www.samajalive.in
Monday, December 8, 2025
17.1 C
Bhubaneswar

ସ୍କୁଲ କଲେଜରେ ସାମିଲ ହେଉ ପାଇକ ଆଖଡ଼ା, ମିଳୁ ରାଜ୍ୟ କ୍ରୀଡ଼ାର ମାନ୍ୟତା

ଭୁବନେଶ୍ୱର: ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ହେଉଛନ୍ତି ପାଇକ ଜାତିର କୂଳତିଳକ ଓ ଭାରତବର୍ଷର ସ୍ୱାଧିନତା ଇତିହାସର ମୁଖବନ୍ଧ ବୋଲି ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ପ୍ରକାଶ କରିଛନ୍ତି। ମ୍ୟୁଜିୟମ୍‌ ଛକରେ ବକ୍ସି ଜଗବନ୍ଧୁ ସହିଦ ଦିବସ ଉପଲକ୍ଷେ ପୁଷ୍ପମାଲ୍ୟ ଅର୍ପଣ ଓ ପାଇକ ଆଖଡ଼ା କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପାଲ୍‌ଟାସିଂହ କହିଥିଲେ ଯେ ଏମାଟିର ସ୍ୱାଧିନତାର ବହ୍ନି ମହାମାନବ ବକ୍ସିଙ୍କ ଦ୍ୱାରା ପ୍ରଜ୍ୱଳିତ ହୋଇଥିଲା; ଯେଉଁ ସ୍ୱାଧିନତା ଅଗ୍ନିରେ ପାଇକମାନେ ଝାସ ଦେଇ ଇଂରେଜ ଶକ୍ତିକୁ ପଦଦଳିତ କରି ଭାରତବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମର ବାର୍ତ୍ତା ପ୍ରଦାନ କରିଥିଲେ। ରାଜ୍ୟ ସରକାର ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡାର ମାନ୍ୟତା, ପାଇକ ଆଖଡ଼ାକୁ ସ୍କୁଲ କଲେଜରେ ସାମିଲ କରିବା, କେନ୍ଦ୍ର ସରକାର ପାଇକ ରେଜିମେଣ୍ଟ ଗଠନ କରିବା ଦିଗରେ ପ୍ରୟାସ କରିବା ନିମନ୍ତେ ଶ୍ରୀ ପାଲଟାସିଂହ ଦାବି ଉପସ୍ଥାପନ କରିଥିଲେ।


ରାଜ୍ୟ ସଂଯୋଜକ କେଦାର ଦାସଙ୍କ ସଂଯୋଜନାରେ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ସହୀଦ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ଓ ଡ. ପ୍ରକାଶ ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇ ଦେଶଭକ୍ତ ପାଇକ ବିଦ୍ରୋହର ମହାନ୍ ସାରଥି ବକ୍ସିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

- Advertisement -


ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ପାଇକଗୁରୁ ତଥା ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀଙ୍କ ଦ୍ୱାରା ପାଇକ ଆଖଡ଼ା କାର୍ଯ୍ୟକ୍ରମ ଢାଲ, ତରବାରୀର ଗର୍ଜନ ପ୍ରତ୍ୟେକ ପାଇକଙ୍କ ଦେହରେ ଶିହରଣ ସୃଷ୍ଟି କରିଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ, ବାଣପୁର ପାଇକ ସର୍ଦ୍ଦାର ରଞ୍ଜନ ବଳିୟାର ସିଂହ, ରାଜ୍ୟ ଉପଦେଷ୍ଟା ବିଭୁତି ଭୂଷଣ ସ୍ୱାଇଁ, ଭୁବନେଶ୍ୱର ପାଇକ ସଂଘ ସଭାପତି ଅଜୟ ନାୟକ, ପାଇକ ଗୁରୁ ଭାସ୍କର ସୁନ୍ଦରରାୟ, ବଡ଼ମ୍ବା ପାଇକ ସର୍ଦ୍ଦାର ଜିତେନ୍ଦ୍ରିୟ ମାନସିଂହ, ଇଂ. ଶିବପ୍ରସାଦ ମିଶ୍ର, ଯୁବ ସାମ୍ବାଦିକ ରାଜୀବ ନୟନ ରଥ, ଗଡ଼ଦୋକନ୍ଦା ଦଳବେହେରା ମନୋରଞ୍ଜନ ପଶ୍ଚିମ କବାଟ, ବାଣପୁର ପାଇକସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ ବେହେରା, କଟକ ପାଇକ ସଂଘ ସମ୍ପାଦକ କେଦାର ମହାରଣା, ଜଗତ୍ସିଂହପୁର ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ସମାଜସେବୀ ସମରଞ୍ଜନ ମହାନ୍ତି ତଥା ଓଡ଼ିଶାର ସମସ୍ତ ଜିଲାର ପାଇକ ମହାସଂଘର ପାଇକ ସର୍ଦ୍ଦାରମାନେ ଯୋଗଦାନ କରିଥିଲେ। ଶେଷରେ ପାଇକ ସଂଘର ବିଭିନ୍ନ ପାଇକମାନଙ୍କ ଦ୍ୱାରା ପାଇକ ଆଖଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories