www.samajalive.in
Wednesday, December 10, 2025
18.1 C
Bhubaneswar

ହରଭଙ୍ଗାରେ ଉଦ୍‌ଘାଟିତ ହେଲା ଜେଏମଏଫସି କୋର୍ଟ

ହରଭଙ୍ଗା: ବୌଦ୍ଧଜିଲା ହରଭଙ୍ଗା ବ୍ଲକ ଚାରିଛକରେ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ ଉଦ୍‌ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଡ.ଏସ.ମୁରଲୀଧର ଯୋଗଦେଇ ବ୍ଲକ ହେର୍ଡକ୍ୱାର୍ଟର ଚାରିଛକଠାରେ ହରଭଙ୍ଗା ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଅଦାଲତ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ଅତ୍ୟତମ ଅତିଥି ଭାବେ ହାଇକୋର୍ଟର ଦୁଇଜଣ ବିଚାପତି ଡ.ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ ଏବଂ ସାବିତ୍ରୀ ରଥୋ ଯୋଗଦେଇଥିଲେ। ହରଭଙ୍ଗା ଓକିଲସଂଘ ସଭାପତି ଅକ୍ଷୟ କୁମାର ସାହୁ ମଞ୍ଚାସୀନ ଥିଲେ।
ମୁଖ୍ୟ ବିଚାରପତି ଡ.ଏସ.ମୁରଲୀଧର ତାଙ୍କ ଅଭିଭାଷଣରେ ଛାତ୍ରୀଙ୍କ ବନ୍ଦେ ଉତ୍କଳ ଜନନୀ ଗାନକୁ ପ୍ରଂଶସା କରିଥିଲେ। ଲୋକର୍ପଣ ଉତ୍ସବ ତାଙ୍କ ପାଇଁ ଏକ ଖୁସିର ଦିନ ବୋଲି କହିବା ସହିତ ପ୍ରାକୃତିକ ପରିବେଶକୁ ନେଇ ବେଶ ଖୁସିବ୍ୟକ୍ତ କରିଥିଲେ। କୋର୍ଟର ଅବଶ୍ୟକତା ଏବଂ ମାମଲା କୋଭଳି ଶୀଘ୍ର ପଇସଲା ହୋଇପାରିବ ସେ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ। କୋର୍ଟ ପାଇଁ ଆଉ କିଛି ଜମି ଯୋଗାଇବା ପାଇଁ ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ।
ବିଚାରପତି ମିସ ୍ ସାବିତ୍ରୀ ରଥୋ ନୂଆ କୋର୍ଟ କୋଠା ନିର୍ମାଣ ଏବଂ ଏହି ସ୍ଥାନରେ କୋର୍ଟ ଖୋଲିବା ଅବଶ୍ୟକତା ବିଷୟରେ ସୂଚନା ଦେଇଥିଲେ। ବିଚାରପତି ଡ.ବିଦ୍ୟୁତ୍ ରଞ୍ଜନ ଷଡଙ୍ଗୀ କହିଥିଲେ ଯେ ରାଜ୍ୟର ଏକ ଦୁର୍ଗମ ସ୍ଥାନରେ ନୂଆ କୋର୍ଟର ଶୁଭାରମ୍ଭ ବିଶେଷ କରି ଏହି ଅଞ୍ଚଳର ଗରିବ ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବ।


କାର୍ଯ୍ୟକ୍ରମ ଆରମ୍ଭରେ ପୁରୁଣାକଟକ ସରସ୍ୱତୀ ଶିଶୁ ମନ୍ଦିର ଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା। ବୌଦ୍ଧ ଜିଲା ଦୌରାଜଜ ଅରବିନ୍ଦ କୁମାର ଗୁରୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓକିଲ ସଂଘ ସଭାପତି ଅକ୍ଷୟ ସାହୁ ହରଭଙ୍ଗାରେ ଜେଏମଏଫସି କୋର୍ଟ ଖୋଲିବା ଫଳରେ ବ୍ଲକ ଜନସାଧରାଣଙ୍କ ବହୁଦିନର ଆଶା ପୂରଣ ହୋଇଛି ବୋଲି କହିଥିଲେ। ହରଭଙ୍ଗା ଓକିଲ ସଂଘ ଉପସଭାପତି ତଥା ବ୍ଲକ ଚେୟାରମ୍ୟାନ ବିଶ୍ୱଜିତ୍ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଆଜିର କାର୍ଯ୍ୟକ୍ରମରେ ବୌଦ୍ଧ ସିଜେଏମ ହୃଷିକେଶ ଆଚାର୍ଯ୍ୟ, ଫ୍ୟାମିଲି ଜର୍ଜ ଗୌରୀମୟୀ ମହାରଣା, ବୌଦ୍ଧ ଏଡିଜେ ସତ୍ୟନାରାୟଣ ଷଡଙ୍ଗୀ, ରେଜିଷ୍ଟାର ସିଭିଲ କୋର୍ଟ ପ୍ରୀତୀଶ କୁମାର ରାଉତରାୟ, ରେଜିଷ୍ଟର ଇନିସପେକ୍ଟସନ ହାଇକୋର୍ଟ ପ୍ରତାପ ପାତ୍ର, ରେଜିଷ୍ଟର ପ୍ରୋଟକଲ ହାଇକୋର୍ଟ ଦୀପକ କୁମାର ସାହୁ, ବୌଦ୍ଧ ଜିଲାପାଳ ଲଲାଟେନ୍ଦୁ ମିଶ୍ର, ବୌଦ୍ଧ ଏଡିଏମ ଏନସି ଜ୍ୟୋତିରଞ୍ଜନ ନାଏକ, ଏସପି ଭି ରଘୁନାଥ ରାଓ, ଡିଏଫଓ ଯଶୋବନ୍ତ ସେଠୀ, ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରା, ଓକିଲ ସଂଘ ସଭାପତି ତାରେଣୀ ମହାପାତ୍ର, ସଂପାଦକ ଅଶୋକ ମିଶ୍ର , ନବ କୁମାର ଦାସ, ସୁଧିର କର୍ଣ୍ଣ, ଅଶୋକ ସାହୁ ପ୍ରମୁଖ ବହୁ ଓକିଲମାନେ ଯୋଗଦେଇଲେ।
ଏହି ଅବସରରେ ଜିଲା ରେକର୍ଡ ରୁମକୁ ଫୁଲବାଣୀରୁ ବୌଦ୍ଧକୁ ସ୍ଥାନାନ୍ତରଣ ଏବଂ ବୌଦ୍ଧରେ ସ୍ଥାୟୀ ଲୋକଅଦାଲତ ପାଇଁ ମୁଖ୍ୟ ବିଚାରପତି ଡ.ଏସ.ମୁରଳିଧର,ବିଚାରପତି ଡ.ବି.ଆର.ଷଡଙ୍ଗୀ ଓ ବିଚାରପତି ସାବିତ୍ରୀ ରଥୋଙ୍କ ସହିତ ବୌଦ୍ଧ ଓକିଲ ସଂଘ ସଭାପତି ତାରେଣୀ ମହାପାତ୍ର, ନବ ଦାସ, ଅଶୋକ ସାହୁ ପ୍ରମୁଖ ଆଲୋଚନା କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories