ଭୁବନେଶ୍ବର: ବୀର ସୁରେନ୍ଦ୍ର ସାଏ ଏବଂ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୀର ସୁରେନ୍ଦ୍ର ସାଏଙ୍କ ପରାକ୍ରମ ଓ ବଳିଦାନ ସର୍ବଦା ସ୍ମରଣୀୟ। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ବାର୍ଥ ପାଇଁ ତାଙ୍କ ବଳିଦାନ ସ୍ମରଣୀୟ ରହିବ। ସମ୍ବଲପୁରରେ ବ୍ରିଟିଶ୍ ବିରୋଧରେ ସଶସ୍ତ୍ର ସଂଗ୍ରାମ ସ୍ମରଣୀୟ। ନେତାଜୀ ସୁଭାଷ ବୋଷଙ୍କୁ ୨୧୫ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାର ବରପୁତ୍ର ଓ ମହାନ ସଂଗ୍ରାମୀ ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଦୃଢ଼ ଆତ୍ମ ବିଶ୍ବାସ, ଅନନ୍ୟ ବିଚାରଧାରା ଓ ସମର୍ପଣ ଭାବ ପ୍ରେରଣାଦାୟୀ।
ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Popular Categories



