www.samajalive.in
Monday, December 8, 2025
27.1 C
Bhubaneswar

ବଜେଟ ଅଧିବେଶନ ଆରମ୍ଭ : ସଂସଦରେ ୩ଟି କୃଷି ବିଲ୍ ପାସ୍ ହୋଇଛି,ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ- ରାଷ୍ଟ୍ରପତି

ନୂଆଦିଲ୍ଲୀ : ସଂସଦର ବଜେଟ ଅଧିବେଶନ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରୁଛନ୍ତି । କରୋନା କଟକଣା ମଧ୍ୟରେ ସଂସଦର ଏହି ଅଧିବେଶନ ଆରମ୍ଭ ହୋଇଛି।
ରାଷ୍ଟ୍ରପତି ତାଙ୍କ ସମ୍ବୋଧନରେ କହିଛନ୍ତି, କରୋନ ମହାମାରୀ ବିରୋଧରେ ଏହି ସଂଗ୍ରାମରେ, ଆମେ ଅନେକ ଦେଶବାସୀଙ୍କୁ ଅକାଳରେ ହରାଇଛୁ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କର ମଧ୍ୟ କରୋନା ସମୟରେରେ ପରଲୋକ ଘଟିଛି । କରୋନା ସମୟରେ ସଂସଦର ୬ ଜଣ ସଦସ୍ୟ ମଧ୍ୟ ଆମକୁ ଅକାଳରେ ଛାଡି ଚାଲିଯାଇଛନ୍ତି। ମୁଁ ସମସ୍ତଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ମୁଁ ସନ୍ତୁଷ୍ଟ ଯେ ମୋ ସରକାରଙ୍କ ଠିକ ସମୟରେ ନିଷ୍ପତ୍ତି ହେତୁ ଲକ୍ଷ ଲକ୍ଷ ଦେଶବାସୀଙ୍କ ଜୀବନ ବଞ୍ଚିଛି । ଆଜି, ନୂତନ କରୋନା ରୋଗୀଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ସଂକ୍ରମଣରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ ଅଧିକ ରହିଛି।
ଅର୍ଥନୀତିକୁ ପରିଚାଳନା କରିବା ପାଇଁ ଏକ ରେକର୍ଡ ଅର୍ଥନୈତିକ ପ୍ୟାକେଜ୍ ଘୋଷଣା ହେବା ସହିତ ମୋର ସରକାର ମଧ୍ୟ ଯତ୍ନବାନ ଥିଲେ ଯେ କୌଣସି ଗରିବ ଲୋକ ଭୋକରେ ରହିବେ ନାହିଁ। କରୋନା କାଳରେ ଯେପରି କେହି ଭୋକିଲା ନ ରହିବେ ସେଥିପାଇଁ ସରକାର ରେକର୍ଡ ଆର୍ଥିକ ପ୍ୟାକେଜର ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮ ମାସ ପର୍ଯ୍ୟନ୍ତ ୫ କିଲୋ ଲେଖାଏଁ ଚାଉଳ ୮୦ କୋଟି ଲୋକଙ୍କୁ ଦିଆଯାଇଛି । ଜନଧନ ଖାତାରେ ଗରିବ ମହିଳାଙ୍କ ଖାତାକୁ ୩୧ ହଜାର କୋଟି ଯାଇଛି ।
ସ୍ବାମୀନାଥନ୍ କମିଶନଙ୍କ ସୁପାରିଶକୁ ଲାଗୁ କରି ମୋ ସରକାର ଏମଏସପି ମୂଲ୍ୟ ଦେଢ ଗୁଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ମୋ ସରକାର କେବଳ ଏମଏସପିରେ ରେକର୍ଡ ପରିମାଣ କ୍ରୟ କରୁନାହାନ୍ତି, ବରଂ କ୍ରୟ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରୁଛି।

ଅନେକ ବିଚାରବିମର୍ଶ ପରେ ସଂସଦରେ ୩ଟି କୃଷି ବିଲ୍ ପାସ୍ ହୋଇଛି। ନୂଆ କୃଷି ବିଲ୍ ଯୋଗୁଁ ୧୦ କୋଟି ଛୋଟ ଚାଷୀ ଲାଭ ପାଇବେ। ତେବେ
କୃଷି ଆଇନକୁ ନେଇ ସୃଷ୍ଟ ଭ୍ରମକୁ ସରକାର ଦୂର କରିବାକୁ ପ୍ରୟାସ କରିଛନ୍ତି। ତେବେ ଗଣତନ୍ତ୍ର ଦିବସରେ ଯାହା ଘଟିଲା, ତାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ରାଷ୍ଟ୍ରପତି କହିଛନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଉପରେ ଧ୍ୟାନ ଦେବାକୁ ସମୟ ଅସିଛି। ଦେଶର ୮୦ ପ୍ରତିଶତ ଚାଷୀ ଛୋଟ ଚାଷୀ, ଯେଉଁମାନଙ୍କର ସଂଖ୍ୟା ୧୦ କୋଟିରୁ ଅଧିକ । ଆଉ ଏହି ଚାଷୀଙ୍କୁ ସହାୟତା ପାଇଁ ପିଏମ କିଷାନ ନିଧି ସମ୍ମାନ ଯୋଜନାରେ ପାଖାପାଖି ୧,୧୩,୦୦୦ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି ବୋଲି ରାଷ୍ଟ୍ରପତି କହିଛନ୍ତି।
୨୦୧୩-୧୪ ମସିହାରେ, ଯେଉଁଠାରେ କେବଳ ୪୨ ଲକ୍ଷ ହେକ୍ଟର ଜମିରେ ଜଳସେଚନ ସୁବିଧା ଥିଲା, ଆଜି ୫୬ ଲକ୍ଷ ହେକ୍ଟରରୁ ଅଧିକ ଜମି ମାଇକ୍ରୋ ଜଳସେଚନ ବ୍ୟବସ୍ଥା ସହିତ ଯୋଡି ହୋଇଛି।

- Advertisement -

ରାଷ୍ଟ୍ରପତି କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କୁ ମାଗଣା ଚିକିତ୍ସା ମିଳୁଛି। ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ମେଡିକାଲ କଲେଜ ବଢ଼ିବା ଜରୁରୀ। ୨୦୧୪ରେ ଦେଶରେ ୩୮୭ ମେଡିକାଲ କଲେଜ ଥିଲା, ଏବେ ୫୬୨ କଲେଜ ଅଛି। ଦେଶରେ ଆଉ ୨୨ ଏମ୍‌ସ ସ୍ଥାପନ କରାଯାଇଛି ବୋଲି ସେ କହିଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories