www.samajalive.in
Monday, December 8, 2025
27.1 C
Bhubaneswar

ସାଧାରଣତନ୍ତ୍ର ଦିବସ ଅଭ୍ୟାସ ଦେଖିବା ପରେ କହିଲେ ପୁଲିସ୍ ମହାନିର୍ଦ୍ଦେଶକ, ଆମେ ସ୍କୁଲ ପିଲାଙ୍କୁ ମିସ କରିବୁ

ଆଜି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ସାଧାରଣତନ୍ତ୍ର ଦିବସ ପରେଡର ଶେଷ ଅଭ୍ୟାସ କାର୍ଯ୍ୟ ନିରୀକ୍ଷଣ କରିଛନ୍ତି। ଏହା ଦେଖିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ କରୋନା ସଂକ୍ରମଣ ଦୃଷ୍ଟିରୁ ଚଳିତ ବର୍ଷ ୭୨ତମ ସାଧାରଣତନ୍ତ୍ର ଦିବସ ପରେଡରେ ସ୍କୁଲ ପିଲାମାନଙ୍କୁ ସାମିଲ କରାଯାଇ ନାହିଁ। ଶ୍ରୀ ଅଭୟ, କହିଛନ୍ତି, ଏଥର ପରେଡରେ ଆମେ ସ୍କୁଲ ପିଲାମାନଙ୍କୁ ମିସ୍ କରିବୁ। ପିଲାମାନେ ସବୁବେଳେ ଆମ ସହ ରହିଛନ୍ତି।

ଅନ୍ୟପକ୍ଷରେ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସକୁ ବର୍ଜନ କରୁଥିବା ମାଓବାଦୀମାନଙ୍କୁ ମୁଖ୍ୟସ୍ରୋତକୁ ଫେରି ଆସିବାକୁ ପୁଲିସ୍ ମହାନିର୍ଦ୍ଦେଶକ ଆହ୍ବାନ ଦେଇଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ପୁଲିସ୍ ମହାନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।

- Advertisement -

ଚଳିତ ସାଧାରଣତନ୍ତ୍ର ଦିବସ ପରେଡରେ ୪ଟି ଗ୍ରୁପ ବ୍ୟାଣ୍ଡ, ଅଗ୍ନିଶମ, ଓଡିଆରଏଫ୍, ଓଆଇଏସ୍, ଏସଏସବି, ଏସଓଜି, ଆରପିଏଫ୍, ସିଆରପିଏଫ୍, ଓଏସଏଫ୍, ଆଇଆରବି ଓ ଓଏସଏପି ଆଦି ୧୦ଟି କଣ୍ଟିଜେଣ୍ଟ ଭାଗ ନେବେ। ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ଥିବା ବେଳେ ପରେଡସ୍ଥଳ ଗାନ୍ଧୀମାର୍ଗରେ ଆଜିଠାରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ପରେଡ୍ ସ୍ଥଳରେ ୧୫୦ ଜଣ ବରିଷ୍ଠ ପୁଲିସ ଅଧିକାରୀ ସମେତ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ ବୋଲି ପୁଲିସ୍ ମହାନିର୍ଦ୍ଦେଶକ କହିଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories