www.samajalive.in
Sunday, December 7, 2025
15.1 C
Bhubaneswar

ରକ୍ତ ପରୀକ୍ଷା କେନ୍ଦ୍ରରେ ତାଲା ନ ଖୋଲି ରୋଗୀଙ୍କୁ ଛୁଟି କହିବା ଘଟଣା, ଦିଦିଙ୍କୁ କାରଣ ଦର୍ଶାଅ ନୋଟିସ

ନୀଳଗିରି: ବାଲେଶ୍ୱର ଜିଲା ଅଧୀନ ନୀଳଗିରି ଉପଖଣ୍ଡ ମେଡିକାଲ ପରିସରରେ ଥିବା ରକ୍ତ ପରୀକ୍ଷା କେନ୍ଦ୍ରକୁ ବହୁ ବିଳମ୍ବରେ ଆସି ଓଲଟା ରୋଗୀଙ୍କୁ ଶନିବାର ଓ ରବିବାର ଆମର ଛୁଟିଦିନ ବୋଲି ଭୁଆଁ ବୁଲାଇବା ଘଟଣା ଦିଦିଙ୍କୁ ମହଙ୍ଗା ପଡ଼ିଛି। ଜରୁରୀକାଳୀନ ବିଭାଗରେ ଛୁଟି ନଥିବା ସତ୍ତ୍ବେ ଏଭଳି ମନ୍ତବ୍ୟ ଦେଇ ବିବାଦକୁ ଡ଼ାକିଥିବା ସମ୍ପୃକ୍ତା ଟେକ୍ନିସିଆନଙ୍କୁ ନୀଳଗିରି ଏସଡିଏମଓ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି। ତେବେ ସମ୍ପୃକ୍ତା ଦିଦି କିଛିଦିନ ପୂର୍ବରୁ ଡ୍ୟୁଟି ସମୟରେ ଲାବ ଭିତରେ ଟିକଟକ କରି ବିବାଦରେ ଛନ୍ଦି ହୋଇଥିଲେ।

ନୀଳଗିରି ମେଡିକାଲ ପରିସରରେ ଥିବା ରକ୍ତ ପରୀକ୍ଷା କେନ୍ଦ୍ରଟି ଗତ ଶନିବାର ଦିନ ୧୦ଟା ପର୍ଯ୍ୟନ୍ତ ଉକ୍ତ କେନ୍ଦ୍ର ଖୋଲା ଯାଇନଥିଲା। ସାଢ଼େ ୭ଟାରୁ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ପହଞ୍ଚି ମେଡିକାଲ ବାରଣ୍ଡାରେ ବସି ରହିଥିଲେ ହେଁ ଗୀତାଞ୍ଜଳି ସ୍ୱାଇଁ ନାମକ ଜଣେ ଟେକ୍ନିସିଆନ ୧୦ଟା ପରେ ଏଠାରେ ପହଞ୍ଚି ଶନିବାର ଏବଂ ରବିବାର ତାଙ୍କର ଛୁଟିଦିନ ବୋଲି ରୋଗୀଙ୍କୁ ଭୁଆଁ ବୁଲାଇଥିଲେ। ଏହି କର୍ମଚାରୀ ଜଣକ ଈଶ୍ୱରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ବଦଳି ହୋଇଥିଲେ ହେଁ ଡେପୁଟେସନ ନାଁରେ ନୀଳଗିରି ମେଡିକାଲର ଏକ କ୍ୱାର୍ଟର ମାଡ଼ି ବସିବା ସତ୍ତ୍ବେ ସଠିକ ସମୟରେ ଲାବ୍‍ ଖୋଲୁନଥିବା ନେଇ ଅଭିଯୋଗ ଉଠିଥିଲା। ଯାହା ପାଇଁ ଜଣେ ଥାଲାସେମିଆ ରୋଗୀଙ୍କ ସମେତ ଏକାଧିକ ରୋଗୀଙ୍କୁ ଘଣ୍ଟା ଘଣ୍ଟା ଧରି ବାରଣ୍ଡାରେ ବସିବାକୁ ପଡ଼ିଥିଲା। ତେବେ କେବଳ ଏତିକ ନୁହଁ ବରଂ ରୋଗୀଙ୍କୁ ବିଭିନ୍ନ ସମୟରେ ଦୁର୍ବ୍ୟବହାର କରିବା, ଏପରିକି କିଛିମାସ ପୂର୍ବରୁ ଡ୍ୟୁଟିରେ ଥିବା ସମୟରେ ସମ୍ପୃକ୍ତ କର୍ମଚାରୀ ଜଣକ ଦାୟିତ୍ୱହୀନତାଭାବେ ଲାବ୍‍ ଭିତରେ ଟିକ୍‍ଟକ ଭିଡ଼ିଓ ତିଆରି କରିଥିଲେ। ବଡ଼ଲୋକର ବେଟୀ ଲୋ, ଲମ୍ବା ଲମ୍ବା ଚୁଲ୍‍ ନାମକ ଏକ ଗୀତରେ ଟିକଟକ କରି ସମ୍ପୃକ୍ତା ଦିଦି ବିବାଦୀୟ ହୋଇଥିଲେ। ଏହି ଭିଡିଓଟି ଭାଇରାଲ ହୋଇଥିଲେ ହେଁ ସେ ନିଜ ଟିକଟକ ଆକାଉଣ୍ଟକୁ ତତ୍‍କ୍ଷଣାତ ବ୍ଲକ କରି ଅଳ୍ପକେ ବର୍ତ୍ତି ଯାଇଥିଲେ। ତେବେ ସମ୍ପୃକ୍ତା ଟେକ୍ନିସିଆନ କୌଣସି ରୋଗୀଙ୍କୁ ଦୁର୍ବ୍ୟବହାର କରିନାହାଁନ୍ତି ବୋଲି ଜଣାଇଛନ୍ତି। ଅପରପକ୍ଷରେ ସଠିକ ସମୟରେ ଲାବ୍‍ ନଖୋଲିବା, ବହୁ ବିଳମ୍ବରେ ପହଞ୍ଚି ମଧ୍ୟ ଶନିବାର ଓ ରବିବାର ଛୁଟିଦିନ ବୋଲି ମନ୍ତବ୍ୟ ଦେବା ଘଟଣାରେ ନୀଳଗିରି ମେଡିକାଲ ଏସଡିଏମଓ ଡା. ଅଜୟକୃଷ୍ଣ ସାମଲ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories