www.samajalive.in
Monday, December 8, 2025
17.1 C
Bhubaneswar

ଗାନ୍ଧୀଙ୍କ ବିଚାର ଧାରା ତାଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ବେଶ୍‌ ପ୍ରାସଙ୍ଗିକତା ରହିଛି

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ୭୩ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି। କୁଳପତି ପ୍ରଫେସର ଅପରାଜିତା ଚୌଧୁରୀଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ମହାତ୍ମା ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପାମାଲ୍ୟ ଅର୍ପଣ କରିଥିଲେ। ଏହି ଅବସରରେ କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ଅହିଂସା ଓ ଶାନ୍ତିର ମନ୍ତ୍ର ସମଗ୍ର ବିଶ୍ବର ଭବିଷ୍ୟତର ମନ୍ତ୍ର। ଗାନ୍ଧୀଙ୍କ ବିଚାର ଧାରା ତାଙ୍କ ସମୟରୁ ଆଜି ପର୍ଯ୍ୟନ୍ତ ବେଶ୍‌ ପ୍ରାସଙ୍ଗିକତା ରହିଛି। ଆଜିର ଯୁବପିିଢ଼ି ଗାନ୍ଧୀଙ୍କ ବିଚାରଧାରାକୁ ଆପଣେଇ ନେବା ସହିତ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କୁଳପତି ଆହ୍ବାନ ଦେଇଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସିଡିସି ନିର୍ଦେଶକ ଚଣ୍ଡିଚରଣ ରଥ, ଜ୍ୟୋତିର୍ମୟୀ ଆଚାର୍ଯ୍ୟ, ଶିକ୍ଷା ସିଂ, ତମାଳ ପଟ୍ଟନାୟକ, ନବନୀତ କାଉର, ଅଲିଭା ମହାନ୍ତି, ସୁଦାମ ସାହୁ, ଶକ୍ତିକାନ୍ତ ରଥ, ରେବତୀକାନ୍ତ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ‘ବୈଷ୍ଣବ ଜନେ ତୁ’ ଗାନ କରାଯାଇଥିଲା। ଲୋକ ସମ୍ପର୍କ ଅଧିକାରୀ ଡ.ମାନସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories