www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୩୫ତମ ପ୍ରଗତି ସମୀକ୍ଷା ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମ୍ପୃକ୍ତି ସହିତ ସକ୍ରିୟ ପ୍ରଶାସନ ଏବଂ ସମୟୋପଯୋଗୀ କାର୍ଯ୍ୟକାରିତା ଲାଗି ଆଇସିଟି ଆଧାରିତ ବହୁମୁଖୀ ପ୍ଲାଟଫର୍ମ ପ୍ରଗତିର ୩୫ତମ ବୈଠକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ନଅଟି ପ୍ରକଳ୍ପ ଏବଂ ଗୋଟିଏ ଯୋଜନା ସମେତ ଦଶଟି ପ୍ରସଙ୍ଗରେ ସମୀକ୍ଷା କରାଯାଇଥିଲା। ଏହି ନଅଟି ପ୍ରକଳ୍ପ ମଧ୍ୟରେ ରେଳ ମନ୍ତ୍ରଣାଳୟର ତିନୋଟି ପ୍ରକଳ୍ପ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ତିନୋଟି ଏବଂ ଡିପିଆଇଆଇଟି, ଶକ୍ତି ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗୋଟିଏ ଲେଖାଏଁ ପ୍ରକଳ୍ପ ସାମିଲ ରହିଛି।

- Advertisement -

ମୋଟ ୫୪,୬୭୫ କୋଟି ଟଙ୍କାର ଏହି ନଅଟି ପ୍ରକଳ୍ପ ଓଡ଼ିଶା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ, ଝାଡ଼ଖଣ୍ଡ, ବିହାର, ତେଲଙ୍ଗାନା, ରାଜସ୍ଥାନ, ଗୁଜରାଟ, ପଶ୍ଚିମବଙ୍ଗ, ହରିୟାଣା, ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶ ଆଦି ୧୫ଟି ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ପ୍ରଧାନମନ୍ତ୍ରୀ ଏହି ସମୀକ୍ଷା ଅବସରରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନାର ମଧ୍ୟ ସମୀକ୍ଷା କରିଥିଲେ।

ଭିତ୍ତିଭୂମି ପ୍ରକଳ୍ପରେ ବାଧକ ସାଜୁଥିବା ପ୍ରସଙ୍ଗଗୁଡ଼ିକର ତ୍ବରିତ ସମାଧାନ ଲାଗି ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ ମଧ୍ୟ ପ୍ରଧାନମନ୍ତ୍ରୀ ଭାରତୀୟ ଭାରତୀୟ ଜନୌଷଧି ପରିଯୋଜନାର ବ୍ୟାପକ ପ୍ରଚାର ଏବଂ ଏହାର ପ୍ରଭାବକୁ ବୃଦ୍ଧି କରିବା ଲାଗି ପ୍ରଯୁକ୍ତିର ଉପଯୋଗ ସୁନିଶ୍ଚିତ କରିବା ସକାଶେ ଫାର୍ମାସ୍ୟୁଟିକାଲ୍ସ ବିଭାଗ ଓ ରାଜ୍ୟ ତଥା କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ପରାମର୍ଶ ଦେଇଥିଲେ।

ପ୍ରଗତୀର ୩୪ତମ ବୈଠକ ସୁଦ୍ଧା ମୋଟ ୧୩.୧୪ ଲକ୍ଷ କୋଟି ଟଙ୍କାର ୨୮୩ଟି ପ୍ରକଳ୍ପର ସମୀକ୍ଷା କରାଯାଇସାରିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories