www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ ପାଇଁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଯୋଜନା

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୨୮ଲକ୍ଷ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଆୟୁଷ୍ମାନ୍‍ ସିଏପିଏଫ୍‍ ସ୍ୱାସ୍ଥ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି। ଦେଶର ଯେଉଁସବୁ ରାଜ୍ୟ ଗୁଡ଼ିକରେ ଆୟୁଷ୍ମାନ୍‍ ଭାରତ – ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଯ୍ୟକାରୀ ହେଉଛି ସେ ସମସ୍ତ ରାଜ୍ୟରେ ଥିବା କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍‍ ବାହିନୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହି ଯୋଜନାକୁ ଶ୍ରୀ ଶାହା ଶୁଭାରମ୍ଭ କରିଛନ୍ତି। ଗୌହାଟୀରେ ଆୟୋଜିତ ପରାକ୍ରମ ଦିବସ ଉତ୍ସବରେ ସେ କହିଛନ୍ତି, ନେତାଜୀଙ୍କ ଜୟନ୍ତୀରେ ସିଏପିଏଫ୍‍ ପାଇଁ ଆୟୁଷ୍ମାନ୍‍ ଭାରତ ଯୋଜନାର ଶୁଭାରମ୍ଭ ହୋଇଥିବା ଖୁସିର ବିଷୟ।

ଏହି ଅବସରରେ ସେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଦେଶ ଗଠନରେ ଭୂମିକା ଓ ତ୍ୟାଗ ସମ୍ପର୍କରେ ଆଲୋଚନା କରିଥିଲେ। ନିରାପତ୍ତା ବାହିନୀ ଓ ସେମାନଙ୍କର ପରିବାର ସଦସ୍ୟଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଥିଲେ। ପ୍ରତ୍ୟେକ ବର୍ଷ ସୁରକ୍ଷା ବାହିନୀର କର୍ମଚାରୀମାନେ ଅତି କମରେ ସେମାନଙ୍କ ପରିବାରବର୍ଗଙ୍କ ସହ ୧୦୦ ଦିନ ରୁହନ୍ତୁ ବୋଲି ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି। ସୁରକ୍ଷା ବାହିନୀ ଯବାନମାନଙ୍କ ପାଇଁ ଉତ୍ତମ କାର୍ଯ୍ୟ ପରିସର ଓ ସୁବିଧା ଯୋଗାଇ ଦେବାକୁ ସରକାର ଉଦ୍ୟମ କରୁଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories