www.samajalive.in
Monday, December 8, 2025
17.1 C
Bhubaneswar

ଜିଲ୍ଲାରେ ୧୦ ଲକ୍ଷ ୩୮ ହଜାର ୨୬୬ କ୍ୱିଣ୍ଟାଲ ଖରିଫ ଧାନ ସଂଗ୍ରହ, ମଣ୍ଡିରେ ଧାନ କିଣାରେ କଟନି ଛଟନିକୁ ନେଇ ଚାଷୀ ଅସନ୍ତୋଷ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାର ପ୍ରାୟ ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ଅଧିକାଂଶ ଲୋକ ଧାନଚାଷ କରିଥାନ୍ତି। ହେଲେ ଚାଷୀ ସବୁବେଳେ ଅଭାବି ବିକ୍ରିର ଶିକାର ହେଉଛି। ଧାନ ଚାଷ ଠାରୁ ଅମଳ ପର୍ଯ୍ୟନ୍ତ ଖରା, ବର୍ଷା, ଶୀତ କାକରରେ ପଡିରହି ଅମଳ କରିଥିଲେ ମଧ୍ୟ ଉପଯୁକ୍ତ ମୂଲ୍ୟ ପାଇପାରୁନାହିଁ। ଫଳରେ ଚାଷୀ ଆସ୍ତେ ଆସ୍ତେ ଚାଷ ପ୍ରତି ବିମୁଖ ହେବା ଆରମ୍ଭ କରୁଛି।

ବୌଦ୍ଧ ଜିିଲ୍ଲାରେ ଚଳିତ ଖରିଫ ବର୍ଷର ଖରିଫ ଧାନ ସଂଗ୍ରହ ଗତ ନଭେମ୍ବର ମାସ ୨୫ ତାରିଖ ଠାରୁ ଆରମ୍ଭ ହୋଇଥିବା ବେଳେ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା କାରାଯାଉଥିବା ଚାଷୀମାନେ ଅଭିଯୋଗ କରୁଛନ୍ତି। ଧାନରେ ଆର୍ଦ୍ରତା ଥିବା ନାମରେ କଟନି ଛଟନି କରି ଚାଷୀଙ୍କୁ ହଇରାଣ କରାଯିବା ସହିତ କ୍ୱିଣ୍ଟାଲ ପିଛା ଧାନ କଟାଯାଉଛି। ସେପଟେ ଚାଷୀଙ୍କ ଠାରୁ ମଣ୍ଡିରୁ ଠିକ ସମୟରେ ଧାନ ନ ଉଠିବା ଯୋଗୁଁ ଚାଷୀମାନେ ମଣ୍ଡିରେ ହଜାର ହଜାର ଧାନ ବସ୍ତା ଗଦା କରି ବିକ୍ରି ପାଇଁ ଶୀତ କାକରରେ ଜଗି ବସିଛନ୍ତି। ଗତ କିଛି ଦିନ ହେବ ଜିଲ୍ଲାରେ ପାଗ ମେଘୁଆ କରିଥିବାରୁ ଚାଷୀ ପାଗକୁ ନେଇ ଚିନ୍ତାରେ ପଡିଯାଇଛି। ଟୋକନ ପାଇଥିବା ଚାଷୀ ଧାନ ବିକ୍ରି କରି ପାରୁନଥିବା ବେଳେ ଦଲାଲ ବିଭିନ୍ନ ଉପାୟରେ ମଣ୍ଡିରେ ଧାନ ବିକ୍ରି କରୁଛନ୍ତି। ଗତ ନଭେମ୍ବର ୬ ତାରିଖରେ ଅନୁଷ୍ଠିତ ହୋଇଥିବା ଧାନ କ୍ରୟ ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଅଧ୍ୟକ୍ଷତା କରିଥିଲେ।

- Advertisement -

ଏହି ବୈଠକରେ ମଣ୍ଡିରେ ହେଉଥିବା କଟ୍‍ନିଛଟନି ଯୋଗୁଚାଷୀ ଅସନ୍ତୋଷ ପ୍ରକାଶ କରିଥିବା ବିଧାୟକ ଓ ଚାଷୀ ପ୍ରତିନିଧି ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରିଥିଲେ। ଜିଲ୍ଲାପାଳ ଚାଷୀମାନଙ୍କ ଧାନ କ୍ରୟ ସମୟରେ ଚାଷୀମାନଙ୍କୁ ବିଭିନ୍ନ ଆଳରେ ହଇରାଣ ହରକତ ନ କରିବା ପାଇଁ ଉପସ୍ଥିତ ଅଧିକାରୀମାନଙ୍କୁ ତାଗିତ କରିଥିଲେ ଏବଂ ଧାନ କ୍ରୟକେନ୍ଦ୍ରରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ତାହା କର୍ମଚାରୀମାନେ ପାଳନ କରୁନଥିବାର ଦେଖିବାକୁ ମିଳୁଛି। ଯାହାଫଳରେ ଚାଷୀ ମଣ୍ଡିରେ ନ ବିକି ବାହାରେ ଧାନ ବିକ୍ରି କରି ଶୋଷଣର ଶିକାର ହେଉଥିବାର ଅଭିଯୋଗ ହେଉଛି। ଜିଲ୍ଲାରେ ଚଳିତ ଖରିଫ ଋତୁରେ ୧୮ ଲକ୍ଷ ୫୯ ହଜାର କୁଇଂଟାଲ ଧାନ କ୍ରୟ କରିବା ପାଇଁ ଲକ୍ଷଧାର୍ଯ୍ୟ କରାଯାଇଥିବା ବେଳେ ୧୦ ଲକ୍ଷ ୩୮ ହଜାର ୨୨୬ କ୍ୱିଣ୍ଟାଲ ଖରିଫ ଧାନ ସଂଗ୍ରହ କରାଯାଇଥିବା ନେଇ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତ ଖରିଫ ଋତୁ ପାଇଁ ୩୪୩୫୦ ଚାଷୀ ପଂଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮ ହଜାର ୮୩୩ ଜଣଙ୍କ ଚାଷୀଙ୍କ ଠାରୁ ଧାନ କିଣା ଯାଇଛି। ଜିଲ୍ଲାରେ ୪୨ଗୋଟି ସମବାୟ ସମିତି ମାଧ୍ୟମରେ ୬୦ଗୋଟି ଧାନ କ୍ରୟକେନ୍ଦ୍ରରୁ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଉଛି। ଏଫ.ଏ.କ୍ୟୁ ଧାନ କୁଇଂଟାଲ ପ୍ରତି ୧୮୬୮ ଟଙ୍କା ସରକାର ଧାର୍ଯ୍ୟ କରିଥିବା ବେଳେ ମଣ୍ଡିରେ ଅଚଳା ଅବସ୍ଥା ଯୋଗୁଁ କମ ଦରରେ ଦଲାଲଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛି। ପ୍ରଶାସନ ଚାଷୀମାନଙ୍କ ସମସ୍ୟାକୁ ଗମ୍ଭୀରତାର ସହ ନେଇ ସେମାନଙ୍କ ସମସ୍ୟାକୁ ସମାଧାନ କରିବାକୁ ଉଦ୍ୟମ କରାଯାଉ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories