samajalive.in
Tuesday, December 9, 2025
16.1 C
Bhubaneswar

ଶ୍ରୀମନ୍ଦିର ଜଗମୋହନ ଛାତରୁ ବର୍ଷା ପାଣି ଗଳୁଥିବା ଅଭିଯୋଗ, ପ୍ରବଳ ବର୍ଷା ଯୋଗୁଁ ପୁରୀ ଜଳମଗ୍ନ!

ପୁରୀ: ଲଘୁଚାପ ବର୍ଷାରେ ରାଜ୍ୟସାରା ଲୋକ ହନ୍ତସନ୍ତ ହେଉଥିବା ବେଳେ ଏଥିରୁ ବାଦ୍ ପଡି ନାହଁନ୍ତି ଜଗତର ନାଥ ଜଗନ୍ନାଥ ।  ମଙ୍ଗଳବାରରେ  ଶ୍ରୀମନ୍ଦିର ଜଗମୋହନ ଛାତରୁ ପାଣି ଝରି ଚାନ୍ଦୁଆ ଭିଜିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ  କରିଛନ୍ତି । ଜଗମୋହନ ମରାମତି କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଏହା ପ୍ରମାଣିତ କରୁଛି ବୋଲି ସେବାୟତମାନେ ଅଭିଯୋଗ କରିଛନ୍ତି । ଏନେଇ ତୁରନ୍ତ ପଦକ୍ଷେପ ନେବାକୁ ସେବାୟତମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ତିନିମାସ ତଳେ ପ୍ରତ୍ନତତ୍ୱ ବିଭାଗ ଜଗମୋହନର  ମରାମତି କାର୍ଯ୍ୟ ଶେଷ କରିଥିଲା । ମାତ୍ର ମଙ୍ଗଳବାରରେ  ପାଣି ଗଳିବା ଯୋଗୁଁ ମଙ୍ଗଳା ଆଳତୀ ପରେ ବଲ୍ଲଭ ଭୋଗ ନୀତିରେ ବିଳମ୍ବ ହୋଇଥିବା ଅଭିଯୋଗ ହୋଇଛି । ମାର୍ଚ ୬ ତାରିଖରେ ଓଡିଶା ଉଚ୍ଚ ନ୍ୟାୟାଳୟରେ ଜଗମୋହନର କାର୍ଯ୍ୟ ଶେଷ ହୋଇଥିବା କଥା ପ୍ରତ୍ନତତ୍ୱ ବିଭାଗ ସତ୍ୟପାଠ ଦାଖଲ କରିଥିଲେ । ଏହାପରେ ଏପ୍ରିଲ ୧୬ ତାରିଖରେ ଏହାକୁ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ଖୋଲାଯାଇଥିଲା ।

ପ୍ରବଳ ବର୍ଷା ଯୋଗୁଁ ପୁରୀର ରେକର୍ଡ  ରୁମ ମଧ୍ୟରେ ପାଣି ପଶିଛି ।  ସୋମବାର ବିଳମ୍ବିତ  ରାତି ଓ ମଙ୍ଗଳବାର ସକାଳେ ପୁରୀରେ ୩୦୦ ଏମ୍ଏମ୍‌ରୁ ଅଧିକ ବର୍ଷା ହୋଇଥିବା ସୂଚନା ମିଳିଛି । ଏଥିଯୋଗୁଁ ପୁରୀ ସହରରେ ଏକ ପ୍ରକାର ଜଳବନ୍ଦୀ ଅବସ୍ଥା ସୃଷ୍ଟି ହୋଇଥିଲା । ପୁରୀର ୨୬ଟି ସାହିର ଓ ଗଳିରେ ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଲୋକମାନେ ଜଳ ବନ୍ଦୀ ଅବସ୍ଥାରେ ରହିଥିଲେ । ବଡ ଦାଣ୍ଡ. ଡାକ୍ତର ଖାନା ଛକ, ଷ୍ଟେସନ  ନିକଟରେ ବର୍ଷା ପାଣି ଜମି ରହିଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories