www.samajalive.in
Monday, December 8, 2025
17.1 C
Bhubaneswar

ସାଧାରଣ ଘାସ ଗାଲିଚା ନୁହେଁ, ଆନ୍ତର୍ଜାତିକ ମାନର ଟର୍ଫରେ ଅଭ୍ୟାସ କରିବେ ଖେଳାଳୀ:କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: କ୍ରୀଡ଼ା, ଯୁବସେବା, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ତିନିଦିନିଆ ମାରାଥନ ଗସ୍ତର ଶେଷଦିନରେ ସୁନ୍ଦରଗଡ଼ ଜିଲାର ଟାଙ୍ଗରପାଲି ବ୍ଲକ୍‌ ମିନିଷ୍ଟାଡିୟମ୍‌, ହେମଗିରି ବ୍ଲକ୍‌ ମୁଖ୍ୟାଳୟରେ ଥିବା ପଡ଼ିଆ, ଲେଫି୍ରପଡା ବ୍ଲକ୍‌ର ଜୟରାମ ହାଇସ୍କୁଲ, ବାଲିଶଙ୍କରା ବ୍ଲକ୍‌ର ବାଳିକା ହାଇସ୍କୁଲ ନିକଟରେ ଥିବା ତିଲେଇକାନି କମୁ୍ୟନିଟି ପଡ଼ିଆ ଏବଂ ସବ୍‌ଡେଗା ବ୍ଲକ୍‌ର ଗାଈବେର ମିଶନ ସ୍କୁଲ ପଡ଼ିଆ ବୁଲି ଦେଖିଥିଲେ ।


ମନ୍ତ୍ରୀ ଶ୍ରୀ ବେହେରା ଜିଲାର ସମସ୍ତ ବ୍ଲକ୍‌ରେ ଚିହ୍ନଟ ହୋଇଥିବା ପଡ଼ିଆକୁ ଅନୁଧ୍ୟାନ କରିବା ସହ ଟର୍ଫ ନିର୍ମାଣ ଲାଗି ସମସ୍ତ ବ୍ୟବସ୍ଥା ବିଷୟରେ ଜିଲା ଏବଂ ବ୍ଲକ୍‌ର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଟର୍ଫ ନିର୍ମାଣ ସହ ଚେଞ୍ଜିଂରୁମ୍‌, ଜିମ୍‌, ଶୌଚାଳୟ, କାର୍ଯ୍ୟାଳୟ, ପାର୍କିଂ ସ୍ଥଳ ନିର୍ମାଣ, ସାଧାରଣ କ୍ରୀଡ଼ା ଉତ୍ସବ ନିମନ୍ତେ ମଣ୍ଡପ ନିର୍ମାଣ ବିଷୟରେ ବିଷଦ ଆଲୋଚନା କରିଥିଲେ। ହକି ଟର୍ଫ ନିର୍ମାଣ ନେଇ ଜିଲାରେ କ୍ରୀଡ଼ାବିତ୍‌ଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଏବଂ ସରକାରୀ ଅଧିକାରୀମାନଙ୍କଠାରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଲାକୁ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଲାଗି ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ଗସ୍ତ ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଥିଲେ। ଖୁବ୍‌ଶୀଘ୍ର ଜିଲାରେ ନିର୍ମାଣ ହେବାକୁ ଥିବା ସମସ୍ତ ୧୭ ଟର୍ଫ ନିର୍ମାଣ କରାଯିବା ସହ ପିଲାମାନେ ଏକ ନିଆରା ଅନୁଭୂତି ନେଇପାରିବେ। ଏଥି ସହିତ ଜିଲାବାସୀଙ୍କ ହକି ପ୍ରତି ଏବଂ ରାଜ୍ୟ ସରକାରଙ୍କ ପ୍ରତି ଥିବା ଭଲପାଇବାକୁ ସେ କେବେହେଲେ ଭୁଲିପାରିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ଅବସରରେ ମତବ୍ୟକ୍ତ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories