www.samajalive.in
Monday, December 8, 2025
27.1 C
Bhubaneswar

ଏସବିଆଇ ଏଟିଏମରୁ ବାହାରୁଛି ଚିରା ୫ଶହ ଟଙ୍କିଆ ନୋଟ୍‍

ହରଭଙ୍ଗା : ହରଭଙ୍ଗା ବ୍ଲକ ଚାରିଛକ ସ୍ଥିତ ଏସବିଆଇ ଏଟିଏମରୁ ସୋମବାର ୫ଶହ ଟଙ୍କିଆ ଚିରା ନୋଟ ବାହାରିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, କରଡାକୋଠା ଗ୍ରାମର ଜଗନ୍ନାଥ ବିଶି ନାମକ ଜଣେ ବ୍ୟକ୍ତି ଆଜି ଅପରାହ୍ନରେ ଚାରିଛକ ସ୍ଥିତ ଏସବିଆଇ ଏଟିଏମକୁ ୧୮ହଜାର ଟଙ୍କା ଉଠେଇବାକୁ ଯାଇଥିଲେ। ଏହି ସମୟରେ ଏଟିଏମରୁ ୫ଶହ ଟଙ୍କିଆ ୧୬ଟି ଚିରା ନୋଟ ୮ହଜାର ଟଙ୍କା ବାହାରିଥିଲା। ଜଗନ୍ନାଥ ସଙ୍ଗେ ସଙ୍ଗେ ଚାରିଛକ ସ୍ଥିତ ଏସବିଆଇ ବ୍ୟାଙ୍କରେ ଅଭିଯୋଗ କରିଥିଲେ। କ଼ିନ୍ତୁ ବ୍ୟାଙ୍କ କର୍ମଚାରୀ କ୍ୟାସିୟର ନାହାନ୍ତି ପରେ ଆସ କହି ଫେରାଇ ଦେଇଥିଲେ। ଏସବିଆଇ ଏଟିଏମ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଜଣେ ଗରିବ ଚାଷୀ ହଇରାଣ ହୋଇଛନ୍ତି। ଏଥିପ୍ରତି ଏସବିଆଇ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories