www.samajalive.in
Tuesday, December 9, 2025
15.1 C
Bhubaneswar

ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ଓ ପ୍ରଶାସନିକ ସେବା ଭଳି ନ୍ୟାୟିକା ସେବା ଜରୁରୀ ;ମୁଖ୍ୟବିଚାରପତି

ହରଭଙ୍ଗା: ଲୋକଙ୍କ ପାଇଁ ସ୍ବାସ୍ଥ୍ୟ ଓ ପ୍ରଶାସନିକ ସେବା ଭଳି ନ୍ୟାୟିକ ସେବା ମଧ୍ୟ ଜରୁରୀ ବୋଲି ଓଡ଼ିଶା ହାଇକୋର୍ଟ ମୁଖ୍ୟବିଚାରପତି ଡ.ଏସ୍‌ ମୁରଲିଧର ପ୍ରକାଶ କରିଛନ୍ତି।

 

- Advertisement -

ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଚାରିଛକରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ ଉଦ୍‌ଘାଟନ କରି ମୁଖ୍ୟବିଚାରପତି ଡ.ଏସ୍‌.ମୁରଲୀଧର କହିଛନ୍ତି ଯେ ସରକାରଙ୍କ ସ୍ୱାସ୍ଥ୍ୟ, ପ୍ରଶାସନିକ ଏବଂ ପୁଲିସ ବିଭାଗ ୨୪ ଘଣ୍ଟିଆ ଲୋକଙ୍କୁ ସେବା ପ୍ରଦାନ କରୁଥିଛି। ସେହିପରି ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ତତ୍କାଳ ନ୍ୟାୟିକା ସେବା ପ୍ରଦାନ କରିବା ଜରୁରୀ ରହିଛି। ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ ଦିଗରେ ନ୍ୟାୟିକ ସେବା ପ୍ରଦାନ କରାଯିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର। ଫଳରେ କୋର୍ଟର ଆବଶ୍ୟକତା ଏବଂ ମୂଲ୍ୟବୋଧ ଲୋକଙ୍କ ନିକଟରେ ପହଞ୍ଚିପାରିବ। ଯାହାଫଳରେ ଅବହେଳିତ ଅଞ୍ଚଳରେ ଲୋକଙ୍କ ନ୍ୟାୟ ପ୍ରଦାନ ପାଇଁ ଏହା ସହାୟକ ହୋଇପାରିବ ବୋଲି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଏସ.ମୁରଲୀଧର ପ୍ରକାଶ କରିଛନ୍ତି। ଏଠାରେ କୋର୍ଟ ଖୋଲିବା ଦ୍ୱାରା ଅଞ୍ଚଳରେ ଅାବଶ୍ୟକତା ଏବଂ ମାମଲା କିଭଳି ଶୀଘ୍ର ପଇସଲା ହୋଇପାରିବ ସେ ବିଷୟରେ ସୂଚନା ପ୍ରଦାନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories