www.samajalive.in
Sunday, December 7, 2025
15.1 C
Bhubaneswar

ଶୈଶବର ସୁରକ୍ଷା ପାଇଁ ମିଳିତ ଉଦ୍ୟମ ଆବଶ୍ୟକ:ସନ୍ଧ୍ୟାବତୀ

ପିପିଲି: ଶିଶୁଙ୍କ ଅଧିକାରକୁ ସୁରକ୍ଷା ଦେବା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଶିଶୁମାନେ ଯେପରି ତାଙ୍କ ମୌଳିକ ଅଧିକାର ପାଇବାରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ସମସ୍ତେ ଅଧିକ ଯତ୍ନବାନ ହେବା ଉଚିତ୍‍। ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ତେଣୁ ସେମାନଙ୍କ ଖାଦ୍ୟ, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦି ସର୍ବଦା ଠିକ୍‍ ରହିବା ଦରକାର। ଶୈଶବର ସୁରକ୍ଷା ପାଇଁ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ପ୍ରକାଶ କରିଛନ୍ତି ।
କୋଭିଡ୍‍ ପରବର୍ତ୍ତୀ ସ୍ଥିତିରେ ଶିଶୁଙ୍କ ମାନସିକ ସ୍ଥିତି ଓ ଅବସ୍ଥାର ଅନୁଧ୍ୟାନ ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ଶିଶୁ ସମ୍ପର୍କ ଯାତ୍ରା ଶୁକ୍ରବାର ପିପିଲି ବ୍ଲକରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ଦିବ୍ୟା ଶାଶ୍ୱତୀଙ୍କ ସଭାପତିତ୍ୱରେ ବ୍ଳକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ଯୋଗ ଦେଇଥିଲେ। ଶିଶୁଙ୍କ ସହ ଯୋଡି ହେବା ଓ ସେମାନଙ୍କୁ ଆବଶ୍ୟକ ମୁତାବକ ସହାୟତା ପହଞ୍ଚାଇବା ଏହି ଅଭିଯାନର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଏହା ଦ୍ୱାରା ପିଲାଙ୍କ ଅଧିକାରର ସୁରକ୍ଷାକୁ ଅଧିକ ବଳ ମିଳିବା ସଙ୍ଗେ ସଙ୍ଗେ ସେମାନଙ୍କ ଆତ୍ମବିଶ୍ୱାସ ବଢିବ ଓ ସେମାନଙ୍କ ପାଖରେ ଆବଶ୍ୟକୀୟ ସାଧନ ପହଞ୍ଚିପାରିବ ବୋଲି ସେ ପ୍ରକାଶ କରିଥିଲେ। ପିପିଲି ଅଞ୍ଚଳରୁ ନିଖୋଜ ଦୁଇ ଶିଶୁଙ୍କ ଉଦ୍ଧାର କ୍ଷେତ୍ରରେ ଆୟୋଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସଂପର୍କରେ ସେ ସୂଚନା ଦେବା ସହ ଶିଶୁଙ୍କ ଅଧିକାରର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।


ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ମହାପାତ୍ର, ସିଡବ୍ଲ୍ୟୁସି ସଦସ୍ୟ ରମାଶଙ୍କର ପାତ୍ର, ପୁରୀ ଡିଏସ୍‍ପି ଇନ୍ଦ୍ରମଣୀ ବେହେରା, ପିପିଲି ତହସିଲଦାର ସପନ କୁମାର ନନ୍ଦ, ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ବ୍ଲକ ଦାୟିତ୍ୱରେ ଥିବା ଡେଲାଙ୍ଗ ବିଡିଓ କ୍ଷିରୋଦ ପ୍ରଧାନ, ବ୍ଲକ ଉପାଧ୍ୟକ୍ଷ ଯୁଧିଷ୍ଠୀର ସ୍ୱାଇଁ ପ୍ରମୁଖ ଯୋଗଦେଇ ଶିଶୁଙ୍କ ଅଧିକାରର ସୁରକ୍ଷା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଶିଶୁଙ୍କ ସହିତ ସଂପର୍କ ଯୋଡାଯିବା କ୍ଷେତ୍ରରେ ଆୟୋଗର ଏଭଳି ପ୍ରୟାସକୁ ଅତିଥିମାନେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଅଞ୍ଚଳର ଶିଶୁପ୍ରତିଭାମାନଙ୍କୁ ପୁରଷ୍କୃତ କରାଯାଇଥିଲା। ଏହା ପରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ୮ଜଣ ଶିଶୁଙ୍କ ଅଭିଯୋଗକୁ ଆୟୋଗର ଅଧ୍ୟକ୍ଷା ସଂନ୍ଧ୍ୟାବତୀ ଶୁଣାଣି କରିବା ସହ ୧୫ଦିନ ମଧ୍ୟରେ ଉକ୍ତ ଅଭିଯୋଗର ବିଚାର କରି ସମସ୍ୟାର ଆବଶ୍ୟକ ସମାଧାନର ବ୍ୟବସ୍ଥା କରିବାକୁ ସଂପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଗର ସେକ୍ରେଟାରୀ ସୋନିଆ ବେହେରା, ପିପିଲି ସିଡିପିଓ ଶୁଭଲକ୍ଷ୍ମୀ ପଟ୍ଟନାୟକ, ମଙ୍ଗଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବ୍ଲକ ପବ୍ଲିକ ହେଲ୍‍ଥ ଅଫିସର (ବିପିଏଚ୍‍ଓ) ଡାକ୍ତର ବିନୟ କୁମାର ପଣ୍ଡା, ଡାକ୍ତର ଅନାମିକା ପ୍ରଧାନ, ଡାକ୍ତର ଦେବାଶିଷ ଦାଶ, ପିପିଲିର ଅତିରିକ୍ତ ବିଡିଓ ଶୈଳବାଳା ତ୍ରିପାଠୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories