www.samajalive.in
Tuesday, December 9, 2025
16.1 C
Bhubaneswar

ବାଙ୍କୀ-ସରଣ୍ଡାଗଡରେ ୭୨ତମ ସାଧାରଣତନ୍ତ୍ର ଦିବସ

ବାଙ୍କୀ : ୭୨ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସରଣ୍ଡାଗଡରେ ସାଧାରଣତନ୍ତ୍ର ଦିବସ ସାମୂହିକ ଭାବରେ ପାଳିତ ହୋଇଯାଇଛି। ଜାତୀୟ ଉତ୍ସବ ପାଳନ କମିଟି ଆନୁକୂଲ୍ୟରେ ପାଳିତ ହେଉଥିବା ୭୨ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ଅଂଶୁପା କନିଷ୍ଠ ମହାବିଦ୍ୟାଳୟର ଖେଳପଡିଆ ଠାରେ କୋଭିଡ୍ କଟକଣା ସହିତ ନିରାଡମ୍ବର ଭାବରେ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀର ଯୁବ ବିଧାୟକ ଦେବୀରଂଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ମଙ୍ଗଳବାର ଦିନ ସକାଳ ୮ଟା ୪୫ମିନିଟ୍ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅଂଶୁପା କନିଷ୍ଠ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ବେଉରା,ଫାଣ୍ଡି ଅଧିକାରୀ ସରୋଜ କୁମାର ମହାନ୍ତି,ଜିଲ୍ଲା ପରିଷଦ ମାନସ ମହାପାତ୍ର,ସରପଞ୍ଚ ତରୁଣ କୁମାର ମହାପାତ୍ର,ବେଣୁଧର ଦାସ,ଗତିକୃଷ୍ଣ ସ୍ୱାଇଁ ପ୍ରମୁଖ ଶିକ୍ଷାବିତ୍,ସମାଜସେବୀ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଶତୃଘ୍ନ ମହାପାତ୍ର ଓ ଶିବ ପାଇକରାୟ ୭୨ତମ ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏହି ଜାତୀୟ କାର୍ଯ୍ୟକ୍ରମରେ ସ୍ଥାନୀୟ ଆଶା କର୍ମୀ ଓ ପୁଲିସ ବାହିନୀ ଅଂଶଗ୍ରହଣ କରିଥିଲେ। ଉତ୍ସବରେ ଇ-ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ବିଦ୍ୟାର୍ଥୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories