www.samajalive.in
Monday, December 8, 2025
27.1 C
Bhubaneswar

ବର୍ଷକରେ ୧୩ ଟଙ୍କା ବଢ଼ିଲାଣି ପେଟ୍ରୋଲ ଦର

ହୁ ହୁ ହୋଇ ବଢ଼ୁଛି ପେଟ୍ରୋଲ-ଡ଼ିଜେଲ ଦର । ରାଜଧାନୀ ଭୁବନେଶ୍ବରରେ ଜାନୁଆରୀ ୨୫ ତାରିଖରେ ପେଟ୍ରୋଲ ଦର ୮୬.୩୬ ଟଙ୍କା ଥିବାବେଳେ ଡ଼ିଜେଲ ଦର ରହିଛି ୮୨.୬୬ ଟଙ୍କା । ଗତ ବର୍ଷକ ମଧ୍ୟରେ ପେଟ୍ରୋଲ-ଡ଼ିଜେଲ ଦର ପ୍ରାୟ ୧୩ ଟଙ୍କା ବଢ଼ିଲାଣି । ୨୦୧୦ ଡ଼ିସେମ୍ବର ମାସରେ ଭୁବନେଶ୍ବର ପେଟ୍ରୋଲ ଦର ୭୩.୬୯ ଟଙ୍କା ଥିବାବେଳେ ଏବେ ୮୬ ଟଙ୍କା ଅତିକ୍ରମ କଲାଣି। ଆଉ ଇଥାନଲ ଯୁକ୍ତ ପେଟ୍ରୋଲ ମୂଲ୍ୟ ତ ୯୦ ଛୁଇଁଲାଣି ।  ଯେବେଠାରୁ ପେଟ୍ରୋଲଜାତ ସାମଗ୍ରୀ ବିକ୍ରି ଉପରୁ ସରକାରୀ ନିୟନ୍ତ୍ରଣ ହଟାଯାଇଛି ସେବେଠାରୁ ଦର ବଢ଼ିବଢ଼ି ଚାଲିଛି ।

୨୦୧୦ ମସିହାରେ ରାଜ୍ୟରେ ପେଟ୍ରୋଲ ଦର ୫୭ ଟଙ୍କା ରହିଥିଲା । ଡ଼ିଜେଲ ଦର ଥିଲା ୪୦ ଟଙ୍କା ମଧ୍ୟରେ । ୨୦୧୪ ପର୍ଯ୍ୟନ୍ତ ଦର ବଢ଼ିବଢ଼ି ଚାଲିଥିଲା ଓ ଏନଡ଼ିଏ ସରକାର କ୍ଷମତାକୁ ଆସିବା ପରେ ପେଟ୍ରୋଲ ଦର ୮୧ ଟଙ୍କାରୁ ୬୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିଲା । ମାତ୍ର ଏହାପରେ ପେଟ୍ରୋଲିୟମ ସାମଗ୍ରୀ ଦର ଦିନକୁ ଦିନ ବଢ଼ିବଢ଼ି ଚାଲିଛି । ଏବେ ତ ଦେଶର କିଛି ସ୍ଥାନରେ ପେଟ୍ରୋଲ ଦର ୯୦ ଟଙ୍କା ଅତିକ୍ରମ କରି ସାରିଲାଣି ଓ ଏହି ଧାରା ବଜାୟ ରହିଲେ ଚଳିତ ବର୍ଷ ଶେଷ ବେଳକୁ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିବାର ଆଶଙ୍କା ରହିଛି ।

- Advertisement -

ସୂଚନା ଅନୁସାରେ କରୋନା ଜନିତ ଲକଡ଼ାଉନ ଓ ସଟଡ଼ାଉନ ଯୋଗୁଁ ଦେଶରେ ପେଟ୍ରୋଲ ଓ ଡ଼ିଜେଲ ବିକ୍ରି ହ୍ରାସ ପାଇଛି । ପେଟ୍ରୋଲିୟମ ଯୋଜନା ଏବଂ ବିଶ୍ଳେଷଣ ସେଲ (ପିପିଏସି) ର ତଥ୍ୟ ଅନୁଯାୟୀ ଗତବର୍ଷ ଏପ୍ରିଲ-ନଭେମ୍ବର ମାସରେ ଦେଶରେ ୫୫.୪ ନିୟୁତ ଟନ୍ ଡ଼ିଜେଲ ବିକ୍ରି ହୋଇଥିବାବେଳେ ଚଳିତ ବର୍ଷ ଏହା ୪୪.୯ ନିୟୁୁତକୁ ହ୍ରାସ  ପାଇଛି ।  ସେହିପରି ପେଟ୍ରୋଲ ବିକ୍ରି ୨୦.୪ ନିୟୁତ ଟନ୍ ତୁଳନାରେ ୧୭.୪ ନିୟୁତକୁ କମିଛି ।

ଏହା ସତ୍ବେ ପେଟ୍ରୋଲ-ଡ଼ିଜେଲରୁ କେନ୍ଦ୍ର ଓ ରାଜ୍ୟ ସରକାର ସଂଗ୍ରହ କରୁଥିବା ଉତ୍ପାଦ କର ଓ ଭାଟ (ବିକ୍ରିକର) ଆଦାୟ ବିଶେଷ ପ୍ରଭାବିତ ହୋଇନାହିଁ । କେନ୍ଦ୍ର ସରକାର ଏବେ ହାରାହାରି ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ବାବଦରେ ଲିଟର ପିଛା ପ୍ରାୟ ୩୩ ଟଙ୍କା ଓ ଡ଼ିଜେଲରେ ୩୨ ଟଙ୍କା ଆଦାୟ କରୁଛନ୍ତି । ୨୦୧୪ ମସିହାରେ ମୋଦୀ ସରକାର କେନ୍ଦ୍ରରେ ଶାସନଭାର ଗ୍ରହଣ କରିବା ବେଳକୁ ପେଟ୍ରୋଲ ଉପରେ ଉତ୍ପାଦ ଶୁଳ୍କ ୯.୪୮ ଟଙ୍କା କରାଯାଉଥିବାବେଳେ ଡ଼ିଜେଲ ଉପରେ ଏହି ଶୁଳ୍କ ଥିଲା ୩.୫୬ ଟଙ୍କା । ମାତ୍ର ଏବେ ତାହା ଢ଼େର ବୃଦ୍ଧି ପାଇଛି । ସିଏଜି ଅନୁସାରେ ୨୦୧୯-୨୦ ଆର୍ଥିକ ବର୍ଷ (ଏପ୍ରିଲ ୨୦୧୯ରୁ ମାର୍ଚ ୨୦୨୦) ମଧ୍ୟରେ କେନ୍ଦ୍ର ସରକାର କେବଳ ପେଟ୍ରୋଲ ଓ ଡ଼ିଜେଲରେ ଉତ୍ପାଦ ଶୁଳ୍କ ବାବଦରେ ୨,୩୯,୫୯୯ କୋଟି ଟଙ୍କା ଆଦାୟ କରିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶା ସରକାର ମଧ୍ୟ ପେଟ୍ରୋଲ-ଡ଼ିଜେଲ ଶୁଳ୍କ ୩୨% ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଗତବର୍ଷ ପେଟ୍ରୋଲ ଉପରେ ରାଜ୍ୟ ସରକାର ଟିକସ ୨୬%ରୁ ୩୨%କୁ  ଓ ସେହିପରି ଡ଼ିଜେଲ ଉପରେ ୨୬%ରୁ ୨୮%କୁ ବୃଦ୍ଧି କରିଥିଲେ । ଏହିକ୍ରମରେ ଗୋଟିଏ ଲିଟର ପେଟ୍ରୋଲ ଓ ଡ଼ିଜେଲ କିଣିବାକୁ ହେଲେ ଜଣେ ଉପଭୋକ୍ତାଙ୍କୁ କେବଳ ଟିକସ ବାବଦରେ ପାଖାପାଖି ୬୬% ଟିକସ ଦେବାକୁ ପଡ଼ୁଛି ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories